ARTICLE AD BOX
ଦେଶର ସର୍ବବୃହତ୍ ଏୟାରଲାଇନ୍ ଇଣ୍ଡିଗୋର ନୂଆ ସିଇଓ ଭାବେ ୱିଲି ୱାଲ୍ସ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦରେ ପିଟର ଏଲବର୍ସ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ଥାନରେ ୱାଲ୍ସ ନିଯୁକ୍ତ ହୋଇଛନ୍ତି। ଅନ୍ତର୍ଜାତୟୀ ରୁଟ୍ରେ ଇଣ୍ଡିଗୋ ସ୍ଥିତି ସୁଦୃଢ଼ କରିବାରେ ୱାଲ୍ସ କାର୍ଯ୍ୟ କରିବେ।
/sambad/media/media_files/2026/08/03/03bbs_17_03082026_112-2026-08-03-14-26-50.jpg)
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ଏୟାରଲାଇନ୍ ଇଣ୍ଡିଗୋର ନୂଆ ସିଇଓ ଭାବେ ୱିଲି ୱାଲ୍ସ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦରେ ପିଟର ଏଲବର୍ସ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ଥାନରେ ୱାଲ୍ସ ନିଯୁକ୍ତ ହୋଇଛନ୍ତି। ଅନ୍ତର୍ଜାତୟୀ ରୁଟ୍ରେ ଇଣ୍ଡିଗୋ ସ୍ଥିତି ସୁଦୃଢ଼ କରିବାରେ ୱାଲ୍ସ କାର୍ଯ୍ୟ କରିବେ। ଗତ ମାର୍ଚ୍ଚରେ ତାଙ୍କ ନିଯୁକ୍ତି ସମ୍ପର୍କରେ କମ୍ପାନି ଘୋଷଣା କରିଥିଲା। ନୂଆ ସିିଇଓଙ୍କୁ ସ୍ବାଗତ କରି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ କହିଛନ୍ତି ଯେ ଇଣ୍ଡିଗୋ ଏହାର ଯାତ୍ରାରେ ତୃତୀୟ ଦଶନ୍ଧିରେ ପ୍ରବେଶ କରିଛି। ୱାଲସଙ୍କ ବ୍ୟାପକ ବିଶ୍ବସ୍ତରୀୟ ଅଭିଜ୍ଞତା ଇଣ୍ଡିଗୋକୁ ଅନ୍ତର୍ଜାତୀୟ ଉଡ଼ାଣ ମଜଭୁତ କରିବାରେ ସହାୟକ ହେବ। ମୋର ବିଶ୍ବାସ ରହିଛି ଯେ ତାଙ୍କ ନେତୃତ୍ବରେ ଇଣ୍ଡିଗୋ ବିମାନ ଚଳାଚଳ ଶିଳ୍ପରେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ। ୱାଲସଙ୍କ ପାଖରେ ଚାରି ଦଶନ୍ଧିର ଅଭିଜ୍ଞତା ରହିଛି। ୨୦୦୧ରେ ସେ ଏୟର ଲିଙ୍ଗୁସ୍ର ସିଇଓ ହୋଇଥିଲେ। ଏହା ପରେ ବ୍ରିଟିସ୍ ଏୟାରୱେଜ୍ ଓ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଗ୍ରୁପ୍ର ନେତୃତ୍ବ ନେଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 hours ago
1


