ARTICLE AD BOX
ନୂଆଦିଲ୍ଲୀ: ଗତ ଏଫ୍ଆଇଏଚ୍ ହକି ବିଶ୍ବକପ୍ ୨୦୨୬ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ର ଶେଷ ସମୟରେ ଗୋଲ୍ ଅଟକାଇବା ପାଇଁ ଭାରତୀୟ ଗୋଲ୍କିପର ବିଚୁ ଦେବୀ କାରିବାମଙ୍କୁ ମିଳିଛି ମ୍ୟାଜିକ୍ ସ୍କିଲ୍ ପୁରସ୍କାର। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ର ଶେଷ ମିନିଟ୍ରେ ତାଙ୍କର ଏହି ଗୋଲ୍ ସେଭ୍ ଭାରତକୁ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚାଇଥିଲା। ଫଳରେ ଭାରତ ୫୨ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ସହ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ଆପଣମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ: ବିଚୁ
ଭାରତୀୟ ଗୋଲ୍କିପର ବିଚୁ ୫୨ ପ୍ରତିଶତ ଭୋଟ୍ ପାଇଥିଲେ। ତାଙ୍କର ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ଜର୍ମାନୀର ୟାନି ଝୋଙ୍ଗ ଓ ନେଦରଲାଣ୍ଡ୍ସର ଜୁଦିଥ ଭାନ୍ଦେରମେଇରେନ୍ ବହୁ ପଛରେ ରହିଯାଇଥିଲେ। ହକି ଇଣ୍ଡିଆ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ବିଚୁ କହିଛନ୍ତି, “ଇଂଲଣ୍ଡ ବିପକ୍ଷରେ କରିଥିବା ସେଭ୍ଟି ମୋ ପାଇଁ ବିଶେଷ ମୁହୂର୍ତ୍ତ ଥିଲା। ଆପଣମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ। ଏସୀୟ କ୍ରୀଡ଼ାରେ ଆଗାମୀ ୧୦ ଦିନ ମଧ୍ୟ ଆମକୁ ଦୟାକରି ସମର୍ଥନ କରନ୍ତୁ!”। ଅନ୍ୟପକ୍ଷରେ ପୁରୁଷ ପୁରସ୍କାର ୱେଲ୍ସ ବିପକ୍ଷ ଗୋଲ୍ ସେଭ୍ ପାଇଁ ପାକିସ୍ତାନର ଅବ୍ଦୁଲ ରହମାନଙ୍କୁ ମିଳିଛି।

15 minutes ago
1

