ARTICLE AD BOX
ଭୁବନେଶ୍ବର: ଇଣ୍ଡିଆନ ଇନ୍ଷ୍ଟିଟ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ ( Indian Institutional Ranking Framework) (IIRF)-୨୦୨୬ରେ ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ସେଗୁଡ଼ିକ ହେଲେ, ଏସ୍ସିବି ମେଡିକାଲ କଲେଜ ୧୫ତମ, ଭିମସାର ୬୪ତମ ଓ ଏମ୍କେସିଜି ମେଡିକାଲ କଲେଜ ୭୪ତମ ସ୍ଥାନରେ, ୧୬ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର ରହିଛି।
MKCG Medical College: ଏମ୍କେସିଜି ମେଡିକାଲ୍ କଲେଜରେ ପିଜି ପ୍ରଶ୍ନପତ୍ର ଲିକ୍: ସ୍ବତନ୍ତ୍ର ଟିମ୍ର ତନାଘନା
ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଏହାର ଏମ୍ସ ସମକକ୍ଷ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ ଏହି ରାଙ୍କିଂରେ ଆଗରେ ରହିଛି। ଏସସିବି ୧୫ତମ ସ୍ଥାନରେ ଥିବ ବେଳେ ୧୬ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର ଅଛି।
ଭୁବନେଶ୍ବର ଏମ୍ସ ଦେଶର ଚତୁର୍ଦ୍ଦଶ ଶ୍ରେଷ୍ଠ ମେଡିକାଲ୍ କଲେଜ
ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ସ୍ଥାନ ପାଇଥିବା ମେଡିକାଲ କଲେଜର ସମସ୍ତ ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, " ଏହି ରାଙ୍କିଂ ଆମ ପାଇଁ କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଏକ ପ୍ରେରଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଚିକିତ୍ସା ଶିକ୍ଷା, ଗବେଷଣା, ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସରତ ଏବଂ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି |

1 hour ago
2


