Gautam Gambhir : ଗମ୍ଭୀରଙ୍କୁ ହଟାଇବାର ବେଳ ଆସିଲାଣି !

2 weeks ago 6
ARTICLE AD BOX

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେ‌ଷ୍ଟରେ ଭାରତୀୟ ଦଳ ଭଲ ସ୍ଥିତିରେ ରହିବା ଏବଂ ଫଲୋଅନ୍‌ ଲଦିବା ସତ୍ତ୍ବେ ଜିତି ନପାରିବା ପରେ ଏବେ ନାନା ପ୍ରଶ୍ନ ଉଠିଛି। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତୀୟ ଦଳର ଆଭିମୁଖ୍ୟ ପୁନଃସ୍ଥାପିତ କରିବାର ଆଶ୍ୟକତା ପଡ଼ିଛି। କାରଣ ଏହି ଫର୍ମାଟରେ ଭାରତ ଆଉ ପୂର୍ବଭଳି ପ୍ରଭାବୀ ରହିପାରୁନାହିଁ, ବରଂ ଦୁର୍ବଳ ହୋଇଚାଲିଛି। ଶ୍ରୀଲଙ୍କା ବିପକ୍ଷ କଲମ୍ବୋ‌ ଟେଷ୍ଟରେ ଭାରତ ନିକଟରେ ସେଭଳି ଅପ୍ରତିଦ୍ବନ୍ଦ୍ବୀ କି ଭୟଙ୍କର ପ୍ରତିଦ୍ବନ୍ଦ୍ବୀ ହୋଇପାରୁନାହିଁ। ଅବଶ୍ୟ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଭାରତର ପ୍ରଦର୍ଶନକୁ ପ୍ରଭାବିତ କରିଛି। କିନ୍ତୁ ଏଥି ପାଇଁ ବି ଭାରତୀୟ ଦଳର କାର୍ଯ୍ୟଭାର ପରିଚାଳନା ବ୍ୟବସ୍ଥା ଓ ଚୟନ ନୀତିକୁ ଦୋଷ ଦେଇ ହେବ। କଲମ୍ବୋରେ ପଞ୍ଚମ ଦିନ ପିଚ୍‌ରେ ଭାରତୀୟ ଦଳର ତିନି ସ୍ପିନର୍‌ ମାନବ ସୂଥାର, ସାରାଂଶ ଜୈନ, ରବୀନ୍ଦ୍ର ଜାଡ଼େଜା ସଂଘର୍ଷ କରିଥିଲେ। କୁଲଦୀପ ଯାଦବଙ୍କୁ ବିବାଦୀୟ ଭାବେ ଦଳରୁ ବାଦ ଦିଆଯିବାକୁ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି ପୂର୍ବତନ ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌। ଏବେ ଭାରତ ସମ୍ମୁଖରେ ନ୍ୟୁଜିଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ଭଳି ଦୁଇ କଡ଼ା ପ୍ରତିଦ୍ବନ୍ଦ୍ବୀ ଥିବାରୁ ଦଳର ବିଶ୍ବ ଟେଷ୍ଟ ପ୍ରତିଯୋଗିତା ଫାଇନାଲ୍‌ ଆଶା କ୍ଷୀଣ ହେବାରେ ଲାଗିଛି।

ଗୌତମ ଗମ୍ଭୀରଙ୍କ ଅଧିନରେ ଭାରତର ଟେଷ୍ଟ କ୍ରିକେଟ୍ ପ୍ରଦର୍ଶନରେ ଅବନତି ଘଟିଛି। ପ୍ରଥମରୁ ନ୍ୟୁଜିଲାଣ୍ଡ୍‌ ନିକଟରୁ ଘରୋଇ ମାଟିରେ ମୂଳପୋଛ ହେବାର ଅପଯଶଠାରୁ ଆରମ୍ଭ କରି ଗମ୍ଭୀରଙ୍କ ଦଳ ଏ ପର୍ଯ୍ୟନ୍ତ ୨୨ ଟେଷ୍ଟରୁ ୧୧ ଜିତି ୮ ହାରିଛି। ବିଦେଶ ମାଟିରେ କିନ୍ତୁ ଏହି ଦୁଇ ବର୍ଷରେ ମାତ୍ର ୩ଟି ଜିତିଛି। ବେଙ୍ଗାଲୁରୁରେ ଭିଭିଏସ୍‌ ଲକ୍ଷ୍ମଣଙ୍କ ଅଧିନରେ ନୂଆ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ ରହିଥିଲେ ମଧ୍ୟ ଯଶପ୍ରୀତ୍‌ ବୁମରାଙ୍କ ଭଳି ବୋଲର ଗତ ବର୍ଷକ ଭିତରେ ପଡ଼ିଆ ଭିତର ଅପେକ୍ଷା ବାହାରେ ଅଧିକ ବସିଲେଣି। ମହମ୍ମଦ ସାମିଙ୍କ ଭଳି ବୋଲରଙ୍କଠାରୁ ଅଜିତ ଅଗରକରଙ୍କ ଚୟନ ସମିତି ଦୂରେଇ ରହିବା ଆଉ ଏକ ଆଲୋଚ୍ୟ କାରଣ। ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜ ନୂଆ ବଲ୍‌ ବ୍ୟତୀତ ବି‌ଶେଷ ପ୍ରଭାବୀ ହୋଇପାରିନାହାନ୍ତି।

ବିବାହିତା ମହିଳାଙ୍କୁ ପ୍ରେମ କରି ଘରକୁ ଆଣି ହରଡ଼ଘଣାରେ ପଡ଼ିଲେ, ଜୀବନ ହାରିଲେ ଯୁବକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.