Indian Para Shooter: ବିଶ୍ବ ପାରା ସୁଟିଂ: ଭାରତକୁ ସ୍ବର୍ଣ୍ଣ, ରୌପ୍ୟ

1 day ago 1
ARTICLE AD BOX

ଭାରତୀୟ ପାରା ସୁଟରମାନେ ଚଳିତ ଚାଙ୍ଗୱନ୍‌ ୨୦୨୬ ଡବ୍‌ଲ୍ୟୁଏସ୍‌ପିଏସ୍‌ ପାରା ସୁଟିଂ ବିଶ୍ବ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ କରାୟତ୍ତ କରିଛନ୍ତି।

 ଭାରତକୁ ସ୍ବର୍ଣ୍ଣ, ରୌପ୍ୟ

ଚାଙ୍ଗୱନ: ଭାରତୀୟ ପାରା ସୁଟରମାନେ ଚଳିତ ଚାଙ୍ଗୱନ୍‌ ୨୦୨୬ ଡବ୍‌ଲ୍ୟୁଏସ୍‌ପିଏସ୍‌ ପାରା ସୁଟିଂ ବିଶ୍ବ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣରୌପ୍ୟ ପଦକ କରାୟତ୍ତ କରିଛନ୍ତି। ମିଲି ଶାହ, ମୋନା ଅଗ୍ରୱାଲ ଓ ଅବନୀ ଲେଖାରାଙ୍କୁ ନେଇ ଗଠିତ ଭାରତୀୟ ଦଳ ଆର୍‌୨ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଷ୍ଟାଣ୍ଡିଂ ଏସ୍‌ଏଚ୍‌୧ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ସେହିଭଳି ରାକେଶ ନିଦାଗୁଣ୍ଡି, ଆନନ୍ଦ କ୍ରିଷ୍ଣା, ସ୍ବରୂପ ଉନ୍‌ହଲ୍‌କାରଙ୍କ ନେଇ ଗଠିତ ଭାରତୀୟ ଦଳ ଆର୍‌୧ ପୁରୁଷ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍‌ଏଚ୍‌୧ ଦଳଗତ ଇଭେଣ୍ଟ୍‌ରେ ରୌପ୍ୟ ପାଇଥିଲେ। ୫ ସିରିଜ୍‌ରେ ଏମାନେ ୧୮୩୬.୩ ସ୍କୋର୍‌ କରିଥିଲେ। ମହିଳା ଦଳ ୧୮୭୮.୬‌ ସ୍କୋର୍‌ କରିଥିଲେ। ବ୍ୟକ୍ତିଗତ ବର୍ଗରେ ମୋନା ଓ ଅବନୀ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।

ନାଗରିକଙ୍କୁ ସାଉଦି ଆରବ ଯାତ୍ରା ପୁନଃବିଚାର କରିବାକୁ ପରାମର୍ଶ ଦେଲା ଆମେରିକା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.