Greenland: ଗ୍ରୀନ୍‌ଲ୍ୟାଣ୍ଡ ସୁରକ୍ଷା ନିୟନ୍ତ୍ରଣ ପାଇଁ ଆମେରିକା ଓ ଡେନମାର୍କ ରାଜିନାମା

25 minutes ago 1
ARTICLE AD BOX

ୱାସିଂଟନ: ଆର୍କଟିକ୍‌ ଅଞ୍ଚଳରେ ଚୀନ୍‌ରୁଷ୍‌ର ପ୍ରଭାବ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେନମାର୍କ ଏବଂ ଗ୍ରୀନ୍‌ଲ୍ୟାଣ୍ଡ ସହ ଏକ ଐତିହାସିକ ଚୁକ୍ତି କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ, ଗ୍ରୀନ୍‌ଲ୍ୟାଣ୍ଡର ସୁରକ୍ଷା ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆମେରିକାକୁ ‘ସ୍ଥାୟୀ ନିୟନ୍ତ୍ରଣ’ ମିଳିବ। ନିଜର ସାମାଜିକ ଗଣମାଧ୍ୟମ ‘ଟ୍ରୁଥ୍‌ ସୋସିଆଲ୍‌’ରେ ଏହି ସୂଚନା ଦେଇ ୮୦ ବର୍ଷୀୟ ଟ୍ରମ୍ପ କହିଛନ୍ତି ଯେ ଏହା ଏକ ‘ଅସୀମ ଅବଧି’ର ରାଜିନାମା ଏବଂ ଏହାର କୌଣସି ଶେଷ ନାହିଁ। ଆମେରିକାର ଲିଖିତ ଅନୁମତି ବିନା କୌଣସି ପ୍ରତିପକ୍ଷ ଦେଶ ଗ୍ରୀନ୍‌ଲ୍ୟାଣ୍ଡରେ ସାମରିକ ଘାଟି, ସେନା ମୁତୟନ କିମ୍ବା ସଂବେଦନଶୀଳ ନିବେଶ କରିପାରିବେ ନାହିଁ।

ଜାନୁଆରି ୨୦୨୫ରେ ହ୍ୱାଇଟ୍‌ ହାଉସ୍‌କୁ ଫେରିବା ପରଠାରୁ ଟ୍ରମ୍ପ ରଣନୈତିକ କାରଣରୁ ଗ୍ରୀନ୍‌ଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ପାଇଁ ଦାବି କରିଆସୁଥିଲେ, ଯାହା ଉତ୍ତର ‘ନାଟୋ’ ସହଯୋଗୀ ଡେନମାର୍କ ସହ ବିବାଦ ସୃଷ୍ଟି କରିଥିଲା। ତେବେ ନୂତନ ରାଜିନାମାକୁ ଡେନମାର୍କ ଏବଂ ଏହାର ସ୍ୱାୟତ୍ତଶାସିତ ଅଞ୍ଚଳ ଗ୍ରୀନ୍‌ଲ୍ୟାଣ୍ଡ ସ୍ୱାଗତ କରିଛନ୍ତି। ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହେବ। ଏହି ଚୁକ୍ତି ଗ୍ରୀନ୍‌ଲ୍ୟାଣ୍ଡ, ଡେନମାର୍କ, ଆମେରିକା ସମେତ ୟୁରୋପ ଓ ନାଟୋ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନ୍‌ କହିଛନ୍ତି।

ଆହୁରି ପଢନ୍ତୁ: Bangomunda Road Accident: ଦୁର୍ଘଟଣାରେ ମୃତ ୨ ଯୁବକଙ୍କ ଶବ ରଖି ଧାରଣା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ

ଚୀନ୍‌ ଓ ରୁଷ୍‌ ଗ୍ରୀନ୍‌ଲ୍ୟାଣ୍ଡରେ ନିଜର ଘାଟି ସ୍ଥାପନ ପାଇଁ ଚେଷ୍ଟା କରୁଥିବା ନେଇ ଟ୍ରମ୍ପ କ୍ରମାଗତ ଭାବେ ଚେତାବନୀ ଦେଇଆସୁଥିଲେ। ଆମେରିକା ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରାଜିନାମା ଦ୍ୱାରା ରୁଷ୍‌ ଓ ଚୀନ୍‌ ଗ୍ରୀନ୍‌ଲ୍ୟାଣ୍ଡକୁ ସେନା ପଠାଇବା କିମ୍ବା କୌଣସି ସାମରିକ ଘାଟି ନିର୍ମାଣ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଯାଇଛି। ଗ୍ରୀନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେନ୍ସ-ଫ୍ରେଡେରିକ୍‌ ନିଲସେନ୍‌ ମଧ୍ୟ ଏହି ଚୁକ୍ତି ଦ୍ୱାରା ଅଞ୍ଚଳର ସୁରକ୍ଷା ସୁଦୃଢ଼ ହେବ ବୋଲି ପ୍ରକାଶ କରିଛନ୍ତି। ଆମେରିକା ଏହି ଦ୍ୱୀପରେ ନିଜର ସାମରିକ ଉପସ୍ଥିତି ତୁରନ୍ତ ବୃଦ୍ଧି କରିବା ଆରମ୍ଭ କରିବ ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.