Heavy Rain: ଲଗାଣ ବର୍ଷାରେ ରାସ୍ତା ଓ ଗାଁ ପରିଦର୍ଶନ କଲେ ଜିଲ୍ଲାପାଳ

6 days ago 4
ARTICLE AD BOX

କୋଇଡା (ଅବିନାଶ ଶର୍ମା): ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଆଜି କୋଇଡ଼ା ଅଞ୍ଚଳର ଦୁର୍ଗମ ରାସ୍ତା ଏବଂ ଅବହେଳିତ ଗାଁ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆଜି କୋଇଡ଼ା ପହଞ୍ଚି, ଅଭିଯୋଗ ଶୁଣାଣି ସହ ନିଜେ ଖରାପ ରାସ୍ତାରେ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ରେଡ୍ ଜୋନ୍ ଥିବାରୁ, ଲଗାଣ ବର୍ଷା ସତ୍ତ୍ଵେ ଛତା ଧରି ସେ ଗ୍ରାମ ଲୋକଙ୍କ ଅବସ୍ଥା ଦେଖି ଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ଅସୁବିଧା ସପଂର୍କରେ ଅବଗତ ହୋଇଥିଲେ। 

ଗଣମାଧ୍ୟମକୁ ଶ୍ରୀ ମହାପାତ୍ର କହିଥିଲେ, ଲଘୁଚାପଜନିତ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁସାରେ ଆଜି ଆମେ ୫ଟି ବ୍ଲକର ଅନୁଧ୍ୟାନ କରିଥିଲୁ। ବର୍ଷା ପ୍ରଭାବିତ ଅଞ୍ଚଳରେ ସରକାର ସହାୟତା ଯୋଗାଇ ଦେବେ। ତେହେରାଇ ରାସ୍ତାରେ ଦେଖାଯାଇଥିବା ସମସ୍ୟାର ସମାଧାନ କରାଯିବ। ସ୍ଥାନୀୟ ଲୋକଙ୍କର ଅଭିଯୋଗ କ୍ରମେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। 

ସୂଚନାଯୋଗ୍ୟ, ଦୈନିକ ସମ୍ବାଦରେ ଚଳିତ ମାସ ୭ ତାରିଖ ଦିନ ‘ଆମେ ମଲାପରେ ବୋଧେ ରାସ୍ତା ହବ’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏଥିରେ ବର୍ଣ୍ଣନା କରାଯାଇଥିଲା ଯେ, ନିରୀହ ଆଦିବାସୀ ପରିବାର ପାପର ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ଭୁଲ୍ ଏତିକି ଥିଲା ଯେ ଏମାନେ ବିକାଶ ଚାହିଁଲେ, ନିଜ ଜମି ଜଙ୍ଗଲ, ନଦି ନାଳ ସବୁ ଜଳାଞ୍ଜଳି ଦେଇ ଖଣିକୁ ଅନୁମତି ପ୍ରଦାନ କଲେ। କାରଣ ଖଣି ଖୋଲିଲେ ଅଞ୍ଚଳର ବିକାଶ ହେବା ସହ ରାଜ୍ୟ ତଥା ସମଗ୍ର ରାଷ୍ଟ୍ରର ବିକାଶ ହୁଏ। ହେଲେ ବର୍ଷକୁ ଖଣିଜ ପାଣ୍ଠି କୁ ବାଦ୍ ଦେଇ କେବଳ ଖଣି ମାଧ୍ୟମରେ ହଜାର ହଜାର କୋଟି ରାଜସ୍ଵ ପ୍ରଦାନ କରୁଥିବା ରାସ୍ତାର ଅବସ୍ଥା ଏମିତି ତାହା ବିଶ୍ୱାସ କରିବା ଅସମ୍ଭବ। ରାଜ୍ୟର ଦ୍ଵିତୀୟ ଖଣି ରାଜଧାନୀ ‘କୋଇଡା ବ୍ଲକ୍’। 

WhatsApp Image 2026-07-28 at 15.20.21

ଏହି ବ୍ଲକ୍ କେବଳ ନିଜର ଭୂତଳର ସମ୍ପଦ ବଳରେ ସରକାରୀ ରାଜକୋଷକୁ ବର୍ଷକୁ ୨୦ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କା ପ୍ରଦାନ କରିବା ସହିତ ରାଜ୍ୟ ତଥା ଦେଶର ଆର୍ଥିକ ମେରୁଦଣ୍ଡକୁ ଜାବୁଡ଼ି ଧରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି। ଏଠାକାର ଲୁହାପଥର ସାରା ବିଶ୍ୱରେ ବେଶ୍ ଚାହିଦା ରହୁଥିବାରୁ ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଇ ଦେଶ ଓ ବିଦେଶର ଅଗ୍ରଣୀ ଖଣି କମ୍ପାନିଗୁଡ଼ିକ ହାଇ ପ୍ରିମିୟମ ଦେଇ ଖଣି ହାତେଇ ଖଣି ଜରିଆରେ ସିଂହ ଭାଗ ରାଜସ୍ଵ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ସହ ଖଣି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିକୁ ବହୁ ଅର୍ଥ ପ୍ରଦାନ କରୁଛନ୍ତି। ଏତେ ପରେ ଖଣି ଅଞ୍ଚଳବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଛି। 

