ARTICLE AD BOX
ପ୍ରଭାବଶାଳୀ ଅଭିନୟ ପାଇଁ ପ୍ରସିଦ୍ଧ ମନୋଜ ବାଜପେୟୀ ତାଙ୍କ କ୍ୟାରିଅର୍ର ସବୁଠାରୁ ଆହ୍ବାନପୂର୍ଣ୍ଣ ଚରିତ୍ରରେ ଅଭିନୟ କରିିବା ଆରମ୍ଭ କରିଛନ୍ତି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦେଶକ ସୁଧୀର ମିଶ୍ର ସ୍ବାଧୀନତା ସଂଗ୍ରାମ ସମୟର କାହାଣୀକୁ ନେଇ ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସେଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର- ମହାତ୍ମା ଗାନ୍ଧୀ ଭାବରେ ମନୋଜଙ୍କୁ ନିଆଯାଇଛି। ମହାତ୍ମା ଗାନ୍ଧୀଙ୍କ ପରି ଶୀର୍ଣ୍ଣକାୟ ଦିଶିବା ପାଇଁ ମନୋଜ ଖୁବ୍ ପରିଶ୍ରମ କରିଛନ୍ତି ବୋଲି କୁହାଯାଉଛି। ସେ ତାଙ୍କ ଓଜନକୁ ବହୁତ ହ୍ରାସ କରିବା ସହିତ ଓଜନ ନ ବଢ଼ିବା ଲାଗି ଖାଦ୍ୟପେୟରେ କଟକଣା ଅବଲମ୍ବନ କରୁଛନ୍ତି। ସେ ଗାନ୍ଧୀଙ୍କ ପରି ସରଳ ଜୀବନଶୈଳୀ ମଧ୍ୟ ଅନୁସରଣ କରୁଛନ୍ତି। ଗତ ଶୁକ୍ରବାର ଦିନ ଲକ୍ଷ୍ନୌ ସହରରେ ‘ଗାନ୍ଧୀ ଆଣ୍ଡ୍ ମାଇଁ ମଦର୍’ ଶୀର୍ଷକ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି।
Health: ପଞ୍ଜାବରେ ପ୍ରଥମ ସନ୍ଦିଗ୍ଧ ସ୍ୱାଇନ୍ ଫ୍ଲୁ ମୃତ୍ୟୁ, ୨୨୦ ଏଚ୍୧ଏନ୍୧ ଆକ୍ରାନ୍ତ
ଏଥିରେ ମନୋଜଙ୍କ ବ୍ୟତୀତ ସୌରଭ ଶୁକ୍ଳ ଓ ଦିବ୍ୟା ଦତ୍ତ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତ ଇତିହାସର ସବୁଠାରୁ ସୁପରିଚିତ ବ୍ୟକ୍ତି ହେଉଛନ୍ତି ମହାତ୍ମା ଗାନ୍ଧୀ। ଅନେକ ଅଭିନେତା ବଡ଼ ପରଦାରେ ତାଙ୍କ ଚରିତ୍ରରେ ଅଭିନୟ କରିଥିଲେ ହେଁ ସେଥିପାଇଁ ପ୍ରଶଂସିତ ହୋଇଥିବା ଅଭିନେତାଙ୍କ ସଂଖ୍ୟା ନଗଣ୍ୟ। ୧୯୮୨ରେ ମୁକ୍ତିଲାଭ କରିଥିବା ‘ଗାନ୍ଧୀ’ ଚଳଚ୍ଚିତ୍ରରେ ବେନ୍ କିଙ୍ଗସ୍ଲେଙ୍କ ଗାନ୍ଧୀ ଅବତାରକୁ ସର୍ବଶ୍ରେଷ୍ଠ ଭାବେ ବିଚାର କରାଯାଏ। ତେଣୁ ପ୍ରତିଭାବାନ୍ ଅଭିନେତା ମନୋଜ ଓ ନିର୍ଦେଶକ ସୁଧୀର, ଗାନ୍ଧୀଙ୍କୁ କେତେ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ କରିପାରୁଛନ୍ତି ସେ ନେଇ ଏବେ ଉତ୍କଣ୍ଠା ଜାରି ରହିବ।

1 week ago
7


