GST on Gold Jewellery: ସୁନା ଗହଣା କିଣିବା ବେଳେ ଗୋଲ୍ଡ ଓ ମେକିଂ ଚାର୍ଜ ଉପରେ ଅଲଗା ଅଲଗା ଜିଏସ୍‌ଟି ଦେବାକୁ ପଡ଼ିବ କି? ଜାଣନ୍ତୁ ସରକାରଙ୍କ ନିୟମ…

57 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆଜି ଧନତେରାସ୍‌। ଆପଣ ସୁନା କିଣିଥିବେ ନିଶ୍ଚୟ। ହେଲେ ‌ଜାଣନ୍ତି କି ସୁନା ଗହଣା କିଣିବା ସମୟରେ ଅନେକ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ। ସୁନାର ଦାମ୍‌ ଓ ମେକିଂ ଚାର୍ଜ ଉପରେ ଅଲଗା ଅଲଗା ଜିଏସ୍‌ଟି ଲାଗିଥାଏ କି? ନା ଉଭୟକୁ ମିଶାଇ ଗୋଟିଏ ଜିଏସ୍‌ଟି ଦେବାକୁ ପଡ଼େ? ଏହାକୁ ନେଇ ଅନେକ ସମୟରେ ଗ୍ରାହକ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଆପଣଙ୍କ ମନରେ ବି ‌ଏମିତି କିଛି ପ୍ରଶ୍ନ ଆସୁଥିବ। ଆପଣଙ୍କ ପ୍ରଶ୍ନ ପାଇଁ ସରକାରଙ୍କ GST FAQରେ ଏହାର ସ୍ପଷ୍ଟ ଉତ୍ତର ଦିଆଯାଇଛି।

ସରକାରଙ୍କ ନିୟମ ଅନୁସାରେ, ସୁନା, ରୁପା କିମ୍ବା ହୀରା ଗହଣା କିଣିବା ସମୟରେ ଗହଣାର ମୋଟ୍‌ ମୂଲ୍ୟ ଉପରେ ମାତ୍ର ୩% ଜିଏସ୍‌ଟି ଲାଗିବ। ଅର୍ଥାତ୍ ସୁନାର ଦାମ୍‌ ଓ ମେକିଂ ଚାର୍ଜ ଉପରେ ଅଲଗା ଅଲଗା ଜିଏସ୍‌ଟି ଦେବାକୁ ପଡ଼ିବନାହିଁ।

ଆହୁରି ପଢ଼ନ୍ତୁ- SIR: ଚିଠା ତାଲିକାରୁ ବାଦ୍‌ ପଡ଼ିଥିବା ଭୋଟରଙ୍କୁ ଆଉ ଏକ ସୁଯୋଗ; ୭ ରାଜ୍ୟରେ ପୁଣି ଦାଖଲ ହେବ ଗଣନା ଫର୍ମ

ସରକାରଙ୍କ ନିୟମ କ’ଣ କହୁଛି?

ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ କଷ୍ଟମ୍ସ (ସିବିଇସି) ପକ୍ଷରୁ ଜାରି GST FAQରେ ଏହି ବିଷୟରେ ସ୍ପଷ୍ଟ କରାଯାଇଛି। ଧରନ୍ତୁ, ଆପଣ ଗୋଟିଏ ସୁନା ଚେନ୍ କିଣିଲେ। ଏହାର ବିଲ୍‌ରେ ସୁନାର ଦାମ୍‌ ଓ ମେକିଂ ଚାର୍ଜ ଅଲଗା ଅଲଗା ଲେଖାଯାଇଛି। ତେବେ ଏହି ଦୁଇଟି ମୂଲ୍ୟକୁ ମିଶାଇ ଯେଉଁ ମୋଟ୍‌ ଟଙ୍କା ହେବ, ସେହି ରାଶି ଉପରେ ୩% ଜିଏସ୍‌ଟି ଲାଗିବ। ବିଲ୍‌ରେ ମେକିଂ ଚାର୍ଜ ଅଲଗା ଦେଖାଯାଇଥିଲେ ମଧ୍ୟ ଜିଏସ୍‌ଟି ହାର ବଦଳିବ ନାହିଁ। ୧.୪୦ ଲକ୍ଷ ଟଙ୍କାର ସୁନା ଚେନ୍‌ରେ କେତେ ଜିଏସ୍‌ଟି ଲାଗିବ? ଏକ ଉଦାହରଣ ମାଧ୍ୟମରେ ଏହାକୁ ବୁଝିବା।

