ARTICLE AD BOX
ଗ୍ଲାସଗୋ: ରବିବାର ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୦ ପଦକ (୭ ସ୍ବର୍ଣ୍ଣ) ଜିତିବା ପରେ ଏକ ରାତ୍ରୀଭୋଜନରେ ଏକାଠି ଉତ୍ସବ ମନାଇଥିଲେ। ଗ୍ଲାସ୍ଗୋରେ ଥିବା ଏକ ଭାରତୀୟ ରେସ୍ତୋରାଁରେ କିନ୍ତୁ ଲଭଲୀନାଙ୍କ ପାଇଁ ଏକ ଅଜବ ଚିତ୍ର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସେ କଷ୍ଟ ପାଇଥିଲେ। ରେସ୍ତୋରାଁ ବାହାର କାନ୍ଥରେ ଲାଗିଥିବା ଏକ ଭାରତୀୟ ମାନଚିତ୍ରରେ ‘ଉତ୍ତର ପୂର୍ବ’ ଅଞ୍ଚଳ ସ୍ଥାନିତ ନଥିବାରୁ ସେ ଏହାକୁ ନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଲିମ୍ପିକ୍ସ ପଦକ ବିଜୟିନୀ ୨୮ ବର୍ଷୀୟା ଲଭଲୀନା କହିଥିଲେ ଏହି ମାନଚିତ୍ରରେ ‘ଉତ୍ତର ପୂର୍ବ’ ଅଞ୍ଚଳକୁ କାଟି ଦିଆଯାଇଛି। ଏହା ଆମକୁ କଷ୍ଟ ଦେଇଛି।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ଭବିଷ୍ୟତରେ ଏଥି ପ୍ରତି ନଜର ଦେବେ ବୋଲି କହିଥିବା ଏକ ଖବର ସରବରାହ ସଂସ୍ଥା ପ୍ରକାଶ କରିଛି। ଏହାକୁ କୌଣସି ଖରାପ ଅର୍ଥରେ ନେବେ ନାହିଁ। ଏହା ଭାରତ ମାନଚିତ୍ର ହୋଇଥିବାରୁ ମୁଁ କହିବାକୁ ବାଧ୍ୟ ହେଲି। ମୁଁ ଉତ୍ତର ପୂର୍ବ ଭାରତରୁ ଆସିଥିବାରୁ ବିଶେଷ ମନ ଖରାପ ହୋଇଛି। ଏହା ପରେ ରେସ୍ତୋରାଁ କର୍ତ୍ତୃପକ୍ଷ ମାନଚିତ୍ରରେ ସଂଶୋଧନର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ରାତ୍ରୀଭୋଜନ ଉତ୍ସବରେ ଉପସ୍ଥିତ ଥିବା ଭାରତୀୟ ମୁଷ୍ଟିଯୁଦ୍ଧ ସଂଘ ସଭାପତି ଅଜୟ ସିଂହ କହିଛନ୍ତି ‘ସମ୍ପୂର୍ଣ୍ଣ ପ୍ରସଙ୍ଗଟି ଶାନ୍ତ ଭାବରେ ବୁଝାଇ ଦିଆଯାଇଛି। କୌଣସି ମୁକାବିଲାମୂଳକ ପରିସ୍ଥିତି ହୋଇନାହିଁ। ମାନଚିତ୍ରରେ ଥିବା ଭୁଲ୍କୁ ରେସ୍ତୋରାଁ ମାଲିକ ସ୍ବୀକାର କରିଛନ୍ତି ଏବଂ ସଂଶୋଧନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟେ, ଏହି ଲୋକପ୍ରିୟ ରେସ୍ତୋରାଁ ପୂର୍ବରୁ ମଧ୍ୟ ଭ୍ରମଣକାରୀ ଭାରତୀୟ କ୍ରୀଡ଼ା ଦଳଗୁଡ଼ିକ ପାଇଁ ରାତ୍ରୀଭୋଜନର ବ୍ୟବସ୍ଥା କରି ଆସୁଥିଲା।

1 month ago
10


