Hurdles Final: ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ୟାଶାସ୍‌, ସନ୍ତୋଷ

1 month ago 15
ARTICLE AD BOX

ଗ୍ଲାସ୍‌ଗୋ:ଭାରତର ୟାଶାସ୍‌ ପଲକ୍ଷା ଓ ସନ୍ତୋଷ କୁମାର ତାମିଲାରାସାନ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ୪୦୦ ମିଟର ବାଧାଦୌଡ଼ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଉଭୟ ଦ୍ରୁତତମ ତୃତୀୟ ସ୍ଥାନ ହାସଲକାରୀ ଭାବେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ହିଟ୍‌ରେ ୟାଶାସ୍‌ ୪୯.୬୫ ସେକେଣ୍ଡରେ ରେସ୍‌ ଶେଷ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିଭଳି ହିଟ୍‌-୨ରେ ସନ୍ତୋଷ ୫୯.୫୧ ସେକେଣ୍ଡ୍‌ରେ ରେସ୍‌ ଶେଷ କରିଥିଲେ। ନିୟମ ଅନୁସାରେ ପ୍ରତି ହିଟ୍‌ର ଶୀର୍ଷ ୨ ସ୍ଥାନରେ ଥିବା ଦୌଡ଼ାଳି ସିଧାସଳଖ ୮ ଜଣିଆ ଫାଇନାଲ୍‌କୁ ଉନ୍ନତି ହେବ। ହେଲେ ୟାଶାସ୍‌ ଓ ସନ୍ତୋଷ ତୃତୀୟ ସ୍ଥାନରେ ଥିବାରୁ ଉଭୟଙ୍କ ଶେଷ ତଥା ତୃତୀୟ ହିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ତୃତୀୟ ହିଟ୍‌ ପରେ ମୋଟ ଉପରେ ଦୁଇ ଜଣ ଯାକ ଭାରତୀୟ ଦ୍ରୁତ ତୃତୀୟ ସ୍ଥାନ ଅଧିକାରୀ ହୋଇଥିଲେ। ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଆଥ୍‌ଲେଟ୍‌ମାନେ ହେଲେ ଇଂଲଣ୍ଡର ସିମୁସ୍‌ ଡର୍ବିସାୟର (୪୮.୭୪), ଜେକ୍‌ ମିଶୁଂଲ (୪୮.୮୮), ‌ଡୋମିନିକାର ଡେନିକ ଲୁକେ (୪୯.୦୭), ନାଇଜେରିଆର ଇଜେକିଏଲ ନାଥନିଏଲ (୪୮.୬୯), ଗର୍ନସେର ଅଲାଷ୍ଟେୟର ଚାଲ୍‌ମର୍ସ (୫୮.୯୨) ଓ ଜାମାଇକାର ଆସିନି ୱିଲସନ୍‌ (୪୯.୧୯)।

Long Jump Silver: ଶ୍ରୀଶଙ୍କରଙ୍କୁ ଲଙ୍ଗ୍‌ଜମ୍ପ୍‌ ରୌପ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.