ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ସେପ୍ଟେମ୍ବର ୧୫ରେ ତାଙ୍କ ଭାଇ ସୋହେଲ ଖାନଙ୍କ ଘରେ ଗଣପତି ବାପ୍ପାଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ। ଏଠାରେ ସେ ପୂରା ପରିବାର ସହ ମିଶି ପୂଜାର୍ଚ୍ଚନା କରିବା ସହିତ ପରିବାର ସଦସ୍ୟଙ୍କ ସହ ମିଶି କିଛି ସମୟ ବିତାଇଥିଲେ। ଏହି ସମୟରେ ସଲମାନ ଖାନ ଗଣେଶଙ୍କ ଭୁଲ ଆରତୀ କରିଥିଲେ। ଯାହାକୁ ସଙ୍ଗେସଙ୍ଗେ ତାଙ୍କ ଭଉଣୀ ସୁଧାରି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଆରତୀ କରିବା ସମୟରେ ସଲମାନ ଭୁଲ୍ ଦିଗରେ ଥାଳି ବୁଲାଇବା ଆରମ୍ଭ କରିଥିଲେ। ଏହି ସମୟରେ ଭଉଣୀ ଅର୍ପିତାଙ୍କ ନଜର ଯେତେବେଳେ ସଲମାନଙ୍କ ଉପରେ ପଡ଼ିଲା, ସେ ତୁରନ୍ତ ସଲମାନଙ୍କୁ ସଙ୍କେତ ଦେଇ ଭୁଲକୁ ସୁଧାରି ଦେଇଥିଲେ।
ଭାଇ-ଭଉଣୀଙ୍କ ଏହି ବିଶେଷ ସମ୍ପର୍କର ଭିଡିଓକୁ ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରୁଛନ୍ତି। କିଛି ଲୋକ ସଲମାନଙ୍କୁ ଭଲପାଇବା ଦେଉଥିବା ବେଳେ ଆଉ କିଛି ଲୋକ ଏହାକୁ ନେଇ ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ତେବେ ସଲମାନଙ୍କ ଘରେ ଗଣପତି ବାପ୍ପାଙ୍କୁ ସ୍ୱାଗତ ଓ ପୂଜା କରିବାର ପରମ୍ପରା ବହୁ ବର୍ଷ ପୁରୁଣା।

1 day ago
1


