Fraud: ଠକଙ୍କ ମାୟାଜାଲରେ ମହାନଗର: ୬ମାସରେ ୩୦୦ ପାର୍‌

2 weeks ago 9
ARTICLE AD BOX

ଭୁବନେଶ୍ବର: ରାଜଧାନୀରେ କାୟାବିସ୍ତାର କରିଛନ୍ତି ଠକ। ଟିକିଏ ଅସାବଧାନ ହେଲେ ଆକାଉଣ୍ଟ୍ ଖାଲି କରିଦେଉଛନ୍ତି। ଲୋକେ ଯେତେ ଶିକ୍ଷିତ ହେଉଛନ୍ତି, ସେତେ ଠକଙ୍କ ମାୟାଜାଲରେ ଛନ୍ଦି ହେଉଛନ୍ତି। ଇତିମଧ୍ୟରେ ରାଜଧାନୀରେ କିଛି କୁଖ୍ୟାତ ଠକଙ୍କ କାରନାମା ପଦାକୁ ଆସିଛି। ଯେଉଁଥିରେ ଜମି ଠକେଇଠୁ ଆରମ୍ଭ କରି ନକଲି ଏସ୍‌ପି, ଏନ୍‌ଆଇଏ ଅଧିକାରୀ, ଆଇଏଏସ୍, ବିଏମ୍‌ସି କର୍ମଚାରୀଙ୍କ ଧରାପଡ଼ିଛନ୍ତି। ଆଉ ଏହି କ୍ରମରେ ଧୂର୍ତ୍ତମାନେ ପ୍ରତିଦିନ ଜଣେ ଲୋକଙ୍କୁ ଠକେଇ କରୁଛନ୍ତି। ଆଉ ମାସକୁ ରାଜଧାନୀରେ ପ୍ରାୟ ୫୦ ଠକେଇ କରାଯାଉଥିବା ନେଇ ଅଭିଯୋଗ ହେଉଛି। ସେହିଭଳି ଠକେଇର ପରିମାଣ ଆନୁମାନିକ ୫୦କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ବିଗତ ୬ମାସର ତଥ୍ୟରୁ ଜଣାପଡ଼ିଛି ଯେ ଭୁବନେଶ୍ବର ୟୁପିଡିରେ ୩୦୦ରୁ ଅଧିକ ମାମଲା ରୁଜୁ ହେଲାଣି। ଯେଉଁଥିରେ ବଡ଼ଗଡ଼ ଥାନାରେ ସର୍ବାଧିକ ୩୪ ଠକେଇ ମାମଲା ରହିଥିବା ବେଳେ ଭରତପୁରରେ, କ୍ୟାପିଟାଲ, ଚନ୍ଦ୍ରଶେଖରପୁର ପ୍ରମୁଖ ଥାନାରେ ଯଥାକ୍ରମେ ୩୩, ୧୯, ୧୮ ରହିଛି। ସେହିଭଳି କମିସନରେଟ୍ ପୁଲିସ ଦ୍ବାରା ଗିରଫଦାରୀ ମଧ୍ୟ ଆଶାତୀତ ଭାବେ ବଢ଼ିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୩୫ଜଣଙ୍କୁ ଠକେଇ ସମେତ ଦଫା ଲଗାଇ ପୁଲିସ ଗିରଫ କରିଛି।

Murder: ଗ୍ରାହାମ୍‌ ଷ୍ଟେନ୍‌ସ ହତ୍ୟାକାଣ୍ଡ: ଜେଲ୍‌ରୁ ମୁକୁଳିବେ ଦାରା, ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇଁ ନିର୍ଦ୍ଦେଶ

ଧରାପଡ଼ିନି ନକଲି ମହିଳା ଆଇଏଫ୍‌ଏସ୍ ଅଧିକାରୀ
ସ୍ବେଚ୍ଛାସେବୀ ସଙ୍ଗଠନ କରି ଲୋକଙ୍କୁ କାମ ଦେବା ଆଳରେ ପ୍ରାୟ କୋଟିଏ ଟଙ୍କା ଠକେଇ କରିଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଚନ୍ଦକା ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଉକ୍ତ ସଙ୍ଗଠନର ଜଣେ ମହିଳା ନିଜକୁ ଆଇଏଫ୍‌ଏସ୍ ଅଧିକାରୀ କହି ମାଳମାଳ ଲୋକଙ୍କୁ ଲୁଟିଛି। ମାତ୍ର ପୁଲିସ ତା’ ନିକଟରେ ପହଞ୍ଚିବା ପୂର୍ବରୁ ଧୂର୍ତ୍ତ ଚମ୍ପଟ୍ ମାରିଥିଲା।

