ARTICLE AD BOX
ନୂଆଦିଲ୍ଲୀ: ସଦ୍ୟ ନୂଆ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଥିବା ଭାରତୀୟ ହାଇ ଜମ୍ପର୍ ସର୍ବେଶ କୁଶାରେ ଡାଇମଣ୍ଡ ଲିଗ୍ରେ ପଦାର୍ପଣ କରିବେ। ମୋନାକୋରେ ଆୟୋଜିତ ହେବାକୁ ଥିବା ଡାଇମଣ୍ଡ ଲିଗ୍ରେ ବିଶ୍ବର ଏଲିଟ୍ ହାଇ ଜମ୍ପର୍ଙ୍କ ସହ ପ୍ରତିନ୍ଦ୍ବିଦ୍ବିତା କରିବେ। ୩୧ ବର୍ଷୀୟ କୁଶାରେଙ୍କ ସହ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତଥା ୩ ଥରର ବିଶ୍ବବିଜେତା କତରର ମୁତାଜ ଇସା ବାର୍ସିମ ସହ ଟ୍ରଫି ଲଢ଼େଇକୁ ଓହ୍ଲାଇବେ।
BBL 2026: ଭାରତରେ ହେବ ବିବିଏଲ୍ ମ୍ୟାଚ୍
ପ୍ରଥମ ଭାରତୀୟ ପୁରୁଷ ହାଇଜମ୍ପର୍
୧୦ ଜଣିଆ ଏହି ପ୍ରତିଯୋଗିତାରେ ବାର୍ସିମଙ୍କ ବାଦ୍ ୨୦୨୫ ବିଶ୍ବ କାଂସ୍ୟ ବିଜେତା ଚେକ୍ ଗଣରାଜ୍ୟର ଜାନ୍ ଷ୍ଟିଫେଲା, ବିଶ୍ବ ଇନ୍ଡୋର ବିଜେତା ୟୁକ୍ରେନ୍ର ଓଲେ ଡୋରୋସ୍ଚୁକ୍, ୨୦୨୩ ବିଶ୍ବ ରୌପ୍ୟ ବିଜେତା ଆମେରିକାର ଜୁଭନ୍ ହାରିସନ୍ ରହିଛନ୍ତି। ଗତ ମାସରେ ଭୁବନେଶ୍ବରରେ ଆୟୋଜତି ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ୨.୩୧ ମିଟର ଡେଇଁ ସ୍ବର୍ଣ୍ଣ ଜିତିଥିବା କୁଶାରେ ଚଳିତ ଋତୁରେ ଶ୍ରେଷ୍ଠ ମାର୍କରେ ଗ୍ରେଟ୍ ବ୍ରିଟେନ୍ର ଜାକ୍ କିମିନିଙ୍କ ସହ ଯୁଗ୍ମ ଦ୍ବିତୀୟରେ ରହିଛନ୍ତି। ଉଭୟଙ୍କଠୁ ଆଗରେ ଡୋରୋସ୍ଚୁକ୍ ରହିଛନ୍ତି। ଜୁନ୍ ୨୭ରେ ତେଜସ୍ବିନ ଶଙ୍କର (୨.୨୯ ମିଟର)ଙ୍କ ନାମରେ ୮ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଥିଲେ। ସଂପ୍ରତି ସେ ଏସୀୟ ଲଙ୍ଗ ଜମ୍ପର୍ଙ୍କ ମଧ୍ୟରେ ୧ ନଂ ସ୍ଥାନରେ ରହିଛନ୍ତି। ସେ ମଧ୍ୟ ପ୍ରଥମ ଭାରତୀୟ ପୁରୁଷ ହାଇଜମ୍ପର୍ ଭାବେ ଗତ ବର୍ଷ ଟୋକିଓରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିଲେ।

3 weeks ago
13


