ARTICLE AD BOX
ଭୁବନେଶ୍ବର: ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥ୍ଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ। ଫଳରେ ଗୋଟିଏ ବୁଥ୍ରେ ୧୦ରୁ ୧୨ଟି ଅଲଗା ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ ରହୁଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ଏକ ୱାର୍ଡରେ ଭୋଟ୍ ଦେବାକୁ ପଡ଼ୁଛି। ଯାହାଫଳରେ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଗ୍ରାମାଞ୍ଚଳରେ ବି କେତେକ ସ୍ଥାନରେ ଭୋଟରଙ୍କର ବୁଥ୍ ପରିବର୍ତ୍ତନ ହୋଇଯାଉଛି। ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଘରକୁ ଘର ବୁଲି ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଯେଉଁ ୱାର୍ଡର ଯେତେ ଭୋଟର ଥିବେ ସେମାନଙ୍କୁ ସେହି ୱାର୍ଡରେ ମତଦାନ କରିବାର ସୁଯୋଗ ମିଳିବ। ବିଶେଷକରି ପରିବାରର ସମସ୍ତ ସଦସ୍ୟ ଗୋଟିଏ ବୁଥ୍ରେ ମତଦାନ କରିବାର ଅଧିକାର ପାଇବେ।
Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ
ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଅକ୍ଟୋବର ୨୬ରୁ ଘରକୁ ଘର ବୁଲି ଭୋଟର ତାଲିକାରେ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଉପରୋକ୍ତ ଦୁଇଟି ନିର୍ବାଚନକୁ ସ୍ବଚ୍ଛ, ନିର୍ଭୁଲ, ବ୍ୟବସ୍ଥିତ କରାଯାଇପାରିବ। ଏହାସହ ମତଦାନ ହାର ବଢ଼ିବ ବୋଲି କୁହାଯାଇଛି। ସେହିପରି ରାଜ୍ୟବ୍ୟାପୀ ସର୍ଭେ ହେବା ପୂର୍ବରୁ ସବୁଠୁ ଅଧିକ ଅବ୍ୟବସ୍ଥିତ ଭୋଟର ତାଲିକା ଥିବା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଇଲଟ୍ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ େହବ। ଏଥିେର ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନଂ-୧୦, ଭୁବନେଶ୍ୱର ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନଂ-୩୫ ଏବଂ ଭୁବନେଶ୍ୱର -ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନଂ-୫୨ରେ ଘରକୁ ଘର ସର୍ଭେ ହେବ।
Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ
ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ(ବିଏଲ୍ଓ) ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନେଇ ହୋଇଥିବା ଟିମ୍କୁ ଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ତଥା ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ କହିଛନ୍ତି।

2 weeks ago
5


