Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ

1 month ago 12
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ଏଥି ସହ ଅନେକ ଗ୍ରାମ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ  ଅନେକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ କଚ୍ଚା ଘର ଭାଙ୍ଗି ଯାଇଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ କପୁଗୁଡା ଗାଁରେ। ଲଗାଣ ବର୍ଷା ଯୋଗୁଁ ଏଠାରେ ସୁବର୍ଣ୍ଣ ବେହେରା ଘରର ଗୋଟିଏ କାନ୍ଥ ଭୁଶୁଡ଼ି ଯାଇଛି। 

ପରିବାର ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ଦିନ ୨ଟା  ସମୟରେ ଅଧିକରୁ ଅଧିକ ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ସମ୍ପୂର୍ଣ ଭୁଶୁଡ଼ି ପଡ଼ିଥିଲା। ଫଳରେ ସାତ ଜଣ ସଦସ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘର କାନ୍ଥ ଭୁଶୁଡ଼ି ଯିବା ପରେ ସାତ ଜଣ ସଦସ୍ୟ ବର୍ତ୍ତମାନ ନିଜ ଭାଇ ଘରେ ଆଶ୍ରୟ ନେଉ ଥିବା କହିଛନ୍ତି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପରିବାର କୁ କିଛି ସହାୟତା ଯୋଗାଇ ଦେବା ପାଇଁ ପରିବାର ସହ ଗ୍ରାମବାସୀ ଦାବି କରିଛନ୍ତି।

Heavy Rain: ଲଗାଣ ବର୍ଷାରେ ଘର ଭାଙ୍ଗି ଦୁଇ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.