ARTICLE AD BOX
ସାଉଥହାମ୍ପଟନ୍: ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ଚଳିତ ବର୍ଷ ଚମତ୍କାର ଫର୍ମରେ ରହିଛନ୍ତି। ମଙ୍ଗଳବାର ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ସେ ଅପରାଜିତ ୧୧୪ ରନ୍ କରି ନୂଆ ମାଇଲ୍ଖୁଣ୍ଟ ଛୁଇଁଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨ ଟ୍ବେଣ୍ଟି-୨୦ ଶତକ ହାସଲ କରିବାରେ ସେ ପୂର୍ଣ୍ଣ ସଦସ୍ୟ ଦଳର ଏକମାତ୍ର ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି।
ଟ୍ବେଣ୍ଟି-୨୦ରେ କେବଳ ବ୍ରୁକ୍
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୪୨ ବଲ୍ରେ ଶତକ ଅର୍ଜନ କରିଥିବା ବ୍ରୁକ୍ ୪୯ ବଲ୍ରୁ ୧୧୪ ରନ୍ କରି ଅପରାଜିତ ରହିଥିଲେ। ଫଳରେ ତାଙ୍କ ଦଳ ୨୫୪/୪ କରିଥିଲା। ଏହାକୁ ପିଛା କରି ଶ୍ରୀଲଙ୍କା ୧୯ ଓଭରରେ ୧୩୫ ରନ୍ରେ ଅଲ୍ଆଉଟ୍ ହୋଇ ୧୧୯ ରନ୍ରେ ହାରିଥିଲା। ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ୍ ଶତକ ରେକର୍ଡ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୦୦୬, ୭ ଶତକ)ଙ୍କ ନାମରେ ରହିଛି। ସେହିଭଳି ଦିନିକିଆ ରେକର୍ଡ ଭାରତର ବିରାଟ କୋହଲି (୬ ଶତକ, ୨୦୧୭ ଓ ୨୦୧୮)ଙ୍କ ନାମରେ ରହିଛି। ଟ୍ବେଣ୍ଟି-୨୦ରେ କେବଳ ବ୍ରୁକ୍ ରହିଛନ୍ତି।

1 day ago
1


