ARTICLE AD BOX
ଜଣେ ବ୍ରିଟିସ୍ ପରିବା ଚାଷୀ ଏକାବେଳେ ଦୁଇଟି ଓଜନଦାର୍ ବିଶ୍ବ ରେକର୍ଡ ହାସଲ କରିଛନ୍ତି। ଚାଷୀଜଣଙ୍କ ହେଉଛନ୍ତି ଇଂଲଣ୍ଡ ଅନ୍ତର୍ଗତ ଗ୍ଲୁସେଷ୍ଟର୍ସାୟାର୍ ଜିଲ୍ଲାର ଗ୍ରାହାମ୍ ବାରାଟ୍। ସେ ତାଙ୍କ ବଗିଚାରେ ସବୁଠାରୁ ଭାରୀ ‘ଏଲିଫେଣ୍ଟ୍’ ରସୁଣ ଓ ‘ସ୍ନୋ ପି’ ନାମକ ମଟର ଉତ୍ପନ୍ନ କରିବାରେ ସଫଳ ହୋଇଛନ୍ତି। ତାଙ୍କ ବଗିଚାରେ ଫଳିଥିବା ରସୁଣର ଓଜନ ହେଉଛି ୧.୭୫ କିଲୋଗ୍ରାମ୍। ଏହି ରସୁଣର ବ୍ୟାସ ୧୯ ସେଣ୍ଟିମିଟର୍। ବଜାରରେ ମିଳୁଥିବା ସାଧାରଣ ରସୁଣ ତୁଳନାରେ ଏହାର ଆକାର ୩୫ ଗୁଣ ବଡ଼ ଏବଂ ଏହାର ଓଜନ ଫିଫା ବିଶ୍ବ କପ୍ରେ ଖେଳା ଯାଉଥିବା ଫୁଟ୍ବଲ୍ର ଚାରିଗୁଣ।
Blind Belief: ୫ ବର୍ଷରେ ଗୁଣିଗାରେଡ଼ି ସନ୍ଦେହରୁ ଗଡ଼ିଲାଣି ୭ ମୁଣ୍ଡ
ଏଲିଫେଣ୍ଟ୍ ରସୁଣ ଭାବେ ଜଣାଶୁଣା ଏହି ରସୁଣ (ଏ. ଆମ୍ପେଲୋପ୍ରାସମ) ପ୍ରଜାତି ଆମେ ଖାଉଥିବା ରସୁଣ (ଆଲିୟମ୍ ସାଟିଭମ୍) ଠାରୁ ଭିନ୍ନ। ତଥାପି ଗ୍ରାହାମ୍ଙ୍କ ରେକର୍ଡ ସୃଷ୍ଟିକାରୀ ରସୁଣଟି ସାଧାରଣ ଏଲିଫେଣ୍ଟ୍ ରସୁଣରୁ ପ୍ରାୟ ପାଞ୍ଚଗୁଣ ବଡ଼। ରୋଚକ କଥା ହେଲା, ସେ ଗତ ବର୍ଷ ସେପ୍ଟେମ୍ବର୍ରେ ୩୭ଟି ରସୁଣ କୋଲା ମାଟିରେ ଲଗାଇଥିଲେ। ସେ ଯେଉଁ ଚାରାକୁ ବିଶେଷ ଗୁରୁତ୍ବ ଦେଇ ନଥିଲେ, ତାହା ହିଁ ସବୁଠାରୁ ବଡ଼ ହୋଇଥିଲା। ସେହିପରି ଗ୍ରାହାମ୍ ତାଙ୍କ ବଗିଚାରେ ସବୁଠାରୁ ଭାରୀ (୨୮ ଗ୍ରାମ୍) ‘ସ୍ନୋ ପି’ ମଟର ଫଳାଇଛନ୍ତି। ଏ ଦୁଇଟିଯାକ (ରସୁଣ ଓ ସ୍ନୋ ପି) ଗିନିଜ୍ ବୁକ୍ ଅଫ୍ ଵାର୍ଲଡ୍ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଜୀବନ କୃଷିକାର୍ଯ୍ୟ କରିଆସିଥିବା ଗ୍ରାହାମ୍ ଗତ ବର୍ଷ ମଧ୍ୟ ଚାରିଟି ବିଶ୍ବ ରେକର୍ଡ ସ୍ଥାପନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।
RamTemple: ରାମମନ୍ଦିର ଦାନ ଚୋରି ମାମଲା: ଏସ୍ବିଆଇର ଅବହେଳାକୁ ଦାୟୀ କଲେ ଚମ୍ପତ ରାୟ

3 weeks ago
12