ଧରନ୍ତୁ ଆପଣ ୧୦ ଗ୍ରାମର ଏକ ସୁନା ଚେନ୍ କିଣୁଛନ୍ତି।
• ସୁନାର ମୂଲ୍ୟ: ୧,୨୮,୦୦୦ ଟଙ୍କା
• ମେକିଂ ଚାର୍ଜ: ୧୨,୦୦୦ ଟଙ୍କା
• ମୋଟ ମୂଲ୍ୟ: ୧,୪୦,୦୦୦ ଟଙ୍କା
ଏବେ ଏହି ମୋଟ ମୂଲ୍ୟର ୩% ହିସାବରେ ଜିଏସ୍‌ଟି ଲାଗିବ।
ଅର୍ଥାତ୍ ୧,୪୦,୦୦୦ ଟଙ୍କାର ୩% = ୪,୨୦୦ ଟଙ୍କା।
ତେଣୁ ଆପଣଙ୍କୁ ଜିଏସ୍‌ଟି ବାବଦରେ ମାତ୍ର ୪,୨୦୦ ଟଙ୍କା‌ ଦେବାକୁ ପଡ଼ିବ।

ଯଦି ସୁନା ଉପରେ ୩% ଏବଂ ମେକିଂ ଚାର୍ଜ ଉପରେ ୫% ଜିଏସ୍‌ଟି ଲଗାଯାଏ, ତେବେ ମୋଟ୍‌ ଜିଏସ୍‌ଟି ୪,୪୪୦ ଟଙ୍କା ହେବ। ଏହା ନିୟମ ଅନୁସାରେ ଠିକ୍ ନୁହେଁ। ଏଭଳି ହିସାବରେ ଗ୍ରାହକଙ୍କୁ ଅଧିକ ୨୪୦ଟଙ୍କା ଦେବାକୁ ପଡ଼ିବ।

ତେବେ ୫% ଜିଏସ୍‌ଟି କାହିଁକି ଲାଗେ?

ଅନେକ ସମୟରେ ଶୁଣିବାକୁ ମିଳେ ଯେ ସୁନା ଉପରେ ୩% ଏବଂ ମେକିଂ ଚାର୍ଜ ଉପରେ ୫% ଜିଏସ୍‌ଟି ଲାଗେ। କିନ୍ତୁ ଏହି ୫% ଜିଏସ୍‌ଟି ସାଧାରଣ ଗ୍ରାହକ ଗହଣା କିଣିବା ସମୟରେ ଦେବାକୁ ପଡ଼େନାହିଁ। ଏହି ୫% ଜିଏସ୍‌ଟି ଗହଣା ତିଆରି କରିବା କାମ ବା ଜବ୍ ୱାର୍କ ସହ ଜଡ଼ିତ।

ଆହୁରି ପଢ଼ନ୍ତୁ- Bihar: ଏଣିକି ବିଦ୍ୟାଳୟରେ ଭୋଜପୁରୀ ଭାଷାରେ ପିଲା ପଢିବେ ପାଠ!

ଯେତେବେଳେ ଜଣେ ଜୁଏଲର୍ସ କାରିଗରଙ୍କୁ ସୁନା ଦେଇ ଗହଣା ତିଆରି କରାନ୍ତି, ସେତେବେଳେ କାରିଗରଙ୍କୁ ମିଳୁଥିବା ମଜୁରି ବା ଜବ୍ ଚାର୍ଜ ଉପରେ ୫% ଜିଏସ୍‌ଟି ଲାଗିଥାଏ। ଯଦି କାରିଗର ଜିଏସ୍‌ଟିରେ ପଞ୍ଜୀକୃତ ଥାଆନ୍ତି, ତେବେ ସେ ଏହି ଟ୍ୟାକ୍ସ ଦିଅନ୍ତି। ଜୁଏଲର୍ସ ନିୟମ ଅନୁସାରେ ଏହାର ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମଧ୍ୟ ନେଇପାରିବେ।
ଅର୍ଥାତ୍ ଏହା ଜୁଏଲର୍ସ ଓ କାରିଗରଙ୍କ ମଧ୍ୟରେ ହେଉଥିବା କାରବାରର ନିୟମ। ଦୋକାନରୁ ପ୍ରସ୍ତୁତ ଗହଣା କିଣୁଥିବା ଗ୍ରାହକଙ୍କ ବିଲ୍‌ରେ ଏହି ୫% ଜିଏସ୍‌ଟି ଅଲଗା ଭାବେ ଯୋଡ଼ାଯିବ ନାହିଁ।

