ARTICLE AD BOX
ପ୍ରେକ୍ଷାଳୟଗୁଡ଼ିକରେ ଆଜି ରିଲିଜ୍ ହେଉଛି ବହୁ ପ୍ରତୀକ୍ଷିତ ସିନେମା ‘ରାମାୟଣ’। ନିତେଶ ତିୱାରୀଙ୍କ ଏହି ବିଗ୍ ବଜେଟ୍ ସିନେମାରେ ଡେବ୍ୟୁ କରିଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁର। ମାତ୍ର ୩ ବର୍ଷ ବୟସରେ ରାହା ବଲିଉଡ୍ରେ ପାଦ ଥାପିଥିବା କଥା ନିଜେ ପିତା ରଣବୀର ଏକ ସାକ୍ଷାତ୍କାରରେ କହିଛନ୍ତି। ରଣବୀରଙ୍କ ଅଭିନୀତ ଏହି ସିନେମାରେ ରାହାଙ୍କର ଏକ ଛୋଟ ଦୃଶ୍ୟ ରହିଛି। ସେ ରଣବୀର, ଅଭିନେତ୍ରୀ ସାଇ ପଲ୍ଲବୀ ଓ ଅଭିନେତା ରବି ଦୁବେଙ୍କ ସହ ଏକ ଦୃଶ୍ୟରେ ନଜର ଆସିଛନ୍ତି।
Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍ସିରେ ୪୯% ପଦବି ଖାଲି
ରାହା ଏହି ପୌରାଣିକ କାହାଣୀ ପ୍ରତି ବେଶ୍ ଆଗ୍ରହୀ। ସୁଟିଂ ସମୟରେ ସେ ଅନେକ ଥର ଚଳଚ୍ଚିତ୍ରର ସେଟ୍କୁ ଯାଇଥିଲେ। ସେଠାରେ ସୁଟିଂ ଦେଖିବା ସହ ଧୀରେ ଧୀରେ ଭଗବାନ ରାମଙ୍କ ବିଷୟରେ ଶୁଣିବା ଲାଗି ତାଙ୍କର ଆଗ୍ରହ ବଢ଼ିଥିଲା। ଫଳରେ, ଆବଶ୍ୟକତା ଅନୁଯାୟୀ ଏକ ଦୃଶ୍ୟରେ ରାହାଙ୍କୁ ସାମିଲ କରାଯାଇଥିଲା। ଝିଅକୁ ନିଜ ଅଭିନୀତ ଚଳଚ୍ଚିତ୍ରରେ ଦେଖିବାକୁ ନେଇ ରଣବୀର ବେଶ୍ ଉତ୍ସାହିତ ଅଛନ୍ତି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ଅନ୍ୟପଟେ, ଦୀପାବଳିର ମାତ୍ର ଦୁଇ ଦିନ ପୂର୍ବରୁ ରାହାଙ୍କ ଜନ୍ମଦିନ ପଡୁଥିବାବେଳେ ରଣବୀର ତାଙ୍କୁ ନିଜ ଜୀବନର ଦୀପ ବୋଲି ସମ୍ବୋଧନ କରିଛନ୍ତି। ତାଙ୍କ ଜୀବନକୁ ଆଲୋକିତ କରୁଥିବା ବ୍ୟକ୍ତି କିଏ ବୋଲି ପଚରାଯିବାରୁ ସେ ନିଜ ଝିଅର ନାମ ନେଇଥିଲେ। ଉଲ୍ଲେଖଯୋଗ୍ୟ, ନଭେମ୍ବର ୬ରେ ରାହାଙ୍କ ଚତୁର୍ଥ ଜନ୍ମଦିନ। ଏହାକୁ ନେଇ କପୁର ପରିବାରରେ ବିଶେଷ ଉତ୍ସାହ ରହିଛି।

13 minutes ago
1


