ARTICLE AD BOX
କାମଧନ୍ଦାରେ କୌଣସି ଆହ୍ବାନ ସାମନାକୁ ଆସିବ। ଧନଲାଭର ଅବସର ପ୍ରାପ୍ତ ହେବ। ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ। ବିଶେଷ କାମରେ ଫାଇଦା ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।
Photograph: (sambad.in)ମେଷ: କାମଧନ୍ଦାରେ କୌଣସି ଆହ୍ବାନ ସାମନାକୁ ଆସିବ। ଧନଲାଭର ଅବସର ପ୍ରାପ୍ତ ହେବ। ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।
ବୃଷ: ବିଶେଷ କାମରେ ଫାଇଦା ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ଯୋଗ ଅଛି। କୌଣସି କାମଧନ୍ଦା ଆପଣଙ୍କ ସାମନାକୁ ଆସିବ।
ମିଥୁନ: ଲକ୍ଷ୍ୟ ନର୍ଦ୍ଧାରିତ ପାଇଁ କୌଣସି ଯୋଜନା ପ୍ରସ୍ତୁତ ପାରନ୍ତି। ଭଲ ଖବର ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଧନଲଭ ହେବାର ସମ୍ଭାବନା। ଚାକିରିଜୀବୀଙ୍କୁ ସଫଳତା ମିଳିପାରେ।
କର୍କଟ: ଯେଉଁମାନେ ସୋସିଆଲ ସାଇଟ୍ ସହ ଯୋଡ଼ି ରହିଛିନ୍ତି ସେମାନଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ଜଣାଶୁଣା ହେବ ଯାହାଦ୍ବାରା ସେ ଲାଭ ପହଞ୍ଚାଇବେ। କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।
ସିଂହ: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବନ୍ଧୁ ସହିତ ମିଳନର ଯୋଗ ଅଛି। କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ। ଜୀବନସାଥୀ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ।
କନ୍ୟା: କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ତୁଳା: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପୁରୁଣା କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। କାମ ଧନ୍ଦାରେ ସ୍ଥିତି ମଜଭୁତ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ବିଛା: ଆର୍ଥିକ ସ୍ଥିତି ମଜଭୁତ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ସାମନାକୁ ଆସିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ପ୍ରସନ୍ନତା ବଢ଼ିବ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ସାହାଯ୍ୟ ପାଇବେ।
ଧନୁ: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ସାମାଜିକ ପ୍ରସଙ୍ଗ ନେଇ ନିଜର କଥା ଅନ୍ୟମାନଙ୍କ ସାମନାରେ ରଖିପାରନ୍ତି। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ପ୍ରିୟଜନଙ୍କ ସହିତ କୌଣସି ସ୍ଥାନକୁ ବୁଲି ଯିବେ।
ମକର: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟକୁ ସହଜରେ ପୂରା କରିପାରନ୍ତି। ବୈବାହିକ ଜୀବନରେ ପ୍ରସନ୍ନତା ଭରି ରହିବ। କୋରିୟର କାମ ପାଇଁ ଦିନଟି ଭଲ।
କୁମ୍ଭ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ରଚନାତ୍ମକ କାମରେ ସଫଳ ରହିବେ। ନୂଆ ଉତ୍ସରୁ ଧନଲାଭ ହେବ।
ମୀନ: ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ। ନୂଆ କାମ ଉପରେ ବିଚାର ବିମର୍ଶ କରିପାରନ୍ତି। ଅଫିସ କାମ ମନ୍ଥର ଗତିରେ ପୂରା ହୋଇପାରେ। ଗାଡ଼ି ସାବଧାନତାର ଚଳାନ୍ତୁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
7