ଜିଏସ୍‌ଟି ୨.୦ ପରେ ମଧ୍ୟ ବଦଳିନି ଗହଣା ଉପରେ ଜିଏସ୍‌ଟି ହାର

ସେପ୍ଟେମ୍ବର ୨୦୨୫ରେ ଜିଏସ୍‌ଟି ୨.୦ ଲାଗୁ ହେବାପରେ ଅନେକ ସାମଗ୍ରୀର ଜିଏସ୍‌ଟି ହାରରେ ପରିବର୍ତ୍ତନ ହୋଇଥିଲା। କିନ୍ତୁ ସୁନା ଓ ଗହଣା କ୍ଷେତ୍ରରେ ଜିଏସ୍‌ଟି ହାର ୩% ହିଁ ରଖାଯାଇଛି। ୩ ସେପ୍ଟେମ୍ବର ୨୦୨୫ରେ ହୋଇଥିବା ଜିଏସ୍‌ଟି କାଉନ୍‌ସିଲର୍‌ ୫୬ତମ ବୈଠକରେ ମଧ୍ୟ ଜେମ୍ସ ଆଣ୍ଡ ଜୁଏଲାରି କ୍ଷେତ୍ର ପାଇଁ ୩% ଜିଏସ୍‌ଟି ହାର ଜାରି ରଖାଯାଇଥିଲା।

ଜୁଏଲାରି କିଣିବା ବେଳେ ଏହି କଥା ମନେ ରଖନ୍ତୁ

ଆହୁରି ପଢ଼ନ୍ତୁ- ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ

ସୁନା, ରୁପା କିମ୍ବା ହୀରାର ପ୍ରସ୍ତୁତ ଗହଣା କିଣିବା ସମୟରେ ଗ୍ରାହକଙ୍କୁ ଗହଣାର ମୋଟ୍‌ ମୂଲ୍ୟ ଉପରେ ୩% ଜିଏସ୍‌ଟି ଦେବାକୁ ପଡ଼ିବ।
ତେଣୁ ଗହଣା କିଣିବା ବେଳେ ବିଲ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ।
• ସୁନାର ମୂଲ୍ୟ ଓ ମେକିଂ ଚାର୍ଜ ଠିକ୍ ଭାବେ ଲେଖାଯାଇଛି କି ନାହିଁ ଦେଖନ୍ତୁ।
• ମୋଟ୍‌ ଗହଣା ମୂଲ୍ୟ ଉପରେ ୩% ଜିଏସ୍‌ଟି ଲାଗିଛି କି ନାହିଁ ଯାଞ୍ଚ କରନ୍ତୁ।
• ମେକିଂ ଚାର୍ଜ ଉପରେ ଅଲଗା ଭାବେ ୫% ଜିଏସ୍‌ଟି ଲଗାଯାଇଥିଲେ ଜୁଏଲର୍ସଙ୍କଠାରୁ ଏହାର କାରଣ ପଚାରନ୍ତୁ।

ଉଦାହରଣସ୍ୱରୂପ, ୧,୪୦,୦୦୦ ଟଙ୍କାର ଗହଣା ଉପରେ ଜିଏସ୍‌ଟି ୪,୨୦୦ ଟଙ୍କା ହେବ। ସେହିପରି ୨ ଲକ୍ଷର ଗହଣା ଉପରେ ଜିଏସ୍‌ଟି ୬,୦୦୦ ଟଙ୍କା ଲାଗିବ।
ତେବେ ନିଜ ସୁନା ଦେଇ ଗହଣା ତିଆରି କରିବା କିମ୍ବା ପୁରୁଣା ଗହଣା ମରାମତି କରାଇବା କ୍ଷେତ୍ରରେ ଜିଏସ୍‌ଟି ନିୟମ ଅଲଗା ହୋଇପାରେ। ଏଭଳି ସ୍ଥିତିରେ ବିଲ୍‌ରେ କେଉଁ ଆଧାରରେ ଜିଏସ୍‌ଟି ଲଗାଯାଇଛି, ତାହା ଜୁଏଲର୍ସଙ୍କଠାରୁ ସ୍ପଷ୍ଟ ଭାବେ ବୁଝି ନିଅନ୍ତୁ। ତେବେ ଗହଣା କିଣିବା ବେଳେ ସୁନାର ଦାମ୍‌ ଓ ମେକିଂ ଚାର୍ଜ ଉପରେ ଅଲଗା ଅଲଗା ଜିଏସ୍‌ଟି ନୁହେଁ, ବରଂ ମୋଟ୍‌ ମୂଲ୍ୟ ଉପରେ ୩% ଜିଏସ୍‌ଟି ହିଁ ଲାଗିବ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.