IPS Officer: ‘ଆଇରନ୍‌ ଲେଡି’ ସଂଯୁକ୍ତା ପରାଶର ହେଲେ କୋବ୍ରାର ପ୍ରଥମ ମହିଳା ମୁଖ୍ୟ

1 day ago 1
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌)ର ସ୍ବତନ୍ତ୍ର ଆତଙ୍କବାଦ ନିରୋଧୀ ଓ ବିଦ୍ରୋହ ଦମନ ୟୁନିଟ୍‌ କମାଣ୍ଡୋ ବାଟାଲିଅନ୍‌ ଫର୍‌ ରିଜଲ୍ୟୁଟ୍‌ ଆକ୍ସନ୍‌ (କୋବ୍ରା)ର ମୁଖ୍ୟ ଭାବେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି ୨୦୦୬ ବ୍ୟାଚ୍‌ ଆସାମ-ମେଘାଳୟ କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ସଂଯୁକ୍ତା ପରାଶର। ୪୭ ବର୍ଷୀୟା ପରାଶର ଗତ ଅଗଷ୍ଟରୁ ସିଆର୍‌ପିଏଫ୍‌ରେ ଡେପୁଟେସନ୍‌ରେ ଥିଲେ। ଶୁକ୍ରବାର ତାଙ୍କୁ କୋବ୍ରାର ଇନ୍ସପେକ୍ଟର ଜେନେରାଲ୍‌ (ଆଇଜି) ଭାବେ ନିଯୁକ୍ତ କରାଯାଇଥିଲା। ସେ ୧୯୯୬ ବ୍ୟାଚ୍‌ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-ୟୁନିଅନ୍‌ ଟେରିଟୋରିଜ୍‌ କ୍ୟାଡର୍‌ର ଆଇପିଏସ୍‌ ଅଧିକାରୀ ଡାନିଶ ରାଣାଙ୍କ ସ୍ଥାନ ନେଇଛନ୍ତି।

ଜଙ୍ଗଲ ଯୁଦ୍ଧ ପାଇଁ ଗଠନ କରାଯାଇଥିଲାକୋବ୍ରା

ଉତ୍ତର-ପୂର୍ବ ଭାରତରେ ବିଦ୍ରୋହ ଦମନ ଅଭିଯାନରେ ନେତୃତ୍ବ ନେଇଥିବାରୁ ଗଣମାଧ୍ୟମ ତାଙ୍କୁ ‘ଆଇରନ୍‌ ଲେଡି’ ବୋଲି ଅଭିହିତ କରିଛି। ସଂଯୁକ୍ତା ଆସାମ ପୁଲିସରେ ଏସ୍‌ପି ଭାବେ କାମ କରିବା ସହ ରାଜ୍ୟର ଅପରାଧ ତଦନ୍ତ ବିଭାଗର ମଧ୍ୟ ନେତୃତ୍ବ ନେଇଛନ୍ତି। ଏହାଛଡ଼ା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ସଂଯୁକ୍ତା ଦାୟିତ୍ବ ନେବାର କିଛି ମାସ ପୂର୍ବରୁ କେନ୍ଦ୍ର ସରକାର କୋବ୍ରାର ଦୁଇଟି ବାଟାଲିଅନ୍‌କୁ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ନିୟୋଜିତ କରିଥିଲେ। ୨୦୨୩ ମେ’ରୁ ମଣିପୁରରେ ଚାଲିଥିବା ସଂଘର୍ଷରେ ୩୦୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୪୯ ଜଣ ନିଖୋଜ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେଠାରେ କୋବ୍ରା କମାଣ୍ଡୋମାନେ ବିଦ୍ରୋହୀଙ୍କୁ ଧରିବା ଓ ପୁଲିସ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିବା ଅଭିଯାନରେ ନିୟୋଜିତ ଅଛନ୍ତି।

୨୦୦୮ରେ ମାଓବାଦୀ ହିଂସା ଚରମରେ ଥିବା ସମୟରେ ଜଙ୍ଗଲ ଯୁଦ୍ଧ ପାଇଁ କୋବ୍ରା ଗଠନ କରାଯାଇଥିଲା। ବାମପନ୍ଥୀ ଉଗ୍ରବାଦ ଦମନରେ ଏହି ୟୁନିଟ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଚଳିତ ବର୍ଷ ମେ’ରେ ସିଆର୍‌ପିଏଫ୍‌ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ନିରୋଧୀ କାର୍ଯ୍ୟ ପାଇଁ କୋବ୍ରାର ୧୧ଶ ବାଟାଲିଅନ୍‌ ଗଠନ କରିବାକୁ ଯୋଜନା କରିଥିଲା। କୋବ୍ରାର ଦାୟିତ୍ବ ଗ୍ରହଣ ସହ ସଂଯୁକ୍ତାଙ୍କ ସେବାଜୀବନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। ଉତ୍ତର-ପୂର୍ବର ବିଦ୍ରୋହ ଦମନ ଅଭିଯାନଠାରୁ ଆରମ୍ଭ କରି ଆସାମ ପୁଲିସ ଓ ଏନ୍‌ଆଇଏରେ କାର୍ଯ୍ୟ କରିଥିବା ଅଭିଜ୍ଞତା ତାଙ୍କ ନୂଆ ଦାୟିତ୍ବରେ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Medical Officer: ମେଡିକାଲ ଅଫିସର ପଦରୁ ହଟିଲେ କର୍ଣ୍ଣାଟକ ବିଧାୟକଙ୍କ ଭାଣିଜୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.