ARTICLE AD BOX
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବାମନଘାଟୀ ଉପଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଘର ଭୁଶୁଡ଼ି ପଡ଼ିବାରୁ ବହୁ ପରିବାର ଘରଛାଡ଼ା ହୋଇଛନ୍ତି।କେତେକ ପରିବାରଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ଜଳବନ୍ଦୀ ହୋଇଥିବାରୁ ଜଳ ନିଷ୍କାସନ କରାଯାଇଛି।
ଏପଟେ ଘର ଭାଙ୍ଗି ଯାଇଥିବା ପରିବାରଗୁଡ଼ିକ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି। ଲଗାଣ ବର୍ଷାର ପ୍ରଭାବରେ ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ଗ୍ରାମରେ ତିନିଟି ଘର ଭୁଶୁଡ଼ି ଭାଙ୍ଗି ଯାଇଛି। ଘର ଭାଙ୍ଗିଯିବାରୁ ରଘୁନାଥ ମହାନ୍ତ,ବରୁଣ ପାତ୍ର,ବାସନ୍ତୀ ମହାନ୍ତ,ବିକାଶ ଦାସ, ମାଧୁରୀ ଦାସଙ୍କଙ୍କ ପରିବାର ଅସୁବିଧାରେ ପଡ଼ିଛନ୍ତି। ଘର ହରାଇବା ପରେ ରହିବା ଓ ଦୈନନ୍ଦିନ ଜୀବନଯାପନକୁ ନେଇ ଏହି ପରିବାରଗୁଡ଼ିକ ଚିନ୍ତାରେ ଅଛନ୍ତି।
/filters:format(webp)/sambad/media/media_files/2026/09/02/1004454881-2026-09-02-21-50-51.jpg)
ସେହିପରି ସିନ୍ଦୁରଗୌରୀ ଗ୍ରାମର ସୁମନ୍ତ କୁମାର ମହାନ୍ତ, ବିକାଶ ଦାସ ଓ ସଚ୍ଚିନ୍ଦ୍ର ମହାନ୍ତଙ୍କ ଘର ମଧ୍ୟ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ବଡ଼ଗାଁ ଗ୍ରାମର ଗୁରୁବା ସର୍ଦାର ଏବଂ ବାଦଡ଼ା ଗ୍ରାମର ଦୁଲାରୀ ମାଝୀ ଓ ବିକ୍ରମ ମୁର୍ମୁଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଅଭିଯୋଗ ହୋଇଛି। ଫଳରେ ସେହି ପରିବାରଗୁଡ଼ିକ ଏବେ ଅସହାୟ ଅବସ୍ଥାରେ ଅଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି।
Mayurbhanj: ଭାଇକୁ ରାଖି ବାନ୍ଧିବାକୁ ଆସିଥିଲା ଭଉଣୀ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ

2 weeks ago
8


