International Day of Clean Air ଆନ୍ତର୍ଜାତୀୟ ନିର୍ମଳ ବାୟୁ ଓ ନୀଳ ଆକାଶ ଦିବସ ପାଳିଲା ଏସ୍‌ପିସିବି

1 week ago 7
ARTICLE AD BOX

ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ନିର୍ମଳ ବାୟୁ ଏବଂ ନୀଳ ଆକାଶ ଦିବସ-୨୦୨୬ ପାଳିତ ହୋଇଯାଇଛି। 

National Level: ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା

ଆଜି (ସୋମବାର) ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇଜି (ପଶ୍ଚିମାଞ୍ଚଳ) ବ୍ରିଜେଶ କୁମାର ରାୟ, ସମ୍ମାନିତ ଅତିଥି ଭାବେ ଏନଆଇଟି ରାଉରକେଲା ନିର୍ଦ୍ଦେଶକ  ପ୍ରଫେସର କେ ଉମାମହେଶ୍ୱର ରାଓ, ରାଉରକେଲା ଡିଏଫ୍ଓ  ରବିକାନ୍ତ ମୀନା, ଏନଆଇଟି ରାଉରକେଲାର ମାଇନିଂ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ହିମାଂଶୁ ଭୂଷଣ ସାହୁ, ଟାଟା ଷ୍ଟିଲ (ପରିବେଶ ବିଭାଗ ମୁଖ୍ୟ) ସଞ୍ଜୀବ କୁମାର ପାଲ ଯୋଗ ଦେଇଥିଲେ। 

Clean air RKL1

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ, ରାଉରକେଲା ବାୟୁ ପ୍ରଦୂଷଣ ରୋକିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ପ୍ରେତ୍ୟେକେ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଓ ଏହାକୁ ଏକ ଆନ୍ଦୋଳନ ରେ ପରିବର୍ତ୍ତନ କରିବା। 

NIT Rourkela: ଏନ୍‌ଆଇଟି ରାଉରକେଲାର ସଫଳତା: ଇଭି ବ୍ୟାଟେରିର ଆୟୁଷ ବଢ଼ିବ

ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀ ଯାଇଥିବା ଏସପିସିବି ର ଅତିତିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ ଅନୁପ କୁମାର ମଲ୍ଲିକ ଏକ ଭିଡିଓ ଜାରିକରି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଇଂ. ବିଜୟ  କୁମାର . ଭୋଇ, ଡେପୁଟି ଏନଭାଏରୋନମେଣ୍ଟାଲ ଇଞ୍ଜିନିୟର, ଏସପିସି ବୋର୍ଡ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ l ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ରେ ରାଉରକେଲା ସହର ଦେଶର ପ୍ରଥମ ସ୍ଥାନ ହାସଲ କରି ଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ସ୍ତର ରେ ପୁରସ୍କୃତ ହୋଉଥିବା ରାଉରକେଲା ପାଇଁ ଗର୍ବ ବୋଲି କହିଥିଲେ l 

Clean air RKL2

ଏହି ଅବସରରେ  ପରିବେଶ ସଚେତନତା ଉପରେ ଆଧାରିତ ନୃତ୍ୟ ନାଟିକା ପରିବେଷଣ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ମିଶନ ଲାଇଫ ଉପରେ ଇଂରାଜୀ ଓ ହିନ୍ଦୀରେ ଶପଥ ପାଠ କରାଯାଇଥିଲା। ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଡିଇଇ ଚନ୍ଦ୍ର ଶେଖର ଚୌହାନ, ରଜତ କୁମାର ସେଠି ଓ ଏନଏସପିସିଏଲ ଜିଏମ ତଥା ବିୟୁଏଚ ପୁଷ୍କାର ଚନ୍ଦ୍ରଶେଖର ହୁଦ୍ଦାର .   ଅନ୍ୟତମ ଅତିଥି ଭାବେ ଉପସ୍ଥିତ ରହି ପିଲାଙ୍କୁ ପୁରସ୍କୃତ କରିଥିଲେ l ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l 

Odisha Environment Congress: ରାଉରକେଲାରେ ହେବ ଓଡ଼ିଶା ପରିବେଶ କଂଗ୍ରେସର ୧୭ତମ ଅଧିବେଶନ

ଇଂ ଆର. ଆର. ଦାସ, ଡିଇଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଶିଳ୍ପ, ଖଣି ଖାଦାନ, ଅନୁଷ୍ଠାନ, ସ୍କୁଲ କଲେଜ, ପରିବେଶବିତ୍ତ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ବିଭାଗୀୟ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l

Read Entire Article
LEFT SIDEBAR AD

Hidden in mobile, Best for skyscrapers.