HDFC Bank: ବ୍ୟାଙ୍କ ଅସୁଲ କଲେ ୭୦୮୬ ସର୍ବନିମ୍ନ ବାଲାନ୍ସ ଜରିମାନା; ଏଚ୍‌ଡିଏଫ୍‌ସିର ସର୍ବାଧିକ ୧୭୯୮ କୋଟି

6 days ago 5
ARTICLE AD BOX

ନୂଆଦିଲ୍ଲୀ: ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବାରେ ବିଫଳ ହେଉଥିବା ଗ୍ରାହକମାନଙ୍କଠାରୁ ବ୍ୟାଙ୍କଗୁଡ଼ିକ ଜରିମାନା ଆଦାୟ କରୁଛନ୍ତି। ୨୦୨୫-୨୬ରେ ଏହି ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୭୦୮୬ କୋଟି ଟଙ୍କା ଆଦାୟ କରିଥିଲେ। ସଂସଦରେ ସୂଚନା ଦେଇ ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଜଣାଇଛନ୍ତି ଯେ ସଞ୍ଚୟ ଓ ଚଳନ୍ତୀ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିପାରିନଥିବା ଗ୍ରାହକମାନଙ୍କଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ୪୯୪୮.୭୧ କୋଟି ଟଙ୍କା ଓ ସରକାରୀ ବ୍ୟାଙ୍କ ୨୧୩୭.୯୨ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମନ୍ତ୍ରୀ ଶ୍ରୀ ଚୌଧୁରୀ ସଂସଦକୁ ଜଣାଇଛନ୍ତି ଯେ ସଞ୍ଚୟ ଖାତା ଉପରେ ଲଗାଯାଇଥିବା ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ୧୦ଟି ସରକାରୀ ବ୍ୟାଙ୍କ ପ୍ରତ୍ୟାହାର କରିଛନ୍ତି।

ରାମ ମନ୍ଦିର ଟ୍ରଷ୍ଟର ସଚିବ ଭାବେ ଜଗଦୀଶ ଆଫଲେ ନିଯୁକ୍ତ

ଅନ୍ୟ ଦୁଇଟି ସରକାରୀ ବ୍ୟାଙ୍କ ଏହି ଶୁଳ୍କକୁ କମ୍‌ କରିଛନ୍ତି। ସର୍ବନିମ୍ନ ବାଲାନ୍ସ ଜରିମାନା ଆକାରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୧,୭୯୮.୧୪ କୋଟି ଟଙ୍କା, ଆକ୍ସିସ୍‌ ବ୍ୟାଙ୍କ ୧,୦୮୧.୩୩ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କ ୩୫୩.୫୦ କୋଟି ଟଙ୍କା, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ ୨୯୦.୬୫ କୋଟି ଟଙ୍କା, ୟେସ୍‌ ବ୍ୟାଙ୍କ ୧୯୫.୦୫ କୋଟି ଟଙ୍କା ଓ ଆଇଡିବିଆଇ ବ୍ୟାଙ୍କ ୧୭୫.୧୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ସେହିପରି ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୪୭୭.୨୭ କୋଟି ଟଙ୍କା, ବ୍ୟାଙ୍କ ଅଫ ବରୋଦା ୩୯୪.୧୦ କୋଟି ଟଙ୍କା ଓ ଇଣ୍ଡିଆନ ବ୍ୟାଙ୍କ ୨୯୯.୧୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ କେବଳ ଚଳନ୍ତୀ ଖାତା ଉପରୁ ଏହି ଜରିମାନା ଆଦାୟ କରିଛି।

ମୌଳିକ ସଞ୍ଚୟ ଜମା ଖାତା ଓ ଜନ ଖାତା ପାଇଁ କୌଣସି ସର୍ବନିମ୍ନ ବାଲାନ୍ସ ସୀମା ଧାର୍ଯ୍ୟ କରାଯାଇନାହିଁ। ତେଣୁ ଏହି ଖାତାଗୁଡ଼ିକରୁ କୌଣସି ଶୁଳ୍କ ଆଦାୟ କରାଯାଏନାହିଁ। ଶୂନ ବାଲାନ୍ସ ଖାତାର ଗ୍ରାହକମାନେ ଜମା, ଉଠାଣ ଓ ଏଟିଏମ୍‌ ସୁବିଧା ପାଉଛନ୍ତି। ପ୍ରାୟ ୭୩ କୋଟି ବ୍ୟାଙ୍କ ଖାତା ଉପରେ କୌଣସି ଶୁଳ୍କ ଲଗାଯାଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.