India Book of Record: ଆଣ୍ଠୁ ପ୍ରଘାତରେ ସଚିନଙ୍କ ନୂଆ ରେକର୍ଡ

1 day ago 1
ARTICLE AD BOX

ଭୁବନେଶ୍ୱର: ‘ନି-ଷ୍ଟ୍ରାଇକର୍‌ ଅଫ୍‌ ଇଣ୍ଡିଆ’ ଭାବେ ପରିଚିତ ସଚିନ ବେହେରା ମଙ୍ଗଳବାର ନୂଆ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସ୍ଥାପନ କରିଛନ୍ତି। ସେ ଗୋଟିଏ ଗୋଡ଼ରେ ୧ କେଜି ଓଜନର ଆଙ୍କଲ ୱେଟ୍ ପିନ୍ଧି ମାତ୍ର ୧ ମିନିଟରେ ୧୦୩ ଥର ଫୁଲ୍-କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ (ଆଣ୍ଠୁ ପ୍ରଘାତ) କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ଏହି ରେକର୍ଡ ପ୍ରୟାସ ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱରସ୍ଥିତ ଓଭରଅଲ୍ ସ୍ପୋର୍ଟସ ଏକାଡେମିଠାରେ ଅନୁଷ୍ଠିତ ହୋଇଥିଲା।

ପୂର୍ବରୁ ଗିନିଜ୍ ରେକର୍ଡରେ ନିଜ ନାଁ ଲେଖାଇଥିଲେ

ଏହାର ସ୍ୱୀକୃତି ପତ୍ର ମଙ୍ଗଳବାର (୧୫ ସେପ୍ଟେମ୍ବର) ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କର୍ତ୍ତୃପକ୍ଷଙ୍କଠାରୁ ତାଙ୍କୁ ଇ-ମେଲ୍‌ରେ ମିଳିଛି। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ସାକ୍ଷୀ ଭାବେ ସୌମ୍ୟ ରଞ୍ଜନ ଦାସ ଓ ଅନ୍ତର୍ଯ୍ୟାମୀ ବେହେରା, କିକ୍ ପ୍ୟାଡ୍ ସହାୟକ ଭାବେ କୃପାସିନ୍ଧୁ ବାରିକ ଓ ଟାଇମ୍ କିପର୍ ଭାବେ ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ଥିଲେ। ସଚିନ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ୍‌ ଅନ୍ତର୍ଗତ ଲର୍କା ଗାଁର ଲକ୍ଷ୍ମୀ ପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ପୁଅ। ପୂର୍ବରୁ ୨୦୧୯ ମସିହାରେ ୧ ମିନିଟରେ ୧୩୭ ନି-ଷ୍ଟ୍ରାଇକ୍ କରି ପ୍ରଥମ ଥର ଗିନିଜ୍ ରେକର୍ଡରେ ନିଜ ନାଁ ଲେଖାଇଥିଲେ। ଏହି ରେକର୍ଡ ପୂର୍ବରୁ ଭାରତର ଜୟନ୍ତ ରେଡ୍ଡୀ (୧୧୫)ଙ୍କ ନାଁରେ ଥିଲା‌। ସେହିଭଳି ୨୦୨୨ରେ ସେ ଦୁଇ ଗୋଡ଼ରେ ୫ କେଜି ଆଙ୍କେଲ ୱେଟ୍‌ ସହ ୧ ମିନିଟ୍‌ରେ ୧୦୪ ଥର ନି ଷ୍ଟାଇକ୍‌କେରି ଆଉ ଏକ ଗିନିଜ୍‌ ରେକର୍ଡ କରିଥିଲେ। ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ମହମ୍ମଦ ରସିଦ (୧୦୦)ଙ୍କ ନାଁରେ ଥିଲା।

Formula One: ଭାରତକୁ ଫେରିବ ‘ଫର୍ମୁଲା ୱାନ୍‌’

ସଚିନ ସଂପ୍ରତି ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଅର୍ଥୋଫେଡିକ୍‌ ବିଭାଗରେ ଫିଜିଓଥେରାପିରେ ସ୍ନାତକୋତ୍ତର (ଏମ୍‌ପିଟି) ଅଧ୍ୟୟନ କରୁଛନ୍ତି। ଏବେ ଗୋଟିଏ ଗୋଡ଼ରେ ୧ କେଜି ଓଜନର ଆଙ୍କଲ ୱେଟ୍ ପିନ୍ଧି ଫୁଲ୍-କଣ୍ଟାକ୍ଟ ନି-ଷ୍ଟ୍ରାଇକ୍‌ରେ ଗିନିଜ୍‌ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.