IIT Bombay: ଆଇଆଇଟି ବମ୍ବେରେ ଆଲୋଡ଼ନ: ପରୀକ୍ଷାରେ ଚାଟ୍‌ଜିପିଟି ବ୍ୟବହାର ଅଭିଯୋଗ ପରେ ଜୀବନ ହାରିଲେ ଛାତ୍ର

16 minutes ago 1
ARTICLE AD BOX

ମୁମ୍ବାଇ : ମୁମ୍ବାଇର ପୱାଇ ଅଞ୍ଚଳରେ ଆଇଆଇଟି ବମ୍ବେରେ ଛାତ୍ର ଆତ୍ମହତ୍ୟା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଜଣେ ଛାତ୍ର ପରୀକ୍ଷା ସମୟ‌‌ରେ ଚାପ୍‌ଜିପିଟି ବ୍ୟବହାର କରୁଥିବା ଅଭିଯୋଗ ହେବାପରେ ସେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ବିରୋଧ କରି ଆଜି ଆଇଆଇଟି ବମ୍ବେ ପରିସରର ଆଜି ଛାତ୍ରମାନେ ଆନ୍ଦୋଳନ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆତ୍ମହତ୍ୟା କରିଥିବା ଛାତ୍ର ହେଉଛନ୍ତି ଜଣେ ଦ୍ବିତୀୟ ବର୍ଷର ଛାତ୍ର। ସେ ପରୀକ୍ଷା ସମୟରେ ଚା‌ଟ୍‌ଜିପିଟି ବ୍ୟବହାର କରୁଥିବାବେଳେ ଧରାପଡ଼ିଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପୁଲିସ ଏହି ଘଟଣାରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ନେଇ ଏକ ମାମଲା ରୁଜୁ କରିଛି। ପୀଡ଼ିତଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ମୃତ ଛାତ୍ରଙ୍କ ନାଁ ସାହିଲ ୱାକୋଡ଼ (୧୯)। ସେ ମହାରାଷ୍ଟ୍ର ୟବତମାଲ ଜିଲ୍ଲା ବାସିନ୍ଦା। ଶୁକ୍ରବାର ସନ୍ଧ୍ୟାରେ ୱାକୋଡ଼ ତାଙ୍କ ହଷ୍ଟେଲ ନମ୍ବର ୪ ସ୍ଥିତ ରୁମ୍‌ର ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ।

ଆହୁରି ପଢନ୍ତୁ: Central Government: ୧୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କଲେ କେନ୍ଦ୍ର ସରକାର: ଦିଲ୍ଲୀ, ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକ ସମେତ ୪ ହାଇକୋର୍ଟରେ ନୂତନ ବିଚାରପତି

ସେ ଏନର୍ଜି ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଥି‌ଲେ। ଉଲ୍ଲେଖଯୋଗ୍ୟ ଗତ ୫ ବର୍ଷ ମଧ୍ୟରେ ଆଇଆଇଟି ବମ୍ବେ ପରିସରରେ ଏହା ଚତୁର୍ଥ ଆତ୍ମହତ୍ୟା ମାମଲା। ଅନ୍ୟପକ୍ଷେ ଗତ ୬ ମାସ ମଧ୍ୟରେ ଆଇଆଇଟି ପୱାଇ ପରିସରରେ ଏହା ତୃତୀୟ ଆତ୍ମହତ୍ୟା। ଇତିମଧ୍ୟରେ ଆଇଆଇଟି ବମ୍ବେ ଏକ ବିବୃତି ଜାରି କରି କହିଛି ଯେ ପରୀକ୍ଷା ସମୟରେ ଛାତ୍ର ଜଣଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ସେ ଚାଟ୍‌ଜିପିଟିରେ ପ୍ରଶ୍ନପତ୍ର ଅପ୍‌ଲୋଡ୍‌ କରିବା ସମୟରେ ଧରା ପଡ଼ିଥିଲେ। ତେବେ ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି। ଏହା ତାଙ୍କ ଏକାଡେମିକ କ୍ୟାରିୟର୍‌କୁ ମଧ୍ୟ ପ୍ରଭାବିତ କରିବନି ବୋଲି ତାଙ୍କୁ ବୁଝାଯାଇଥିଲା। ଇତିମଧ୍ୟରେ ଦତ୍ତ ନଲାୱାଡ଼େ ଡିସିପି କହିଛନ୍ତି, ଏହି ଘଟଣାରେ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ଏକ ମାମଲା ରୁଜୁ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷେ ମୃତ ଛାତ୍ରଙ୍କ ମା’ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ନିର୍ଯାତନା ଦେଇ ମାରି ଦିଆଯାଇଛି। ସେ କହିଛନ୍ତି, ମୋ ପୁଅକୁ ମାରି ଦିଆଯାଇଛି। ତାକୁ ଅତି ସାଂଘାତିକ ନିର୍ଯାତନା ଦିଆଯାଇଛି। ମୁଁ ନ୍ୟାୟ ଚାହୁଛି ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Odisha Weather Alert: ଉତ୍ତର ଆଣ୍ଡାମାନରେ ଲଘୁଚାପ, ୨୧ରୁ ଦକ୍ଷିଣ ଓ ପୂର୍ବ ଉପକୂଳ ଓଡ଼ିଶାରେ ବର୍ଷା

ୱାକୋଡ଼ଙ୍କ ମୃତ୍ୟୁ ପରେ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ‌ଯେ କେଉଁ କାରଣ ପାଇଁ ଏହି ଘଟଣା ଘଟିଛି ତା’ର ସତ୍ୟତା ପ୍ରକାଶ କରଯାଉ ନାହିଁ। ଛାତ୍ରମାନେ ଦାବି କରିଛନ୍ତି , ମୃତ ଛାତ୍ରଙ୍କ ବିରୋଧରେ ଠକାମୀ ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବନ କରାଯିବାକୁଧମକ ଦିଆଯାଇଥିଲା। ସସ୍‌ପେଣ୍ଡ୍‌ ହେ‌ଲେ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ପଡ଼ିଥାନ୍ତା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୟରେ ଛାତ୍ର ଜଣଙ୍କ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି‌ ବୋଲି ଆନ୍ଦୋଳନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.