Income tax return data: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ବିଲିଓନେୟାରଙ୍କ ସଂଖ୍ୟା ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି

6 days ago 4
ARTICLE AD BOX

ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ବିଲିଓନେୟାରଙ୍କ ସଂଖ୍ୟା ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ୨୦୨୧-୨୨ରେ ୧୪୨ ଜଣ ବିଲିଓନେୟାର ଥିଲେ। ୨୦୨୫-୨୬ ସୁଦ୍ଧା ସେମାନଙ୍କ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଛି। ସରକାର ସେମାନଙ୍କ ସଂଖ୍ୟା ପ୍ରକାଶ କରିଛନ୍ତି, କିନ୍ତୁ ବ୍ୟକ୍ତିଗତ ଆୟ ବିବରଣୀ ଦେଇନାହାନ୍ତି। ୧୦୦ କୋଟି ଟଙ୍କାରୁ ସମ୍ପତ୍ତିର ମାଲିକମାନଙ୍କୁ ବିଲିଓନେୟାର କୁହାଯାଉଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦୌସା କଂଗ୍ରେସ ସାଂସଦ ମୁରାରିଲାଲ ମୀନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ କହିଛନ୍ତି ଯେ ଆୟକର ଆଇନରେ ବିଲିଓନେୟାର ଶବ୍ଦର କୌଣସି ବୈଧାନିକ ପରିଭାଷା ନାହିଁ।

ଭାରତରେ ୫୭୬ ବିଲିଓନେୟାର

ତଥାପି ଯେଉଁମାନେ ବାର୍ଷିକ ୧୦୦ କୋଟି ଟଙ୍କା କିମ୍ବା ତାଠାରୁ ଅଧିକ ଆୟ ଦେଖାଉଛନ୍ତି ସେମାନଙ୍କର ବିବରଣୀ ସେମାନଙ୍କ ଆୟକର ରିଟର୍ଣ୍ଣରେ ଦିଆଯାଇଛି।

ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା, ଯାତ୍ରୀଙ୍କ ମଧ୍ୟରେ ଖେଳିଲା ଆତଙ୍କ

୨୦୨୧-୨୨ରେ ବିଲିଓନେୟାରଙ୍କ ସଂଖ୍ୟା ୧୪୨, ୨୦୨୨-୨୩ରେ ୩୦୧, ୨୦୨୩-୨୪ରେ ୨୮୪, ୨୦୨୪-୨୫ରେ ୪୧୫ ଓ ୨୦୨୫-୨୬ରେ ୫୭୬ ହୋଇଥିଲା। ସରକାରଙ୍କ ପାଖରେ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ କୌଣସି ବିବରଣୀ ନାହିଁ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ସରକାରଙ୍କ ପାଖରେ କରଦାତାଙ୍କ ସମ୍ପତ୍ତି ସମ୍ପର୍କରେ କୌଣସି ସରକାରୀ କିମ୍ବା ସଂକଳିତ ତଥ୍ୟ ନାହିଁ କାରଣ ସମ୍ପତ୍ତି କର ଆଇନ ୧୯୫୭କୁ ୨୦୧୬ ଏପ୍ରିଲରେ ରଦ୍ଦ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.