Govt Cuts Sugar Stock Holding limit:ଚିନି ଷ୍ଟକ୍‌ ଲିମିଟ୍‌ ୨୦୦୦ କ୍ବିଣ୍ଟାଲକୁ କମିଲା

2 weeks ago 6
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ଚିନି ଦରକୁ ନିୟନ୍ତ୍ରିତ କରିବା ଲାଗି ସରକାର ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି। ଡିଲରମାନଙ୍କ ପାଇଁ ଷ୍ଟକ୍‌ ଲିମିଟ୍‌ ୨୦୦୦ କ୍ବିଣ୍ଟାଲକୁ କମାଇ ଦେଇଛନ୍ତି। ଆସନ୍ତା ୧୫ ତାରିଖରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଅଗଷ୍ଟ ପହିଲାରୁ ଏହି ସୀମା ୪ ହଜାର କ୍ବିଣ୍ଟାଲ ରହିଛି। ସରକାର ଆଜି କରିଥିବା ନୂଆ ନିୟମ ଅନୁଯାୟୀ, ଡିଲରମାନେ ୩୦ ଦିନରୁ ଅଧିକ ଦିନ ପାଇଁ ଷ୍ଟକ୍‌ ରଖିପାରିବେ ନାହିଁ।

 ସେହିଭଳି କୌଣସି ସମୟରେ ୨୦୦୦ କ୍ବିଣ୍ଟାଲରୁ ଅଧିକ ଚିନି ରଖିପାରିବେ ନାହିଁ। କିନ୍ତୁ କୋଲକାତା ଓ ଏହି ମହାନଗରର ସମ୍ପ୍ରସାରିତ ଅଞ୍ଚଳରେ ଷ୍ଟକ୍‌ ଲିମିଟ୍‌ ସୀମା ୪୦୦୦ କ୍ବିଣ୍ଟାଲ ରଖାଯାଇଛି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ଚିନି ଆସିଥାଏ ଏବଂ ସେଠାରୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଯୋଗଇ ଦିଆଯାଇଥାଏ। ତାହାକୁ ଦୃଷ୍ଟିରେ ରଖି କୋଲକାତା ପାଇଁ ନିୟମ କୋହଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଫଳରେ ଗତ କିଛିଦିନ ମଧ୍ୟରେ ଚିନିକଳରେ ଚିନି ଦର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି ବୋଲି କୁହାଯାଇଛି।

ଗ୍ରିନ୍‌ ସାର୍ଟିଫିକେସନ ହାସଲ କରିବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟପାଳଙ୍କ ଆହ୍ବାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.