Bridge: ପୁଣି ବର୍ଷାପାଣିରେ ବୁଡ଼ିଲା ଅଡାଡ଼ିହି ସେତୁ, ଯାତାୟତ ଠପ୍

ଖଣି ଖୋଲିଲେ ଅଞ୍ଚଳର ଲୋକଙ୍କ ପାଇଁ ବରଦାନ ପାଲଟିବ ବୋଲି ସ୍ଥାନୀୟ ନିରୀହ ଆଦିବାସୀ ନିଜ ଜମି, ଜଙ୍ଗଲ, ଝରଣା, ନଦୀ ସବୁର ଜଳାଞ୍ଜଳି ଦେଇଦେଲେ। ହେଲେ ଆଜି ସେଇ ଖଣି ଅଭିଶାପ ପାଲଟିଗଲାଣି। ନା ମିଳିଲା ନିଯୁକ୍ତି ନା ଆୟର ପନ୍ଥା। ଏମିତିକି ଜୀବନ ଦୁର୍ବିସହ ହେଇଗଲାଣି। ସିଧାସଳଖ ସତ୍ୟତା ବର୍ଣ୍ଣନା କରୁଛି କୋଇଡା ବ୍ଲକ୍ ହେଡକ୍ଵାଟର୍ସରୁ ୫ କିଲୋମିଟର ଦୂର ତେହେରେଇ ଛକ ଠାରୁ ସର୍ଗିଗଡ-ଗଣୁଆଁ-ମଣ୍ଡଯୋଡା ଅଞ୍ଚଳକୁ ସଂଯୋଗ କରୁଥିବା ଏ ୧୪ କିଲୋମିଟର ରାସ୍ତା। ରାସ୍ତାରେ ସତେ ଯେପରି ଯମ ଜଗି ରହିଛି। 

କେବଳ ଗଣୁଆଁ ନୁହେଁ ମାଲଦା ପଞ୍ଚାୟତର ଜଡିପଦା, ଗିଡେଇ, ଦେଓଘର, ଦଳିତା, ପଟବେଡ଼ା, ମଣ୍ଡଜୋଡା ଅଞ୍ଚଳ ଓ ପାଟମୁଣ୍ଡା ପଞ୍ଚାୟତର ପାନପୋଷିଆ, ସର୍ଗୀଗଡ ବି ସମ୍ପୁର୍ଣ୍ଣଭାବରେ ବିଛିନ୍ନ। ଏ ରାସ୍ତା ଅବସ୍ଥା ଏତେ ଶୋଚନୀୟ ଯେ ୧୦ କିଲୋମିଟର ରାସ୍ତାରେ ୧୫୦୦ କର୍ଦମାକ୍ତ ଖାଲ ହେବା ସହ ସବୁଆଡେ କାଦୁଅର ପାହାଡ଼। ଖଣି ପରିବହନ ଯୋଗୁଁ ଜୀବନକୁ ବାଜି ଲଗାଇ ନିଜ ପେଟ ପାଇଁ ବଡ଼ ଗାଡ଼ି ଚାଳକମାନେ ଅହରହ ଏ ରାସ୍ତାରେ ଚଳାଚଳ କରୁଛନ୍ତି ସତ। କିନ୍ତୁ ରାସ୍ତା ଅବସ୍ଥା ପାଇଁ ଗାଡ଼ି ମାଲିକ କ୍ଷତି ସହିବା ସହ ଗାଡ଼ି ବ୍ରେକଡାଉନ୍ ହେଲେ ସପ୍ତାହ ସପ୍ତାହ ପଡି ରହୁଛନ୍ତି ହେଲେ। ଏ ରାସ୍ତା ସଂଯୋଗ କରୁଥିବା ଗ୍ରାମବାସୀ, ପଥଚାରି, ବିଦ୍ୟାଳୟ ଛାତ୍ରଛାତ୍ରୀ, ଆମ୍ବୁଲାନ୍ଲ ପାଇଁ ଏ ରାସ୍ତା କୌଣସି ଯମ ଠାରୁ କମ୍ ନୁହେଁ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.