ARTICLE AD BOX
ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ୫୦୩ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ଏସ୍ ଆଇ ପ୍ରଭାତ ଗୌଡ ଏକ ଟିମ କରି ଚଂପାଖାରି ଗ୍ରାମ ନିକଟରେ ପେଟ୍ରାଲିଙ୍ଗ କରୁଥିବା ସମୟରେ ଏକ ଆଇଚର ଗାଡ଼ି କ୍ଷୀପ୍ର ଗତିରେ ଆସୁଥିବା ଦେଖି ତାକୁ ଅଟକାଇଥିଲେ। ଗାଡ଼ି ନମ୍ବର ହେଲା ସିଜି ୧୦ ବିଏମ୍ ୩୨୬୫। ପୁଲିସ ତୁରନ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଲଦା ଯାଇଥିବା ଦେଖିବାକୁ ପାଇଲେ। ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ଆସାମୀକୁ ଗିରଫ କରି ପଚରାଉଚରା କରିଥିଲେ। ଏଥିସହ ଜବତ ଗଞ୍ଜେଇକୁ ଓଜନ କରିବା ପରେ ୫୦୩ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା।
ଅଧିକ ତଦନ୍ତ ଜାରି
ଗିରଫ ଆସାମୀ ଦୁଇଜଣ ହେଲେ ଉତ୍ତର ପ୍ରଦେଶର ଆମ୍ରୋହ ଜିଲ୍ଲା ଅନ୍ତର୍ଗତ ଗୁଜରାଉଲ୍ ଥାନା ଅଞ୍ଚଳର ସାହାପୁର୍ ଗ୍ରାମର କମଲ ହାସନ ଏବଂ ବିଲାଲ ବୋଲି ପୁଲିସ କହିଛି। ଏହି ଗଞ୍ଜେଇକୁ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ୍ ପି ଭି -୧୧ ଗ୍ରାମର ଦୀପଙ୍କର ହାଲଦାର ,ଏମ୍ ଭି - ୧୦୪ ଗ୍ରାମର ସୌରଭ ମଲ୍ଲିକ,ଏମ୍ ପି ଭି -୧୩ ଗ୍ରାମର ଜଗନ୍ନାଥ ବିଶ୍ୱାସ ଏହି ଗଞ୍ଜେଇକୁ ଚିନ୍ତୁର ଅଞ୍ଚଳକୁ ଚାଲାଣ କରିବାରେ ସହଯୋଗ କରିଥିବା ପୁଲିସ କହିଛି। ଗାଡ଼ି ମାଲିକ ରୋହିତ ପ୍ରଜାପତି ମାଲକାନଗିରି ଜିଲ୍ଲାର ଉପରୋକ୍ତ ବ୍ୟକ୍ତିମାନଙ୍କୁ ଗଞ୍ଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିବା ଜଣାପଡ଼ିଛି। ପୁଲିସ ଗିରଫ ୨ ଜଣ ଆସାମୀକୁ କୋର୍ଟ ଚାଲାଣ କରିଛି। ଏଥିସହ ଏହି ଘଟଣାର ଅଧିକା ତଦନ୍ତ ଜାରି ରଖିଛି।

2 weeks ago
11


