Health: ଏଚ୍‌ସିଜି କ୍ୟାନ୍‌ସର୍‌ ସେଣ୍ଟରରେ ଏସ୍‌ଏସ୍‌ଆଇ ମନ୍ତ୍ରା

2 weeks ago 6
ARTICLE AD BOX

ଭୁବନେଶ୍ବର: କଟକର ଏଚ୍‌ସିଜି କ୍ୟାନସର୍‌ ସେଣ୍ଟର୍‌ରେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ରୋବୋଟିକ୍‌ ସର୍ଜରି ବ୍ୟବସ୍ଥା ଏସ୍‌ଏସ୍‌ଆଇ ମନ୍ତ୍ରାକୁ ଉନ୍ମୋଚନ କରାଯାଇଛି। ଜଟିଳ କ୍ୟାନସର୍‌ ଅସ୍ତ୍ରୋପଚାର ସମୟରେ ଏହା ସହାୟକ ହେବ।

ଏହି ଅବସରରେ ଏଚ୍‌ସିଜି କ୍ୟାନସର୍‌ ହସ୍ପିଟାଲ୍‌ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଡାକ୍ତର ରୁପାଲି ବସୁ, କଟକ ସେଣ୍ଟର୍‌ର ସିଇଓ ଡାକ୍ତର ସ୍ମିତା ପାଢ଼ୀ, ସର୍ଜିକାଲ ଅଙ୍କୋଲୋଜିର ବରିଷ୍ଠ କନସଲଟାଣ୍ଟ ଡାକ୍ତର ମଞ୍ଜୁନାଥ ଏନ୍‌ ଏମ୍‌ ଏଲ୍‌, ଡାକ୍ତର ବିକାଶ ନାୟକ, ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା, ଡାକ୍ତର ଜ୍ୟୋତି ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। 

ଡାକ୍ତର ବସୁ କହିଥିଲେ ଯେ ଏସ୍‌ଏସ୍‌ଆଇ ମନ୍ତ୍ରାର ଶୁଭାରମ୍ଭ କରି ଆମେ ଅତ୍ୟାଧୁନିକ ଅସ୍ତ୍ରୋପଚାରକୁ ରୋଗୀଙ୍କ ନିକଟତର କରିପାରିଛୁ। ଏଭଳି ପ୍ରଯୁକ୍ତି ହାସଲ କରିବାରେ ଏହି ହସ୍ପିଟାଲ୍‌ ଓଡ଼ିଶାରେ ପ୍ରଥମ। ଏହା ଏଚ୍‌ସିଜି କଟକ ପାଇଁ ଏକ ଗର୍ବିତ ମୁହୂର୍ତ୍ତ ବୋଲି ସିଇଓ ଡାକ୍ତର ପାଢ଼ୀ କହିଥିଲେ।

ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ରେ ବିଶ୍ବ କର୍କଟ ଦିବସ ପାଳିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.