India Gold Demand Value: ହ୍ରାସ ପାଇଲା ସୁନାର ଚାହିଦା ଓ ଆମଦାନି

4 days ago 4
ARTICLE AD BOX

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶରେ ୧୩୯.୭ ଟନ୍‌ ସୁନାର କାରବାର ହୋଇଥିଲା। ପରିମାଣ ଦୃଷ୍ଟିରୁ ଯଦିଓ ଏହା ଗତବର୍ଷର ସେହି ସମୟ ତୁଳନାରେ ୬ ପ୍ରତିଶତ କମ୍‌, କିନ୍ତୁ ମୂଲ୍ୟ ଅନୁସାରେ ରେକର୍ଡ ସୃଷ୍ଟି ହୋଇଛି। ଏହି ସୁନାର ମୂଲ୍ୟ ହେଉଛି ୧,୯୮,୧୦୦ କୋଟି ଟଙ୍କା। ତାହା ଗତବର୍ଷର ପ୍ରଥମ ତ୍ରୈମାସିକରେ ହୋଇଥିବା ୧,୩୨,୫୦୦ କୋଟି ଟଙ୍କା କାରବାରଠାରୁ ଯଥେଷ୍ଟ ଅଧିକ ବୋଲି ବିଶ୍ବ ସୁନା ପରିଷଦ (ଡବ୍ଲ୍ୟୁଜିସି) ତଥ୍ୟରୁ ଜଣାପଡ଼ିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନଜରରେ ରଖି ସୁନା କିଣାଠାରୁ ଦୂରେଇ ରହିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ବାନ ପ୍ରଭାବରେ ସୁନା ଚାହିଦା ହ୍ରାସ ପାଇଛି।

ଭୂରାଜନୈତିକ ସଙ୍କଟ, ଉଚ୍ଚ ସୁଧ ହାର ଓ ଦରବୃଦ୍ଧି ଜାରି ରହିଥିବାରୁ ଚଳିତ ବର୍ଷ ଭାରତରେ ସୁନା ଚାହିଦା ୬୫୦ରୁ ୭୫୦ ଟନ୍‌ ମଧ୍ୟରେ ରହିବ ବୋଲି ସୁନା ପରିଷଦ ଆକଳନ କରିିଛି। ସୁନା ଆମଦାନି ଉପରେ ଶୁଳ୍କ ବୃଦ୍ଧି ମଧ୍ୟ ଚାହିଦା ହ୍ରାସର ଅନ୍ୟତମ କାରଣ କୁହାଯାଉଛି। ଯଦି ଖୁଚୁରା ବଜାରରେ ସୁନା ଦର ହ୍ରାସ ପାଇବ ଓ ଆମଦାନି ଶୁଳ୍କ କମ୍‌ ହେବ ତେବେ ଆଗାମୀ ଦିନରେ ସୁନା ଚାହିଦାରେ ବୃଦ୍ଧି ହୋଇପାରେ ବୋଲି ସୁନା ପରିଷଦ ଆକଳନ କରିଛି। ପ୍ରଥମ ତ୍ରୈମାସିକରେ ମୋଟ୍‌ ଅଳଙ୍କାର ଚାହିଦା ୧୫ ପ୍ରତିଶତ ହ୍ରାସ ପାଇ ୭୫.୧ ଟନ୍‌କୁ ଖସିଆସିଛି। 

ବିବାହ ପରେ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ, ଏବେ ପ୍ରେମିକ ଫେରାର୍‌, ଧାରଣାରେ ଯୁବତୀ

ଗତବର୍ଷ ଏହି ସମୟରେ ଚାହିଦା ୮୮.୮ ଟନ୍‌ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁନା ନ କିଣିବା ଆହ୍ବାନ ପାଇଁ ଅଳଙ୍କାର ବିକ୍ରି ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି। ତେବେ ଆମଦାନି ଶୁଳ୍କ‌ରେ ବୃଦ୍ଧି କରାଯିବା ପ‌ରେ ସୁନାର ଚୋରା କାରବାର ବଢ଼ିଥିବା କୁହାଯାଉଛି। ତେବେ ସୁନାରେ ନିବେଶ ବେଶ୍‌ ଉତ୍ସାହଜନକ ରହିଛି। ଗ୍ରାହକମାନେ ଏହି ତିନି ମାସରେ ୫୦.୩ ଟନ୍‌ର ସୁନା ବାର୍‌ ଓ କଏନ୍ କିଣିଥିଲେ। ଭାରତୀୟ ସୁନା ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ (ଇଟିଏଫ୍‌)ରେ ୪.୨ ଟନ୍‌ ସୁନା ମୂଲ୍ୟର ରାଶି ନିବେଶ ହୋଇଥିଲା।

ଅଳଙ୍କାର ଚାହିଦା ୧୫% ହ୍ରାସ

 ଏହି ସମୟରେ ଦେଶରେ ସୁନା ରିସାଇକଲିଂ ପରିମାଣ ୧୭ ପ୍ରତିଶତ ହ୍ରାସ ପାଇ ୧୯.୨ ଟନ୍‌କୁ ଖସିଆସିଛି। ପୂର୍ବବର୍ଷ ସେହି ସମୟରେ ୨୩.୧ ଟନ୍‌ ସୁନା ରିସାଇକ୍ଲିଂ କରାଯାଇଥିଲା। ଆଲୋଚ୍ୟ ତିନି ମାସରେ ଦେଶକୁ ୯୮.୧ ଟନ୍‌ ସୁନା ଆମଦାନି କରାଯାଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୨୩ ପ୍ରତିଶତ କମ୍‌। ଏପ୍ରିଲ୍‌-ଜୁନ୍ ତ୍ରୈମାସିକରେ ଦେଶରେ ସୁନାର ହାରାହାରି ମୂଲ୍ୟ ୧୦ ଗ୍ରାମକୁ ୧,୫୦,୭୪୪ ଟଙ୍କା ୮୦ ପଇସା ଥିଲା। ଏହା ପୂର୍ବବର୍ଷର ସେହି ସମୟର ଦର ୯୪,୮୭୫.୯ ଟଙ୍କାଠାରୁ ଯଥେଷ୍ଟ ଅଧିକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.