ARTICLE AD BOX
ନୂଆଦିଲ୍ଲୀ:ବ୍ରିକ୍ସ ସମ୍ମିଳନୀ ପରେ ଭାରତ ଫେରି ଅନେକ ବଡ଼ ନେତା ଅସୁସ୍ଥ ହୋଇଥିବା ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଖଣ୍ଡନ କରିଛି। ସାମାଜିକ ଗଣମାଧ୍ୟମର କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବା ପରେ କେତେକ ନେତା ଅସୁସ୍ଥ ହୋଇଯାଇଥିଲେ। ତେବେ ଭାରତ ପକ୍ଷରୁ ଏହି ରିପୋର୍ଟକୁ ମିଥ୍ୟା ବୋଲି କୁହାଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ମନ୍ତ୍ରଣାଳୟର ଫ୍ୟାକ୍ଟ ଚେକ୍ ୟୁନିଟ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଥ୍ୟା ପୋଷ୍ଟ ବିରୋଧରେ ସତର୍କ କରିଛି।
ମିଥ୍ୟା ପୋଷ୍ଟ ବିରୋଧରେ ସତର୍କ
ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ଅଫିସ ପକ୍ଷରୁ କୁହାଯାଇଥିଲା ଯେ, ଭାରତରେ ବ୍ରିକ୍ସ ସମ୍ମିଳନୀରୁ ଫେରିବା ପରେ ରାଷ୍ଟ୍ରପତି ସାର୍ବଜନୀନ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି। ୭୩ ବର୍ଷୀୟ ରାଷ୍ଟ୍ରପତିଙ୍କୁ ଡାକ୍ତରମାନେ ଅସୁସ୍ଥତା ଯୋଗୁଁ ବିଶ୍ରାମ ନେବା ଓ ସୁସ୍ଥ ହେବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି କୁହାଯାଇଥିଲା। ଏହାପରେ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। ଅନ୍ୟ କେତେକ ରିପୋର୍ଟରେ ମଧ୍ୟ ବ୍ରିକ୍ସ ସମ୍ମିଳନୀ ସମୟରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଅସୁସ୍ଥ ହୋଇପଡ଼ଥିବା ଦାବି କରାଯାଇଛି। ଅସୁସ୍ଥତା କାରଣରୁ ଜିନ୍ପିଙ୍ଗ ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀରୁ ବେଜିଂ ଶୀଘ୍ର ଫେରିଯାଇଥିଲେ ବୋଲି ଦାବି କରାଯାଇଛି।
Road Accident: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ କାର୍ ଧକ୍କାରେ ୨ ନିର୍ମାଣ ଶ୍ରମିକ ମୃତ, ୨ ଗୁରୁତର

14 hours ago
2


