Honest Police Constable ପୁଲିସ ସିପାହୀଙ୍କ ନିର୍ଲୋଭତା, ରାସ୍ତାରୁ ପାଇଥିବା ୧.୧୦ ଲକ୍ଷ ଟଙ୍କା, ଲାପଟପ୍ ଓ ମୋବାଇଲ୍ ଫେରାଇଲେ

1 hour ago 1
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ): ଆଜିର ଦୁନିଆରେ ସ୍ବାର୍ଥପର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ସହଜରେ ଧନ ଉପାର୍ଜନ ନିମନ୍ତେ ଅଧିକାଂଶ ବ୍ୟଗ୍ର। ଏଭଳି ସ୍ଥିତିରେ ଜଣେ ପୁଲିସ କର୍ମଚାରୀଙ୍କ ନିର୍ଲୋଭତା ଆଶାର ଆଲୋକ ଦେଖାଇଛି।  ମୟୂରଭଞ୍ଜଜିଲ୍ଲା ବାରିପଦାରେ ରାସ୍ତାରେ ପଡ଼ିଥିବା ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା, ଲାପଟପ୍, ମୋବାଇଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭର୍ତ୍ତି ବ୍ୟାଗ୍ ପାଇବା ପରେ ସାମଗ୍ରୀର ମାଲିକଙ୍କୁ ଖୋଜି ସୁରକ୍ଷିତ ଭାବେ ଫେରାଇଛନ୍ତି ଓଏସ୍‌ଏପି  ୫ମ ବାଟାଲିୟନର ସିପାହୀ(୬୮୫) ସତ୍ୟରଞ୍ଜନ ରାଉତ।

Odisha Police athletes ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ଚମକ ଦେଖାଇଲେ ଓଡ଼ିଶା ପୁଲିସ କ୍ରୀଡାବିତ୍‌

ସୂଚନା ମୁତାବକ, ଗତକାଲି (ରବିବାର)  ଭୋର୍ ପ୍ରାୟ ୪ଟା ସମୟରେ ସତ୍ୟରଞ୍ଜନ ଓ ତାଙ୍କର ଜଣେ ସାଥୀ ଚା’ ପିଇବାକୁ ଯାଉଥିବା ସମୟରେ, ଏମ୍‌ପିସି ସ୍ଵଂୟ ଶାସିତ କଲେଜ୍ ବାଳିକା ଛାତ୍ରାବାସ ସାମ୍ନା ରାସ୍ତାରେ ଏକ ବ୍ୟାଗ୍ ପଡ଼ିଥିବାର ଦେଖିବାକୁ ପାଇଥିଲେ। ବ୍ୟାଗ୍‌ଟିକୁ ଖୋଲିବାରୁ ସେଥିରେ ନଗଦ ୧,୧୦,୦୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ପେନଡ୍ରାଇଭ୍ ଏବଂ କିଛି ଜମି ପଟ୍ଟା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦେଖିବାକୁ ପାଇଥିଲେ। 

ପକ୍ଷାଘାତରେ ଆକ୍ରାନ୍ତ କଏଦୀଙ୍କୁ ଚଟେଇ ସାହାଯ୍ୟରେ ବୋହି ହସ୍ପିଟାଲରେ ଭର୍ତ୍ତି କଲେ କ‌ନଷ୍ଟେବଳ

ବ୍ୟାଗ୍‌ର ମାଲିକଙ୍କୁ ଖୋଜିବା ପାଇଁ ସତ୍ୟରଞ୍ଜନ କାଗଜପତ୍ରରେ ଥିବା ନାଁ ଓ ଠିକଣା ଆଧାରରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ସେ ବାରିପଦା ଟାଉନ୍ ଥାନା ଓ ସଦର ଥାନା ସହ ଯୋଗାଯୋଗ କରି ବ୍ୟାଗ୍‌ର ପ୍ରକୃତ ମାଲିକଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ। ବ୍ୟାଗ୍ ହରାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ତଖତପୁର ଅଞ୍ଚଳର ଦିଲୀପ କୁମାର ବେହେରା। ସେ କୋଲକାତାରୁ ବସ୍‌ଯୋଗେ ବାରିପଦା ଆସି ଅଟୋରେ ଘରକୁ ଫେରୁଥିବା ସମୟରେ ଅସାବଧାନତାବଶତଃ ତାଙ୍କର ବ୍ୟାଗଟି ରାସ୍ତାରେ ଖସିପଡ଼ିଥିଲା। ଏହାପରେ ସେ ଏହି କଥାକୁ  ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାର କରିବା ସହ ଥାନାର ଦ୍ୱାରସ୍ଥ ହୋଇଥିଲେ। 

ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଲବଣୀ ଗସ୍ତ ଆଵସରରେ ମନ୍ତ୍ରୀଙ୍କ ସମ୍ମୁଖରେ ବ୍ୟାଗ୍ ଟିକୁ ଦିଲୀପଙ୍କୁ ଫେରାଇଥିଲେ ସତ୍ୟରଞ୍ଜନ । ଏଥିପାଇଁ ମନ୍ତ୍ରୀ ଶ୍ରୀ  ମହାପାତ୍ର  ସତ୍ୟରଞ୍ଜନଙ୍କର ଏହି ନିଷ୍ଠା ଓ ସାଧୁତାର ଭୂୟସୀ ପ୍ରଶଂସା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.