India slams Pakistan: ମୋଦୀଙ୍କୁ ନେଇ ପାକ୍‌ ପ୍ରତିରକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲା ଭାରତ

4 weeks ago 12
ARTICLE AD BOX

ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟର ଭାରତ କଡ଼ା ଭାଷାରେ ପ୍ରତ୍ୟୁତ୍ତର ଦେଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଖ୍ୱାଜା ଆସିଫ୍‌ଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି। ନିଜ ଦେଶର ବିଫଳତା ଓ ଆଭ୍ୟନ୍ତରୀଣ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ସେ ଭାରତ ବିରୋଧରେ ଅନାଧାର ଓ ଉତ୍ତେଜନାମୂଳକ ବୟାନ ଦେଉଛନ୍ତି।

ନିକଟରେ ଏକ ସାକ୍ଷାତ୍‌କାରରେ ଖ୍ୱାଜା ଆସିଫ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବୀପରାଷ୍ଟ୍ର ସେସେଲ୍ସରୁ ପାଇଥିବା ସର୍ବୋଚ୍ଚ ସମ୍ମାନକୁ ତାଚ୍ଛଲ୍ୟ କରି ସେ ଏହାକୁ ‘ଇଞ୍ଜିନିୟର୍ଡ’ ସ୍ୱୀକୃତି ବୋଲି କହିଥିଲେ। ଖ୍ବାଜା ଆସିଫ୍‌ଙ୍କ ମନ୍ତବ୍ୟକୁ ଭାରତ ଈର୍ଷାର ପରିଣାମ ବୋଲି କହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ନେତୃତ୍ୱ ନିରନ୍ତର ଭାରତ ବିରୋଧରେ ବିଷୋଦ୍‌ଗାର କରୁଛି, କିନ୍ତୁ ଏହାଦ୍ୱାରା ସତ୍ୟକୁ ଲୁଚାଇ ହେବ ନାହିଁ। 

ପାକିସ୍ତାନ ଆଜି ବିଶ୍ୱରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ଭାବେ ପରିଚିତ। ଭାରତ କହିଛି ଯେ, ପାକିସ୍ତାନ ସରକାର ନିଜ ଦେଶର ଆର୍ଥିକ ସଙ୍କଟ, ଆଭ୍ୟନ୍ତରୀଣ ଅସ୍ଥିରତା ଓ ଆତଙ୍କବାଦ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଭାରତ ବିରୋଧୀ ବୟାନ ଦେଇ ରାଜନୈତିକ ଫାଇଦା ସାଉଁଟିବାକୁ ଚେଷ୍ଟା କରୁଛି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏପରି ଅଭିଯୋଗର କୌଣସି ଆଧାର ନାହିଁ ଏବଂ ଭାରତ ଏଭଳି ବକ୍ତବ୍ୟକୁ ଗୁରୁତ୍ୱ ଦେଉନାହିଁ। 

GAS: ଗ୍ୟାସ୍‌ ଭଣ୍ଡାର ସୃଷ୍ଟି କରାଯିବ: ସଙ୍କଟ ସମୟରେ ବ୍ୟବହାର ହେବ

ଜୟସ୍ୱାଲ କହିଛନ୍ତି, ଖ୍ୱାଜା ଆସିଫ୍‌ଙ୍କ ବକ୍ତବ୍ୟ ଦାୟିତ୍ୱହୀନ ଓ ଅସଙ୍ଗତ। ଏହା କେବଳ ତାଙ୍କର ଈର୍ଷା ଓ ହତାଶାକୁ ପ୍ରକାଶ କରୁଛି। ଭାରତ ଆହୁରି କହିଛି ଯେ, ଆତଙ୍କବାଦ ବିରୋଧରେ ଆମର ନୀତି ସ୍ପଷ୍ଟ ଓ ଦୃଢ଼। ଦେଶର ସାର୍ବଭୌମତ୍ୱ ଓ ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ପାକିସ୍ତାନ ଯଦି ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଚାହୁଛି, ତେବେ ପ୍ରଥମେ ସୀମାପାର ଆତଙ୍କବାଦ ବନ୍ଦ କରିବା ସହ ଉତ୍ତେଜନାମୂଳକ ବୟାନରୁ ଦୂରେଇ ରହିବା ଆବଶ୍ୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.