ARTICLE AD BOX
ବୋଷ୍ଟନ୍: ଚଳିତ ଫିଫା ବିଶ୍ବକପ୍ର ପ୍ରଥମ କ୍ବାର୍ଟରଫାଇନାଲ୍ରେ ବାଜି ମାରି ନେଇଛି ୨୦୨୨ ମସିହାର ଉପବିଜେତା ଫ୍ରାନ୍ସ। କିଲିଆନ୍ ଏମ୍ବାପେଙ୍କ ଦଳ ୪ ବର୍ଷ ତଳର ପ୍ରଦର୍ଶନକୁ ଦୋହରାଇ ସେମିଫାଇନାଲ୍ରେ ପହଞ୍ଚିଯାଇଛି। କତର ବିଶ୍ବକପ୍ର ସେମିଫାଇନାଲ୍ରେ ସମାନ ମରକ୍କୋକୁ ହରାଇ ଫ୍ରାନ୍ସ ଫାଇନାଲ୍ରେ ପ୍ରବେଶ କରିଥିଲା। ଗୁରୁବାରର ପ୍ରଥମ କ୍ବାର୍ଟରଫାଇନାଲ୍ରେ ଏହି ୟରୋପୀୟ ମହାଶକ୍ତି ୨-୦ ଗୋଲ୍ରେ ମରକ୍କୋକୁ ପରାସ୍ତ କରି ତୃତୀୟ ଥର ଟ୍ରଫି ତୋଳି ଧରିବା ସୁଯୋଗଠାରୁ ୨ଟି ବିଜୟ ଦୂରରେ ରହିଛି। ଗୁରୁବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ଏହି ମ୍ୟାଚ୍ରେ ଫ୍ରାନ୍ସ ଏକାଧିକ ସୁଯୋଗ ହାତଛଡ଼ା କରିବା ସହ ପ୍ରଥମାର୍ଦ୍ଧକୁ ଗୋଲଶୂନ୍ୟରେ ଶେଷ କରିଥିଲା।
୩୨ ମିନିଟ୍ ଭିତରେ ହ୍ୟାଟ୍ରିକ୍: ଡେମ୍ବଲ୍
ବିଶେଷ କରି ବିଶ୍ବକପ୍ର ନକ୍ଆଉଟ୍ରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା କିଲିଆନ୍ ଏମ୍ବାପେ ଏକ ପେନାଲ୍ଟି ମିସ୍ କରିବା ଦଳ ପାଇଁ ନିରାଶଜନକ ସ୍ଥିତି ଆଣି ଦେଇଥିଲା। ଏହା ପୂର୍ବରୁ ଓ ପରେ ମଧ୍ୟ ଏମ୍ବାପେଙ୍କ ଏକାଧିକ ପ୍ରୟାସ ଗୋଲ୍ ପୋଷ୍ଟ୍ ବାହାରକୁ ମାରି ଖରାପ ସମୟ ଦେଇ ଗତି କରିଥିଲେ। ପ୍ରଥମାର୍ଦ୍ଧ ପରେ କିନ୍ତୁ ଏମ୍ବାପେ ଏବଂ ଡେମ୍ବଲଙ୍କ ସୁନ୍ଦର ଗୋଲ୍ ଫ୍ରାନ୍ସକୁ ପ୍ରାଧାନ୍ୟ ବିସ୍ତାର ସହ ଆଶ୍ବସ୍ତ କରିଥିଲା। ୬୦ ମିନିଟ୍ରେ ଏମ୍ବାପେଙ୍କ ଏକ ଲମ୍ବା କିକ୍ ମରକ୍କୋର ସାହସୀ ଗୋଲରକ୍ଷକ ବୋନୋଙ୍କୁ ପରାସ୍ତ କରିଥିଲା। ଏମ୍ବାପେଙ୍କ ଏହି ଲକ୍ଷ୍ୟଭେଦୀ ସଟ୍ ପୋଷ୍ଟ୍ର ଟପ୍ କର୍ଣ୍ଣର ଦେଇ ଭିତରକୁ ପଶିଯାଇଥିଲା। ୬ ମିନିଟ୍ ପରେ ଓସ୍ମାନ୍ ଡେମ୍ବଲ୍ ସମାନ ଷ୍ଟାଇଲ୍ରେ ଲମ୍ବା ଦୂରତାରୁ ମରକ୍କୋର ରକ୍ଷଣଭାଗକୁ ଭେଦ କରିବା ସହ ବୋନୋଙ୍କ ବାମପାର୍ଶ୍ବରେ ବଲ୍କୁ ନେଟ୍ ଭିତରକୁ ପଠାଇ ଦେଇଥିଲେ। ନରୱେ ବିପକ୍ଷରେ ପ୍ରଥମ ୩୨ ମିନିଟ୍ ଭିତରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଡେମ୍ବଲ୍ ପୁଣି ଥରେ ଏହି ଫକ୍ସବରୋ ଷ୍ଟାଡିୟମ୍ରେ ଚମକ ଛାଡ଼ିଥିଲେ।
Narendra Modi: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ
କ୍ବାର୍ଟରଫାଇନାଲ୍ ଗୋଲ୍ ସହିତ ଏମବାପେ ମଧ୍ୟ ଚଳିତ ସଂସ୍କରଣରେ ଲିଓନେଲ୍ ମେସି (୮ ଗୋଲ୍)ଙ୍କ ସମକକ୍ଷ ହୋଇଛନ୍ତି। ବିଶ୍ବକପ୍ର ନକ୍ଆଉଟ୍ ମ୍ୟାଚ୍ରେ ୧୧ ମ୍ୟାଚ୍ରୁ ୧୨ ଗୋଲ୍ ଦେଇ ଏମ୍ବାପେ ମଧ୍ୟ ନିଜକୁ ବଡ଼ ମ୍ୟାଚ୍ ଖେଳାଳି ବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି। ଏହି ମ୍ୟାଚ୍ରେ ମରକ୍କୋର ଯୁବ ଖେଳାଳି ଆୟୁବ ବୌଆଡି ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବକପ୍ କ୍ବାର୍ଟରଫାଇନାଲ୍ ଖେଳିଥିଲେ। ଆୟୁବଙ୍କ ବୟସ ଏବେ ୧୮ ବର୍ଷ ୨୮୦ ଦିନ ହୋଇଥିବାବେଳେ ୧୯୫୮ ମସିହାରେ ପେଲେ ୧୭ ବର୍ଷ ୨୩୯ ଦିନରେ ୱେଲ୍ସ ବିପକ୍ଷରେ ଖେଳି ଶୀର୍ଷରେ ରହିଛନ୍ତି। ଆୟୁବ ମଧ୍ୟ କୌଣସି ଆଫ୍ରିକୀୟ ଦେଶ ମଧ୍ୟରେ ସର୍ବକନିଷ୍ଠ ଖେଳାଳି ଭାବେ ୫ଟି ବିଶ୍ବକପ୍ ମ୍ୟାଚ୍ ଖେଳିଥିଲେ। ଆଫ୍ରିକୀୟ ଦେଶ ମରକ୍କୋ କିନ୍ତୁ କ୍ରମାଗତ ସେମିଫାଇନାଲ୍ ପ୍ରବେଶରୁ ବଞ୍ଚିତ ରହିଗଲା।

3 weeks ago
14