ଇନ୍‌ଷ୍ଟାଗ୍ରାମ୍‌ରେ ପୁଲିସ ସାଜିଥିଲେ ବାପପୁଅ
ବାପ କହୁଥିଲା ପୁଲିସ ଡିଜି, ପୁଅ କହୁଥିଲା ପିସିଆର୍ ଇନ୍‌ଚାର୍ଜ। ଆଉ ଇନ୍‌ଷ୍ଟାଗ୍ରାମ୍‌ରେ ଏସ୍‌ଆଇ ଅଭିଷେକ ମିଶ୍ର। କିଛି ଏହିଭଳି ଢଙ୍ଗରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ପରେ ବ୍ଲାକମେଲ୍ କରି ଟଙ୍କା ଠକେଇ କରିବା ଘଟଣାରେ ଏୟାର୍‌ଫିଲ୍ଡ ଥାନା ପୁଲିସ ବାପା ଅଶୋକ ଓଝା ଓ ପୁଅ ଅମିତ ଓଝାକୁ ଗିରଫ କରିଥିଲା। ବାପପୁଅ ଲୋକଙ୍କୁ ଜମି ଦେବା ଆଳରେ ଠକେଇ କରିଥିବା ନେଇ ମଧ୍ୟ ଥାନାରେ ମାମଲା ରହିଛି।

Free education: କେଜିରୁ ପିଜି ମାଗଣା ଶିକ୍ଷା: ବିଦ୍ୟାର୍ଥୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୂଦାନ ଜମି ମାମଲାରେ ଦମ୍ପତି ଗିରଫ
ଶ୍ୟାମପୁରରେ ଭୂଦାନ ଜମିକୁ ନିଜର ଶତାଧିକ ଲୋକଙ୍କଠାରୁ ପ୍ରାୟ ୨୦କୋଟି ଟଙ୍କା ହଡ଼ପ କରିଥିବା ଦମ୍ପତିଙ୍କ ସମେତ ଏକାଧିକ ଠକଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଥିବା ମଇଁଷିଖାଲ ବସ୍ତିର ସନା ପ୍ରଧାନ ଓ ପତ୍ନୀ ରୀନା ପ୍ରଧାନକୁ ଗିରଫ କରାଯାଇଛି। ଏହି ଧୂର୍ତ୍ତ ଦମ୍ପତିଙ୍କ ବିରୋଧରେ ଭରତପୁର ଥାନାରେ ୧୪ଟି ଠକେଇ ମାମଲା ରୁଜୁ ହୋଇଛି। ଆଜି ଭୁବନେଶ୍ବର କୋର୍ଟରେ ଆଉ ୨ଟି ଠକେଇ ମାମଲାରେ ପୁଲିସ ଦମ୍ପତିଙ୍କ ବିରୋଧରେ ରିମାଣ୍ଡ୍ ଲଗାଇଛି।
ନକଲି ଏନ୍‌ଆଇଏ ସାଜି ଦୁଷ୍କର୍ମ
ଜଣେ ବଙ୍ଗୀୟ ଯୁବତୀଙ୍କୁ ଏନ୍‌ଆଇଏ ଅଧିକାରୀର ପରିଚୟ ଦେଇ ପ୍ରଥମେ ଦୁଷ୍କର୍ମ ପରେ ଖାରବେଳନଗର ଥାନାକୁ ନେଇ ମାମଲା ରୁଜୁ କରିବାକୁ କହିଥିଲା। ମାତ୍ର ପୁଲିସ ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ ଧୂର୍ତ୍ତ ହେଉଛି ଦିଲ୍ଲୀ ଲଜପତନଗର ଅଞ୍ଚଳର ଆଶିଷ ରେଡ୍ଡୀ। ତା’ ନିକଟରୁ ନକଲି ଏନ୍‌ଆଇଏ ଟି ସାର୍ଟ, ମାରଣାସ୍ତ୍ର, ଆଇକାର୍ଡ ଆଦି ଜବତ ହୋଇଥିଲା।
ପଶ୍ଚିମବଙ୍ଗରୁ ବନ୍ଧାହେଲା ନକଲି ଆଇଏଏସ୍
ଆଇଏଏସ୍‌ ଅଧିକାରୀ ପରିଚୟ ଦେଇ ଜଣେ ଯୁବକଙ୍କୁ ଓଏମ୍‌ସିରେ ଚାକିରି କରାଇଦେବା ଆଳରେ ୨୦ଲକ୍ଷ ଟଙ୍କା ଠକେଇ କରିଥିଲା। ଶ୍ରୀ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ପଶ୍ଚିମବଙ୍ଗ ହୁଗୁଳିର ରବିନାରାୟଣ ଦାସକୁ ଗିରଫ କରିଥିଲା। ତା ନାଁରେ ଯାଜପୁର ଥାନାରେ ବି ଠକେଇ ଅଭିଯୋଗ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.