Investment: ଭାରତରେ ୫୦୦ ନିୟୁତ ଡଲାର ନିବେଶ କରିବ ଅଷ୍ଟ୍ରେଲିଆନ ସୁପର୍‌

3 weeks ago 13
ARTICLE AD BOX

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବୃହତ୍‌ ପେନସନ୍‌ ପାଣ୍ଠି ପରିଚାଳନାକାରୀ ସଂସ୍ଥା ଅଷ୍ଟ୍ରେଲିଆନ୍‌ ସୁପର୍‌ ଭାରତରେ ୫୦୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ନିବେଶ କରିବ। ମେଲବର୍ଣ୍ଣଠାରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ସିଇଓ ଫୋରମ୍‌ ବୈଠକରେ ଅଷ୍ଟ୍ରେଲିଆନ୍‌ ସୁପରର ମୁଖ୍ୟ କାର୍ଯ୍ୟନିର୍ବାହୀ ପଲ୍‌ ସ୍କ୍ରୋଡର ଏହି ଘୋଷଣା କରିଛନ୍ତି। 

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍‌ ଯୋଗ ଦେଇଥିଲେ।ଅଷ୍ଟ୍ରେଲୀୟ ସଂସ୍ଥାର ଉକ୍ତ ନିବେଶ ଘୋଷଣାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାଗତ କରିଛନ୍ତି। ଭାରତର ଅର୍ଥନୈତିକ ପ୍ରଗତି ଓ ସଂସ୍କାର କାର୍ଯ୍ୟସୂଚୀକୁ ଏହାଦ୍ବାରା ସ୍ବୀକୃତି ମିଳିଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ଏହି ସଂସ୍ଥା ୪୧୦ ବିଲିଅନ ଅଷ୍ଟ୍ରେଲୀୟ ଡଲାରରୁ ଅଧିକ ସମ୍ପତ୍ତି ପାଣ୍ଠି ପରିଚାଳନା କରୁଛି। 

Narendra Modi: ଓଡ଼ିଶାର ବିକାଶ ହେଲେ ଭାରତ ବିକଶିତ ହେବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୯ ମସିହାରେ ଏହି ସଂସ୍ଥା ଭାରତର ନ୍ୟାସନାଲ ଇନଭେଷ୍ଟମେଣ୍ଟ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକଚର ଫଣ୍ଡ୍‌ (ଏନ୍‌ଆଇଆଇଏଫ୍‌)ରେ ୨୪୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ନିବେଶ କରିଥିଲା। ସିଇଓ ଫୋରମ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଦୀର୍ଘମିଆଦୀ ନିବେଶ କ୍ଷେତ୍ରରେ ଭାରତ ଏକ ନିରାପଦ ଓ ଭରସାଯୋଗ୍ୟ ସ୍ଥାନ। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗିତା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସିଇଓମାନଙ୍କୁ ଆହ୍ବାନ କରିଥିଲେ। ‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.