Heavy Rain: ରାସ୍ତା ପାଲଟିଲା ନଦୀ, ଘର ଭୁଶୁଡ଼ି ୩ ମୃତ

3 weeks ago 12
ARTICLE AD BOX

ନୂଆଦିଲ୍ଲୀ: ରାତି ତମାମ ବର୍ଷା ଯୋଗୁ ଦିଲ୍ଲୀ ସହର ଅଚଳ ହୋଇଯାଇଛି। ସହରର ଏକ ବଡ଼ ଅଂଶ ଜଳମଗ୍ନ ହୋଇଯାଇଛି। ରାସ୍ତାରେ ଏଭଳି ଭାବେ ପାଣିର ଶୁଅ ଛୁଟୁଛି ଯେ ଏହା ନଦୀର ଭ୍ରମ ସୃଷ୍ଟି କରିଛି। ସହରର ଡ୍ରେନେଜ୍‌ ପଦ୍ଧତି ବର୍ଷାଜଳରେ ବୁଡ଼ି ଯାଇଛି। ପ୍ରବଳ ବର୍ଷା‌ ଯୋଗୁ ରୋହିଣୀ‌ରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ମହଲା କୋଠା ଭୁଶୁଡ଼ି ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଦିଲ୍ଲୀ ସହରର ସଦର ବଜାର, ଗ୍ରେଟର କୈଳାସ, ବଦରପୁର, ନସିରପୁର, ତେଲିୱାଡ଼ା, ମହାବୀର ବଜାର, ସ୍ବରୂପ ନଗର, କୁଶକ ରୋଡ୍‌, ମୁନିର୍କା , ଦ୍ବାରକା, ବିକାଶ ମାର୍ଗ, ପୂର୍ବ ଦିଲ୍ଲୀ ଏବଂ ନୂଆ ଦିଲ୍ଲୀ ରେଳ ଷ୍ଟେସନ୍‌ ଅଞ୍ଚଳ ସମେତ ଅନେକ ଅଂଶରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ଲଗାଣ ବର୍ଷା ଯୋଗୁ ମାଟି ଦୁର୍ବଳ ହୋଇ ଦିଲ୍ଲୀର ଅନେକ ସ୍ଥାନରେ ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ଏଥି ଯୋଗୁ ରାସ୍ତା ବନ୍ଦ ରହି ଟ୍ରାଫିକ ସମସ୍ୟା ଉପୁଜିଛି।

Heavy rainfall:ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା

ଦିଲ୍ଲୀ ଏନ୍‌ସିଆର ସମେତ ପଡ଼ୋଶୀ ଗୁରୁଗ୍ରାମ, ଉତ୍ତରପ୍ରଦେଶର ନଏଡ଼ା , ଗାଜିଆବାଦର ବିଭିନ୍ନ ଅଂଶରେ ମଧ୍ୟ ରାତି ତମାମ ବର୍ଷା ଯୋଗୁ ଅତି ସାଂଘାତିକ ଜଳବନ୍ଦୀ ସମସ୍ୟା ଉପୁଜିଛି। ଦିଲ୍ଲୀର ସମସ୍ତ ଅଂଶ ପାଇଁ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଆଗକୁ ପ୍ରବଳ ବ‌ର୍ଷା ହେବ ବୋଲି ଆଇଏମ୍‌ଡି ସତର୍କ ସୂଚନା ଜାରି କରିଛି।

ଅନ୍ୟପକ୍ଷେ ଗାଜିଆବାଦ, ନଏଡ଼ା, ମିରଟ ଏବଂ ଗୁରୁଗ୍ରାମ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ନଏଡ଼ା, ଗାଜିଆବାଦ, ଉତ୍ତର ଏବଂ ପୂର୍ବ ଦିଲ୍ଲୀ ପାଖାପାଖି ୨୦୦ ମିମି ବର୍ଷା ଜଳ ଗ୍ରହଣ କରିବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷେ କେନ୍ଦ୍ରୀୟ, ପଶ୍ଚିମ, ଏବଂ ଦକ୍ଷିଣ ଦିଲ୍ଲୀ ସହ ଫରିଦାବାଦ ମଧ୍ୟ ୧୦୦ରୁ ୧୫୦ ମିମି ବର୍ଷାଜଳ ଗ୍ରହଣ କରିପାରେ। ପ୍ରବଳ ବର୍ଷା ଯୋଗୁ ଆଜି ନରସିଂହପୁର, ବସାଇ, ଉମଙ୍ଗ, ଭରଦ୍ବାଜ ଛକ, କଦିପୁର, ସେକ୍ଟର ୧୦ଏ ଏବଂ ସୋହନା ରୋଡ୍‌ରେ ବ୍ୟାପକ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.