Govinda-Sunita Ahuja Controversy: ଗୋବିନ୍ଦାଙ୍କୁ ନେଇ ପତ୍ନୀଙ୍କ ଚାଞ୍ଚଲ୍ୟକର ଖୁଲାସା, ସବୁ କହିଦେଲେ ସୁନୀତା

2 months ago 26
ARTICLE AD BOX

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। "ଲକ୍ ଅପ୍: ସଚ୍ ୟା ସଜା" ରିଆଲିଟି ଶୋ'ରେ ଯୋଗ ଦେଇ ସେ ଏକ ବଡ଼ ଖୁଲାସା କରିଛନ୍ତି। ବିବାହ ପରେ କିପରି ‌ଗୋବିନ୍ଦା ଅନ୍ୟ ଅଭିନେତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ତାହା ଜଣାଇବା ସହ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ମାରିଥିବା ଚର୍ଚ୍ଚା ଉପରେ ବି ନିଜ ପ୍ରତିକ୍ରିୟା ରଖିଛନ୍ତି। ଶୋ'ର ପ୍ରିମିୟର ଏପିସୋଡରେ ହୋଷ୍ଟ ଫାରା ଖାନ, ସୁନିତା ଆହୁଜାଙ୍କ ସହ ଜଡିତ କିଛି ପୁରୁଣା ମିଡିଆ ହେଡଲାଇନ ପଢି ଶୁଣାଇଥିଲେ। ସେ ମଧ୍ୟରୁ ଗୋଟିଏ ହେଡ୍‌ଲାଇନରେ ଲେଖାଥିଲା, "ମୋତେ ଗୋବିନ୍ଦାଙ୍କ ପରି ପୁଅ ଦରକାର, ସ୍ବାମୀ ନୁହେଁ।" ଏହା ଉପରେ ସ୍ପଷ୍ଟୀକରଣ ଦେଇ ସେ କହିଥିଲେ, "ପ୍ରେମରେ, ସବୁକିଛି ସହିଯିବା ଉଚିତ। ଗୋବିନ୍ଦାଙ୍କର ଏତେ ଆଫେୟାର ଥିଲା। ହେଲେ ମୁଁ କିଛି ବି କହିନଥି‌ଲି। କାରଣ ଇଣ୍ଡଷ୍ଟ୍ରିରେ ଏସବୁ ଜିନିଷ ଅତି ସାଧାରଣ। ଗୋବିନ୍ଦାଙ୍କ ସହ ଏତେ ବର୍ଷ ବିତାଇବା ପରେ ମୁଁ ଅନୁଭବ କରିପାରିଛି ଯେ, ମୋତେ ଗୋବିନ୍ଦାଙ୍କ ପରି ପୁଅ ଦରକାର, ସ୍ବାମୀ ନୁହେଁ। କାରଣ ପୁଅ ହିସାବରେ ସେ ବହୁତ ଭଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.