Free school bags: ମାଗଣା ସ୍କୁଲବ୍ୟାଗ୍ ବଣ୍ଟନରେ ସାଂଘାତିକ ଅନିୟମିତତା! ୭୮ ହଜାରରୁ ଊର୍ଦ୍ଧ୍ୱ ବ୍ୟାଗ୍ ବଣ୍ଟାଯାଇଛି

8 minutes ago 1
ARTICLE AD BOX

ଯାଜପୁର: ସରକାରୀ ବିଦ୍ୟାଳୟର କୋମଳମତି ଶିଶୁଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏବଂ ସେମାନଙ୍କ ପାଇଁ ଆନନ୍ଦଦାୟକ ଶୈକ୍ଷିକ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ‘ନିପୁଣ ଓଡ଼ିଶା, ନିପୁଣ ଭାରତ’ ଅଭିଯାନ। ଏହାର ଅଂଶସ୍ୱରୂପ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି (ଓସେପା) ପକ୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ସ୍କୁଲବ୍ୟାଗ୍ ବଣ୍ଟନ କରାଯାଇଛି। ତେବେ ଯାଜପୁର ଜିଲ୍ଲାରେ ଏହି ବଣ୍ଟନ ପ୍ରକ୍ରିୟାକୁ ନେଇ ଏବେ ଗୁରୁତର ଅନିୟମିତତା ଅଭିଯୋଗ ଉଠିଛି। ବ୍ୟାଗ୍‌ର ମାନକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର କିଣା ଓ ଯୋଗାଣ ପ୍ରକ୍ରିୟା ସମ୍ପର୍କିତ ଦସ୍ତାବିଜର ଅଭାବ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। 

Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି

ଅଧିକାଂଶ ବ୍ୟାଗ୍‌ର ଚେନ୍ ଖରାପ, ଚିରାଫଟା
ଡିଇଓଙ୍କ ପାଖରେ ତଥ୍ୟ ନାହିଁ

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଯାଜପୁର ଜିଲ୍ଲାରେ ମୋଟ ୭୮ ହଜାର ୫୩୧ଟି ସ୍କୁଲବ୍ୟାଗ୍ ବଣ୍ଟନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ତତ୍ତ୍ୱାବଧାନରେ ୧୦ଟି ବ୍ଲକ୍‌କୁ ଏହି ବ୍ୟାଗ୍ ଯୋଗାଣ ହୋଇଛି। ବ୍ଲକ୍‌ୱାରି ବଣ୍ଟନ ସଂଖ୍ୟା ଅନୁସାରେ, ବଡ଼ଚଣାରେ ୮୯୪୭ ଟି, ବରୀରେ ୫୭୫୩ ଟି, ବିଞ୍ଝାରପୁରରେ ୭୨୩୭ ଟି, ଦାନଗଦୀରେ ୬୭୭୩ ଟି, ଦଶରଥପୁରରେ ୮୬୨୧ଟି, ଧର୍ମଶାଳାରେ ୯୭୨୦ଟି, ଯାଜପୁରରେ ୮୦୪୬ଟି, କୋରେଇରେ ୮୮୦୮ଟି, ରସୁଲପୁରରେ ୬୮୭୯ଟି ଓ ସୁକିନ୍ଦାରେ ୭୭୪୭ଟି ବ୍ୟାଗ୍ ଯୋଗାଣ ହୋଇଛି। ଏଥିମଧ୍ୟରୁ ଧର୍ମଶାଳାରେ ସର୍ବାଧିକ ଓ ବରୀରେ ସର୍ବନିମ୍ନ ବ୍ୟାଗ୍ ବଣ୍ଟନ ହୋଇଛି। ବ୍ୟାଗ୍‌ର ମାନ ଓ କ୍ରୟ ପ୍ରକ୍ରିୟାକୁ ନେଇ ଏହି ଯୋଜନାର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବିଞ୍ଝାରପୁର, ବରୀ, ଦଶରଥପୁର, କୋରେଇ ଓ ଦାନଗଦୀ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଯୋଗାଣ ହୋଇଥିବା ବ୍ୟାଗଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଥିବା ଦେଖାଯାଇଛି। ଅନେକ ବ୍ୟାଗ୍‌ର ଚେନ୍ ଠିକ୍ ଭାବେ କାମ କରୁନାହିଁ। କେତେକ ବ୍ୟାଗ୍ ଚିରାଫଟା ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। କେତେକ ଅସନ୍ତୁଷ୍ଟ ଅଭିଭାବକ ବ୍ୟାଗ୍ ବିଦ୍ୟାଳୟକୁ ଫେରାଇ ଦେଇଥିବା ଜଣାପଡ଼ିଛି।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି

ଏହି ଅନିୟମିତତା ଅଭିଯୋଗକୁ ଆହୁରି ଗମ୍ଭୀର କରିଛି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ମାଧ୍ୟମରେ ମିଳିଥିବା ତଥ୍ୟ। ବ୍ୟାଗ୍ ଯୋଗାଣକାରୀ ସଂସ୍ଥା କିମ୍ବା ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ରସିଦ ବା କୋଟେସନ୍‌ର ନକଲ ମଗାଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାହା ଉପଲବ୍‌ଧ ନଥିବା ଦର୍ଶାଯାଇଛି। ସେହିପରି ବ୍ଲକ୍‌ସ୍ତରରେ ବ୍ୟାଗ୍ ବଣ୍ଟନ ସମ୍ପର୍କିତ ବିବରଣୀ ଓ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ନଥିବା ଜଣାଯାଇଛି। ୭୮ ହଜାରରୁ ଊର୍ଦ୍ଧ୍ୱ ବ୍ୟାଗ୍ କିଣାଯାଇ ବିଭିନ୍ନ ବିଦ୍ୟାଳୟକୁ ଯୋଗାଣ ହେଲା, କିନ୍ତୁ ଏତେ ବଡ଼ କିଣା ପ୍ରକ୍ରିୟାର ଦର ନିର୍ଦ୍ଧାରଣ ପାଇଁ ନିଆଯାଇଥିବା କୋଟେସନ୍‌ର ନକଲ କାହିଁକି ରଖାଯାଇନାହିଁ? କେଉଁ ସଂସ୍ଥାକୁ ଯୋଗାଣ ଦାୟିତ୍ୱ ଦିଆଯାଇଥିଲା? ସଂସ୍ଥା ଚୟନର ମାନଦଣ୍ଡ କ’ଣ ଥିଲା? ସର୍ବନିମ୍ନ ଦର ଆଧାରରେ ଯୋଗାଣକାରୀ ଚୟନ ହୋଇଥିଲେ ନା ଅନ୍ୟ କୌଣସି ଆଧାରରେ ଏହି ଦାୟିତ୍ୱ ଦିଆଯାଇଥିଲା? ପ୍ରତି ବ୍ୟାଗ୍‌ର କିଣା ମୂଲ୍ୟ କେତେ ଏବଂ ସମଗ୍ର ପ୍ରକଳ୍ପରେ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏତେ ପରିମାଣର କ୍ରୟ ଓ ବଣ୍ଟନ ପ୍ରକ୍ରିୟାର ଆବଶ୍ୟକ ଦସ୍ତାବିଜ ଜିଲ୍ଲା ଶିକ୍ଷା ବିଭାଗ ପାଖରେ କାହିଁକି ନାହିଁ? ଏହି ଘଟଣାରେ ଆବଶ୍ୟକ ଦସ୍ତାବିଜ ଉପଲବ୍‌ଧ ନଥିବାରୁ ସମଗ୍ର ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.