ARTICLE AD BOX
ରାୟଗଡ଼ା: ଆଉ ଭଙ୍ଗା ଷ୍ଟିକ୍ ଓ ବିନା ଜୋତାରେ ଅଭ୍ୟାସ ନୁହେଁ। ରାୟଗଡ଼ା ହକି ଖେଳାଳିଙ୍କ ସଂପର୍କରେ ‘ସମ୍ବାଦ’ ରେ ପ୍ରକାଶିତ ରିପୋର୍ଟ କ୍ରୀଡ଼ା ବିଭାଗ ଓ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି। ତୁରନ୍ତ କ୍ରୀଡ଼ାବିତ୍ଙ୍କୁ ଜୋତା ଯୋଗାଇଦେବା ସହ ଖୁବ୍ ଶୀଘ୍ର ନୂତନ କିଟ୍ ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଜୋତା ମିଳିବା ପରେ ଶୁକ୍ରବାର କ୍ରୀଡ଼ାବିତ୍ ଏହା ପିନ୍ଧି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ଜିସିଡି ହାଇସ୍କୁଲ ଛାତ୍ରାବାସରେ ପହଞ୍ଚି କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ା ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ରୀଡ଼ାବିତ୍ଙ୍କୁ ବର୍ଷକ ତଳେ କିଟ୍ ଦିଆଯାଇଥିଲା। ଖୁବ୍ ଶୀଘ୍ର ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯିବ। କ୍ରୀଡ଼ା ବିଭାଗ ନିର୍ଦେଶକ ୱାଇ. ବିଜୟ ‘ହକି ପ୍ରମୋସନ୍ କାଉନସିଲ’ ମୁଖ୍ୟ ବିଜୟ ସ୍ବାଇଁଙ୍କୁ କ୍ରୀଡ଼ାବିତ୍ଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାର ୨ଟି ‘ଷ୍ଟେଟ ଗ୍ରାସରୁଟ୍ ସେଣ୍ଟର’ରେ ୮୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍ ହକି ଅଭ୍ୟାସ କରୁଛନ୍ତି। କ୍ରୀଡ଼ାବିତ୍ଙ୍କ ମଧ୍ୟରୁ ୧୬ରୁ ଊର୍ଦ୍ଧ୍ବ ରାଜ୍ୟସ୍ତରୀୟ ସବ୍ଜୁନିଅର ଓ ଜୁନିଅର ଟିମ୍ରେ ଓଡ଼ିଶା ପାଇଁ ଖେଳୁଛନ୍ତି। ଅଥଚ କ୍ରୀଡ଼ାବିତ୍ଙ୍କୁ ଜୋତା, ହକି ଷ୍ଟିକ୍, ଖେଳ ସରଞ୍ଜାମ, ଗୋଲ ପୋଷ୍ଟ ଯୋଗାଇବାରେ କ୍ରୀଡ଼ା ବିଭାଗ ବିଫଳ ହୋଇଛି। ଦାୟିତ୍ବରେ ଥିବା ଅଧିକାରୀ ମଧ୍ୟ ଏ ଦିଗରେ ଦୃଷ୍ଟି ଦେଇନଥିବାରୁ କ୍ରୀଡ଼ାବିତ୍ ଖାଲି ପାଦ ଓ ଭଙ୍ଗା ଷ୍ଟିକ୍ରେ ହକି ଅଭ୍ୟାସ କରୁଥିଲେ। କ୍ରୀଡ଼ାବିତ୍ଙ୍କ ମଧ୍ୟରେ ହକି ଖେଳିବାକୁ ପ୍ରବଳ ଆଗ୍ରହ ଥିବାରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି କ୍ରୀଡ଼ା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।
Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର

19 minutes ago
1


