Indian Railways: ଚଳିତମାସରେ ହାଇଡ୍ରୋଜେନ୍‌ରେ ଚାଲିବ ଦେଶର ପ୍ରଥମ ଟ୍ରେନ୍‌

3 weeks ago 13
ARTICLE AD BOX

ନୂଆଦିଲ୍ଲୀ: ଚଳିତମାସରେ ହାଇଡ୍ରୋଜେନ୍‌ ଇନ୍ଧନରେ ପ୍ରଥମ ଟ୍ରେନ୍‌ ଦେଶରେ ଚାଲିବ। ହରିୟାଣାର ଜିନ୍ଦ୍‌ରୁ ସୋନିପତ୍‌ ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ କରିବ। ଦୁଇ ସ୍ଥାନ ମଧ୍ୟରେ ଦୂରତା ୮୯ କିମି। ହାଇଡ୍ରୋଜେନ୍‌ରେ ଚାଳିତ ଟ୍ରେନ୍‌ଟି ଦିନକୁ ଦୁଇଟି ଟ୍ରିପ୍‌ କରିବ ଅର୍ଥାତ୍‌ ୩୫୬ କିମି ଯାତ୍ରା କରିବ। 

ଏହି ଟ୍ରେନ୍‌ରେ ୧୦ଟି ବଗି ରହିଛି। ୧୨୦୦ କିଲୋୱାଟ୍‌ର ହାଇଡ୍ରୋଜେନ୍‌ ଇନ୍ଧନ ସେଲ୍‌ ଏଥିରେ ଲାଗିଛି। ଟ୍ରେନ୍‌ଟି ଘଣ୍ଟା ପ୍ରତି ସର୍ବାଧିକ ୭୫ କିମି ବେଗରେ ଚାଲିବ। ଟ୍ରେନ୍‌ ଚଳାଚଳ ସଫଳ ହେବା ପରେ ଆଗାମୀ ଦିନରେ ସଂପୂର୍ଣ୍ଣ ବିଦ୍ୟୁତ୍‌କରଣ ହୋଇ ନଥିବା ମାର୍ଗରେ ହାଇଡ୍ରୋଜେନ୍‌ ଇନ୍ଧନରେ ପରିଚାଳିତ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯିବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବା ସମ୍ଭାବନା ରହିଛି ହରିୟାଣାର ମନ୍ତ୍ରୀ କୃଷ୍ଣକୁମାର ବେଦୀ କହିଛନ୍ତି। ଉକ୍ତ ଟ୍ରେନ୍‌ର ଡିଜାଇନ ଓ ବିକାଶ ସଂପୂର୍ଣ୍ଣ ଭାବେ ଭାରତରେ ହୋଇଛି। ଏହା ହେବ ହାଇଡ୍ରୋଜେନ୍‌ରେ ଚାଳିତ ବିଶ୍ବର ସବୁଠୁ ଲମ୍ବା ଟ୍ରେନ୍‌। ଜିନ୍ଦ୍‌-ସୋନିପତ୍‌ ମାର୍ଗକୁ ହାଇ‌ଡ୍ରୋଜେନ ଟ୍ରେନ୍‌ ଚଳାଚଳର ପାଇଲଟ୍‌ କରିଡର ଭାବେ ଚୟନ କରାଯାଇଛି। 

ଗଡ଼କରୀଙ୍କ ସୂଚନା: ଭୁବନେଶ୍ବର-ପୁରୀ-କୋଣାର୍କ ରାସ୍ତାରେ ଚାଲିବ ଗ୍ରିନ୍‌ ହାଇଡ୍ରୋଜେନ୍‌ ଟ୍ରକ୍‌

ଜିନ୍ଦ୍‌ଠାରେ ଏକ ହାଇଡ୍ରୋଜେନ୍‌ ଷ୍ଟୋରେଜ୍‌ ଓ ଇନ୍ଧନ ଭର୍ତ୍ତି ବ୍ୟବସ୍ଥା କରାଯାଇଛି। ପେଟ୍ରୋଲିୟମ୍‌ ଆଣ୍ଡ୍‌ ଏକ୍ସପ୍ଲୋସିଭସ୍‌ ସେଫ୍‌ଟି ଅର୍ଗାନାଇଜେସନ୍‌ (ପେସୋ) ପକ୍ଷରୁ ଏଥିପାଇଁ ଆବଶ୍ୟକ ଲାଇସେନ୍ସ ପ୍ରଦାନ କରାଯାଇଛି। ହାଇଡ୍ରୋଜେନ୍‌ ଲିକ୍‌, ନିଆଁ ଆଦି ଚିହ୍ନଟ କରିବା ବ୍ୟବସ୍ଥା ହୋଇଛି। ହାଇଡ୍ରୋଜେନ ଇନ୍ଧନ ସେଲ୍‌ ପ୍ରଯୁକ୍ତି ଜରିଆରେ ହାଇଡ୍ରୋଜେନ ଓ ଜଳୀୟ ବାଷ୍ପ ମଧ୍ୟରେ ରସାୟନିକ ପ୍ରତିକ୍ରିୟାରେ ବିଦ୍ୟୁତ୍‌ ଉତ୍ପାଦନ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.