Gymnastics: ଗୋଟିଏ ଦିନରେ ଯାଆଁଳା ଭଗ୍ନୀଙ୍କୁ ଜିମ୍ନାଷ୍ଟିକ୍ସ ପଦକ

6 days ago 4
ARTICLE AD BOX

ଯାଆଁଳା ରୋପର ଭଉଣୀ ଆବିଗେଲ ଓ ଇମିଲି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜିମ୍ନାଷ୍ଟିକ୍ସରେ ଅଲଗା ଅଲଗା ଇଭେଣ୍ଟ୍‌ରେ ଦୁଇଟି ପଦକ ଜିତିଛନ୍ତି। ଏହି ଦୁଇ ଯାଆଁଳା ଉଭଣୀ ମଧ୍ୟ ୱେଲ୍ସ ପାଇଁ ପ୍ରଥମ ଜିମ୍ନାଷ୍ଟିକ୍ସ ପଦକ ଜିତିଛନ୍ତି।

 (sambad.in) Abigail and Emily Photograph: (sambad.in)

ଗ୍ଲାସ୍‌ଗୋ:ଯାଆଁଳା ରୋପର ଭଉଣୀ ଆବିଗେଲ ଓ ଇମିଲି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜିମ୍ନାଷ୍ଟିକ୍ସରେ ଅଲଗା ଅଲଗା ଇଭେଣ୍ଟ୍‌ରେ ଦୁଇଟି ପଦକ ଜିତିଛନ୍ତି। ଏହି ଦୁଇ ଯାଆଁଳା ଉଭଣୀ ମଧ୍ୟ ୱେଲ୍ସ ପାଇଁ ପ୍ରଥମ ଜିମ୍ନାଷ୍ଟିକ୍ସ ପଦକ ଜିତିଛନ୍ତି। ଏହି ଦୁଇ ଭଉଣୀ ଜିମ୍ନାଷ୍ଟିକ୍ସର ଦୁଇ ଇଭେଣ୍ଟ୍‌ ଭଲ୍‌ଟ ଓ ଅନ୍‌ଇଭେନ୍‌ ବାର୍‌ସ୍‌ରେ ଦୁଇଟି କାଂସ୍ୟ ପାଇଥିଲେ।

ଜଣେ ତୃତୀୟ ଜଣେ ଚତୁର୍ଥ

ମହିଳା ଭଲ୍ଟରେ ଆବିଗେଲ୍‌ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଭଉରୀ ଇମିଲି ଏହି ଇଭେଣ୍ଟ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲେ। ତେବେ ଏହାର କିଛି ଘଣ୍ଟା ପୂର୍ବରୁ ଇମିଲି ଅନ୍‌ଇଭେନ୍‌ ବାର୍‌ସ୍‌ରେ କାଂସ୍ୟ ଜିତି ସାରିଥିଲେ। ପଦକ ଜିତିବା ପରେ ଉଭୟ ଏକାଠି ଫଟୋ ପୋଜ୍‌ ଦେଇ ଖୁସି ମନାଇଥିଲେ। ଏହି ୨୦ ବର୍ଷୀୟା ଦୁଇ ଯାଆଁଳା ଉଭଣୀଙ୍କ ଏହି ସଫଳ ମୁହୂର୍ତ୍ତରେ ଏମାନଙ୍କ ଅଭିଭାବକ ଜନ୍‌ ଓ ମାଇକେଲ୍‌ ଉପସ୍ଥିତ ଥିଲେ।

Test Cricket Record: ଗ୍ରେଭ୍‌ସଙ୍କ ନୂଆ ଟେଷ୍ଟ୍‌ ରେକର୍ଡ: ଲଗାତାର ୫ ମେଡେନ୍‌ ଓଭରରେ ୫ ୱିକେଟ୍‌

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.