ARTICLE AD BOX
ସଲ୍ଟିଲୋ: ମେକ୍ସିକୋର ସଲ୍ଟିଲୋରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ବକପ୍ ଫାଇନାଲର ପୁରୁଷ ରିକର୍ଭ ବିଭାଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତର ଧୀରଜ ବୋମ୍ମାଦେବରା। ଏହା ସହ ତାଙ୍କର ଏସୀୟ କ୍ରୀଡ଼ା ପ୍ରସ୍ତୁତିକୁ ମଧ୍ୟ ବଡ଼ ଉତ୍ସାହ ମିଳିଛି। ଫାଇନାଲରେ ଧୀରଜ ଜାପାନର ବିଶ୍ୱ ଚାମ୍ପିୟନସିପ୍ ପଦକ ବିଜେତା ନାକାନିଶି ଜୁନ୍ୟାଙ୍କୁ ସୁଟ୍-ଅଫ୍ରେ ପରାସ୍ତ କରିଥିଲେ। ନିର୍ଦ୍ଧାରିତ ସମୟରେ ସ୍କୋର ୫-୫ରେ ବରାବର ରହିବା ପରେ ଶେଷ ଉଦ୍ୟମରେ ଧୀରଜ ୧୦ ପଏଣ୍ଟ ପାଇଥିବା ବେଳେ ନାକାନିଶି ୯ ପଏଣ୍ଟ ଅର୍ଜନ କରିଥିଲେ।
ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ତୀରନ୍ଦାଜ
୨୫ ବର୍ଷୀୟ ଧୀରଜ ତୀରନ୍ଦାଜି ବିଶ୍ବକପ୍ ଫାଇନାଲର ରିକର୍ଭ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ତୀରନ୍ଦାଜ ହୋଇଛନ୍ତି। ଏଥିସହ ଭାରତୀୟ ପୁରୁଷ ରିକର୍ଭ ତୀରନ୍ଦାଜଙ୍କ ୧୬ ବର୍ଷର ପଦକ ଅପେକ୍ଷା ମଧ୍ୟ ଶେଷ ହୋଇଛି। ୨୦୧୦ରେ ଜୟନ୍ତ ତାଲୁକଦାର ଏଡିନବର୍ଗରେ କାଂସ୍ୟ ପଦକ ଜିତିବା ପରେ ଆଉ କୌଣସି ଭାରତୀୟ ପୁରୁଷ ରିକର୍ଭ ତୀରନ୍ଦାଜ ବିଶ୍ୱକପ୍ ଫାଇନାଲରେ ପଦକ ଜିତିନଥିଲେ।
Asian Champions Trophy: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ଭାରତ ମାଟିରେ ଖେଳିବ ପାକିସ୍ତାନ

3 days ago
4


