Ghosh Yatra: ଘୋଷଯାତ୍ରା ପାଇଁ ପରିବହନ ବିଭାଗର ବ୍ୟାପକ ବ୍ୟବସ୍ଥା: ଏଲ୍‌ଇଡିରେ ପ୍ରଦାନ କରାଯିବ ଟ୍ରାଫିକ୍‌ ଅପଡେଟ୍

2 weeks ago 9
ARTICLE AD BOX

କଟକ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସେବାମୂଳକ ଆୟୋଜନ କରାଯାଇଛି। ଉତ୍ତରା ଛକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ଇଡି ମାଧ୍ୟମରେ ପୁରୀ ରୁଟ୍‌ର ରିଅଲ୍-ଟାଇମ୍ ଟ୍ରାଫିକ୍ ଅପଡେଟ୍‌ ପ୍ରଦାନ କରାଯିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ମାଳତୀପାଟପୁର ଓ ତାଳବଣିଆଠାରେ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ହୁଇଲ୍ ଚେୟାର୍, ବାୟୋ-ଟଏଲେଟ୍, ସ୍ୱତନ୍ତ୍ର ବିଶ୍ରାମସ୍ଥଳ, ପାନୀୟଜଳ ଓ ପ୍ରାଥମିକ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି। ଏଥିସହ ଏହି ସହାୟତା କେନ୍ଦ୍ରରୁ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ ମାଗଣା ସଟଲ୍ ବସ୍ ଓ ଇ-ରିକ୍ସାର ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯାଉଛି।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର
ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ସଟଲ୍ ବସ୍, ଇ-ରିକ୍ସା
ଅସ୍ଥାୟୀ ବିଶ୍ରାମାଗାର ସହ ମାଗଣା ରନ୍ଧାଖାଦ୍ୟ

ଭୁବନେଶ୍ୱର ପଟରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ତଥା ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ପୁରୀ ପୁଲିସର ପ୍ରତ୍ୟକ୍ଷ ସହଭାଗିତାରେ ଉତ୍ତରା ଛକ ଓ ଲିଙ୍ଗିପୁର ଭଳି ପ୍ରମୁଖ ଜଙ୍କସନ୍‌ରେ ଏଲ୍ଇଡି ଭ୍ୟାନ୍ ମାଧ୍ୟମରେ ଟ୍ରାଫିକ୍ ସ୍ଥିତି ପ୍ରଦର୍ଶିତ କରାଯାଉଛି। ଏହାଦ୍ୱାରା ଯାତ୍ରୀମାନେ ପୁରୀ ମାର୍ଗର ଭିଡ଼ ଓ ଗମନାଗମନ ସ୍ଥିତି ବିଷୟରେ ପୂର୍ବରୁ ଅବଗତ ହୋଇ ସହଜରେ ନିଜର ଯାତ୍ରା ସମାପ୍ତ କରିପାରିବେ।

Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ନିଶୁଳ୍କ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ସୂଚନା କେନ୍ଦ୍ର କାର୍ଯ୍ୟ କରୁଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପାଇଁ ଏନ୍‌ଫୋର୍ସମେଣ୍ଟ ଟିମ୍ ଏବଂ ଆଇଇଏମ୍‌ଏସ୍ ବ୍ୟବସ୍ଥା ରହିଛି। ଏହା ସହିତ କୌଣସି ଗାଡ଼ି ଖରାପ ହେଲେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ବ୍ରେକଡାଉନ୍‌ ସର୍ଭିସ ଓ ସ୍ୱତନ୍ତ୍ର କ୍ରେନ୍ ମଧ୍ୟ ମୁତୟନ କରାଯାଇଛି। ସମସ୍ତ ଯାତ୍ରୀ ସଡ଼କ ସୁରକ୍ଷା ନିୟମ ପାଳନକୁ ପ୍ରାଧାନ୍ୟ ଦେବା ଏବଂ ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.