Horoscope 2026 August 10: ଜାଣନ୍ତୁ ଆଜିର ରାଶିଫଳ

1 hour ago 2
ARTICLE AD BOX

୧୦ ଅଗଷ୍ଟ ୨୦୨୬, ‌ସୋମବାର। ତିଥି: ଶ୍ରାବଣ କୃଷ୍ଣ ଦ୍ବାଦଶୀ। ନକ୍ଷତ୍ର: ଆର୍ଦ୍ରା। ଚନ୍ଦ୍ର: ମିଥୁନ। କ୍ଷୟାତିଥି, ସୋମ ପ୍ରଦୋଷ ବ୍ରତ। ସୂର୍ଯ୍ୟୋଦୟ: ୫ଟା୨୯, ସୂର୍ଯ୍ୟାସ୍ତ: ୬ଟା୧୪। ଘାତଚନ୍ଦ୍ର: କନ୍ୟା‌। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୯ରୁ ୭ଟା୪, ଦିବା ୧୦ଟା୩୫ରୁ ୧ଟା୮, ଦିବା ୪ଟା୩୯ରୁ ୫ଟା୨୩, ସନ୍ଧ୍ୟା ୬ଟା୫୯ରୁ ୯ଟା୧୪, ରାତ୍ରି ୧୧ଟା୫୨ରୁ ୨ଟା୨୯ ପର୍ଯ୍ୟନ୍ତ।

ମେଷ: ଜମି କିଣାବିକାର ଯୋଜନା ଥିଲେ, ସେ ନେଇ ବିଚାରବିମର୍ଶ କରନ୍ତୁ। କେହି ଆପଣଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ବନ୍ଧୁ ସହିତ ମନୋରଞ୍ଜନର ମଉକା ପାଇବେ।
ବୃଷ: କାମ ଯଥାଶୀଘ୍ର ସାରିବା‌ରେ ଭାବନା ରଖନ୍ତୁ। କାର୍ କିଣିବା ଲାଗି ଆପଣଙ୍କର ଇଚ୍ଛା ହେବ। ଛାତ୍ରଛାତ୍ରୀ ନିଜର ଯୋଗ୍ୟତା ବଳରେ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ପାଇବେ। 
ମିଥୁନ: କାମ ନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରିପାରନ୍ତି। ଅଟକିଥିବା ଅର୍ଥ ମିଳିବା ଯୋଗୁଁ ଆର୍ଥିକ ପକ୍ଷ ସାମାନ୍ୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ। 
କର୍କଟ: ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବାର ଯୋଗ ଅଛି। ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିବେ। ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀମାନଙ୍କର ସହଯୋଗ ପାଇବେ। 
ସିଂହ: ଘର କାମରେ ଆପଣଙ୍କ ଅର୍ଥ ଲାଗିପାରେ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ବରିଷ୍ଠ ଓ ଅନୁଭବୀ ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ ସୂଚନା ମିଳିବ। ଛାତ୍ର ସହପାଠୀଙ୍କ ସାହାଯ୍ୟ ପାଇବେ।  
କନ୍ୟା:  ନମ୍ର ବ୍ୟବହାର ଆପଣଙ୍କୁ ସମ୍ମାନ ଆଣିଦେବ। ପାରିବାରିକ ସମ୍ବନ୍ଧରେ ଆତ୍ମୀୟତା ଅନୁଭବ କରିବେ। ଆପଣଙ୍କୁ ଏକାବେଳେ ଅନେକ ଦାୟିତ୍ବ ମିଳିପାରେ। 
ତୁଳା: ଦାନ ପୁଣ୍ୟ କରିବାରେ ରୁଚି ବଢ଼ିବ। ଗୃହସ୍ଥ ଜୀବନରେ ସୁଖୀ ରହିବେ। ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 
ବିଛା: କୌଣସି ସମସ୍ୟାର ସମାଧାନ କରିବାରେ ଆପଣଙ୍କ ସହଯୋଗ ସକାରାତ୍ମକ ରହିବ। ଘର ଲୋକଙ୍କ ସହିତ ଭଲ ସମୟ କାଟିବେ। ଛାତ୍ରଙ୍କୁ ସଫଳତା ମିଳିବ। 
ଧନୁ: ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ କରିବେ। କାରବାର ବଢ଼ାଇବା ପାଇଁ ମଉକା ପାଇବେ। 
ମକର: ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେଲେ ଆପଣଙ୍କର ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ। କାମରେ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।‌ 
କୁମ୍ଭ: ପ୍ରସାଧନ ବ୍ୟବସାୟୀଙ୍କର ବହୁତ ଲାଭ ହେବ। ଆପଣଙ୍କ ବିରୋଧୀ ଆପଣଙ୍କୁ ଅଫିସ କାମରେ ମତ ମାଗିବେ। ଦାମ୍ପତ୍ୟ ଜୀବନରେ ଶାନ୍ତିର ବାତାବରଣ ବଜାୟ ରହିବ।
ମୀନ: ବେପାରରେ ଆଶାଜନକ ଫଳ ପାଇବେ। ସନ୍ତାନର କୌଣସି ନକାରାତ୍ମକ ଗତିବିଧି ଜାଣି ପାରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.