ARTICLE AD BOX
ମେଣ୍ଢାଶାଳ: ଗତକାଲି ଏକ କଳା ଥାର୍ ଗାଡ଼ି ମଳିପଡ଼ା-ପାଇକରାୟପୁର ରାସ୍ତାରେ ଦ୍ରୁତ ଗତିରେ ଆସି ପାଚେରିରେ ପିଟି ହୋଇଯାଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଥାର୍ଟି ଓଲଟି ପଡ଼ିବା ସହ ସୁରକ୍ଷା ବେଲୁନ ଖୋଲିଯାଇଥିଲା। ତେବେ ଏତିକିରେ ଘଟଣା ସରିଯାଇନଥିଲା। ଦୁର୍ଘଟଣାଗ୍ରସ୍ତ ଥାର୍ରୁ ବାହାରିଥିଲେ ୫ଜଣ କୁଖ୍ୟାତ ଅପରାଧୀ। ଗାଡ଼ିରେ ରଖିଥିଲେ ବହୁ ଧାରୁଆ ମାରଣାସ୍ତ୍ର। ସଭିଙ୍କ ନାମରେ ପୂର୍ବରୁ ଚନ୍ଦକା ଥାନାର ବୋମାମାଡ଼ ଓ ପ୍ରାଣାନ୍ତକ ଆକ୍ରମଣ ଭଳି ସଙ୍ଗିନ ମାମଲା ରହିଥିଲା। ଦୁର୍ଘଟଣା ପରେ ସେମାନଙ୍କର ତୋଡ଼ କମି ନଥିଲା। ଗାଡ଼ିରୁ ବାହାରି ସେମାନେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ପେନ୍ସନ୍ ପ୍ଲାନ୍
ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଥାର୍କୁ ଜବତ କରିବା ସହିତ ୪ଜଣ ଅଭିଯୁକ୍ତ ମଳିପଡ଼ା ଗ୍ରାମର ରଞ୍ଜିତ ହରିଚନ୍ଦନ ଓରଫ କେଶୁ, ପାଇକରାୟପୁର ଗାଁର ସତ୍ୟଜିତ ରାଉତରାୟ ଓରଫ ଡିଡୁ ଓ ମନୋଜ ଭୋଇ ଏବଂ ସୁନ୍ଦରପଦା ଓରକଳ ଗ୍ରାମର ରାଜୀବ ବଡ଼ଜେନାକୁ ଗିରଫ କରିଛି। ଅଭିଯୁକ୍ତ ସତ୍ୟବ୍ରତ ନାୟକ ଓରଫ ରିଙ୍କୁଆ ଫେରାର ହୋଇଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଗତକାଲି ଅପରାହ୍ଣରେ ଏକ ଥାର୍ ମଳିପଡ଼ାରୁ ପାଇକରାୟପୁର ଅଭିମୁଖେ ଦ୍ରୁତ ବେଗରେ ଆସୁଥିଲା। ପାଇକରାୟପୁର ମେଳଣ ପଡ଼ିଆ ନିକଟରେ ଥାର୍ ଚାଳକ କେଶୁ ଗାଡ଼ିରୁ ନିୟନ୍ତ୍ରଣ ହରାଇ ପଡ଼ିଆ ପାଚେରିରେ ପିଟିଦେଇଥିଲେ। ଫଳରେ ପାଚେରି ଭାଙ୍ଗିଯିବା ସହିତ ଗାଡ଼ିଟି ଓଲଟି ପଡ଼ିଥିଲା। ଖବର ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିଥିଲା। ଗାଡ଼ି ଯାଞ୍ଚ କରିବା ସମୟରେ ଏଥିରୁ ବଙ୍ଗାଳୀ କଟୁରି, ଭୁଜାଲି, କୁରାଢ଼ି, ଡବଲ୍ ବ୍ଲେଡ୍ କୁରାଢ଼ି ମିଳିଥିଲା। ସେମାନେ ଡକାୟତି ଉଦ୍ଦେଶ୍ୟରେ ଏହି ମାରଣାସ୍ତ୍ରକୁ ରଖିଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

31 minutes ago
1


