iPhone 18 Pro: ଆଇଫୋନ୍ ୧୮ ପ୍ରୋ ପାଇଁ ଭୋର ୫ଟାରୁ ଲମ୍ବା ଧାଡ଼ି

17 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତରେ ଆପଲ୍‌ର ନୂଆ ଆଇଫୋନ୍ ୧୮ ପ୍ରୋ ଓ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ ବିକ୍ରି ଆରମ୍ଭ ହୋଇଛି। ନୂଆ ଆଇଫୋନ୍ କିଣିବା ପାଇଁ ଦିଲ୍ଲୀ, ନୋଏଡା, ବେଙ୍ଗାଲୁରୁ ଓ ମହାରାଷ୍ଟ୍ରର ଆପଲ୍ ଷ୍ଟୋର୍‌ଗୁଡ଼ିକ ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। କେତେକ ଗ୍ରାହକ ଭୋର ୫ଟାରୁ ଷ୍ଟୋର୍‌ ଆଗରେ ପହଞ୍ଚି ଲାଇନ୍‌ରେ ଠିଆ ହୋଇଥିଲେ। ବେଙ୍ଗାଲୁରୁର ରାହୁଲ ନାମକ ଜଣେ ଗ୍ରାହକ କହିଛନ୍ତି, ସେ ଭୋର ୫ଟାରୁ ଲାଇନ୍‌ରେ ଥିଲେ। ତାଙ୍କ ପାଇଁ ପ୍ରତିବର୍ଷ ଆଇଫୋନ୍ ଶୁଭାରମ୍ଭ ଏକ ପର୍ବ ଭଳି। ନୋଏଡାରେ ମଧ୍ୟ ଆଇଫୋନ୍ ପାଇଁ ବହୁ ଗ୍ରାହକ ଲାଇନ୍‌ରେ ରହିଥିଲେ। ପଞ୍ଜାବରୁ ଆସିଥିବା ଜଣେ ଗ୍ରାହକ ସକାଳ ୬ଟାରୁ ଲାଇନ୍‌ରେ ରହି ଦୁଇଟି ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ କିଣିଥିବା କହିଛନ୍ତି। ମହାରାଷ୍ଟ୍ରରେ ଜଣେ ଗ୍ରାହକ ପ୍ରାୟ ୧୦ରୁ ୧୨ ଘଣ୍ଟା ଅପେକ୍ଷା କରି ଷ୍ଟୋର୍‌ର ପ୍ରଥମ ଫୋନ୍ ପାଇଥିବା କହିଛନ୍ତି।

୫ଟାରୁ ଷ୍ଟୋର୍‌ ଆଗରେ ଲାଇନ୍‌

ଭାରତରେ ଆଇଫୋନ୍ ୧୮ ପ୍ରୋର ୨୫୬ ଜିବି ମଡେଲ୍‌ ଦାମ ୧,୬୪,୯୦୦ ଟଙ୍କାରୁ ଆରମ୍ଭ ହୋଇଛି। ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସର ୨୫୬ ଜିବି ମଡେଲ୍‌ର ଦାମ ୧,୭୯,୯୦୦ ଟଙ୍କା ଓ ଟପ୍ ମଡେଲ୍‌ର ଦାମ ୩,୨୯,୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନୂଆ ଆଇଫୋନ୍ ୧୮ ପ୍ରୋ ସିରିଜ୍‌ରେ ଏ୨୦ Pro ଚିପ୍ ରହିଛି। ଏଥିରେ ୪୮ ମେଗାପିକ୍ସେଲ୍ ଫ୍ୟୁଜନ୍ ମୁଖ୍ୟ କ୍ୟାମେରା ଓ ଭାରିଏବଲ୍ ଆପର୍ଚର୍ ଦିଆଯାଇଛି। ଫୋନ୍‌ଟି କଳା, ସିଲଭର, ଗ୍ଲେସିୟର ଓ ନୂଆ ବର୍ଗଣ୍ଡି ରଙ୍ଗରେ ମିଳୁଛି।

Attack: ଆମେରିକାରେ ପଞ୍ଜାବୀ ଶିଖ ଟ୍ରକ୍‌ ଚାଳକଙ୍କୁ ୧୭ ଥର ଛୁରାମାଡ଼, ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.