Foreign Students : ଆମେରିକାରେ ପାଠପଢ଼ା ପରେ ଚାକିରି କରିବା ହେବ ମହଙ୍ଗା? ଟ୍ରମ୍ପ ପ୍ରଶାସନର ନୂଆ ପ୍ରସ୍ତାବ ଭାରତୀୟ ଛାତ୍ରଙ୍କ ଚିନ୍ତା ବଢ଼ାଇଲା

3 days ago 1
ARTICLE AD BOX

ନୂଆଦିଲ୍ଲୀ:  ଆମେରିକାରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଚାକିରି କରିବାକୁ ଇଚ୍ଛୁକ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଆଗାମୀ ଦିନରେ ବଡ଼ ଆର୍ଥିକ ବୋଝ ସୃଷ୍ଟି ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଶାସନ ଅପ୍ସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (OPT) କାର‌୍ୟ୍ୟକ୍ରମ ପାଇଁ ୧ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୮୭ ଲକ୍ଷ ଟଙ୍କା) ଫି ଲାଗୁ କରିବା ପ୍ରସ୍ତାବ ଉପରେ ବିଚାର କରୁଛି। 

'ଦ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ\'ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବ ବର୍ତ୍ତମାନ ଆମେରିକାର ଗୃହ ସୁରକ୍ଷା ବିଭାଗ ସ୍ତରରେ ବିଚାରାଧୀନ ଅବସ୍ଥାରେ ରହିଛି। ତେବେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏପର‌୍ୟ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

OPT କ’ଣ?
ଅପ୍ସନାଲ୍ ପ୍ରାକ୍ଟିକାଲ୍ ଟ୍ରେନିଂ (OPT) ହେଉଛି ଏକ ବ୍ୟବସ୍ଥା, ଯାହା ଅଧୀନରେ ବିଦେଶୀ ଛାତ୍ରଛାତ୍ରୀମାନେ ପାଠପଢ଼ା ଶେଷ ହେବା ପରେ ଆମେରିକାରେ ନିଜ ବିଷୟ ସମ୍ପର୍କିତ କ୍ଷେତ୍ରରେ ୧ରୁ ୩ ବର୍ଷ ପର‌୍ୟ୍ୟନ୍ତ କାମ କରିପାରନ୍ତି। ଏହି ସୁବିଧା ହିଁ ବହୁ ବିଦେଶୀ ଛାତ୍ରଙ୍କୁ ଆମେରିକାରେ ଶିକ୍ଷା ପାଇଁ ଆକର୍ଷିତ କରିଥାଏ। ୨୦୨୪ ମସିହାରେ ପ୍ରାୟ ୪.୧୯ ଲକ୍ଷ ବିଦେଶୀ ଛାତ୍ର ଙଚଞ ମାଧ୍ୟମରେ କାର‌୍ୟ୍ୟରତ ଥିଲେ।

ପୂର୍ବରୁ H-1B ଭିସା ଉପରେ ମଧ୍ୟ ଥିଲା ପ୍ରସ୍ତାବ

ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ପୂର୍ବରୁ H-1B  ଭିସା ଉପରେ ମଧ୍ୟ ୧ ଲକ୍ଷ ଡଲାର ଫି ଲଗାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଆମେରିକୀୟ ଅଦାଲତ ସେହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ବର୍ତ୍ତମାନ OPT କାର୍ଯ୍ୟକ୍ରମ ଉପରେ ଏପରି ଫି ଲାଗୁ କରିବା ସମ୍ଭାବନାକୁ ନେଇ ଚର୍ଚ୍ଚା ଚାଲିଛି।

ଅଧିକ ପଢନ୍ତୁ:Coal Mine Explosion: ପାକିସ୍ତାନର କୋଇଲା ଖଣିରେ ବିସ୍ଫୋରଣ: ୩୦ ଖଣି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଭାରତୀୟ ଛାତ୍ରଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ବିଶେଷଜ୍ଞଙ୍କ ମତରେ, ଯଦି OPT ପାଇଁ ୧ ଲକ୍ଷ ଡଲାର ଫି ଲାଗୁ ହୁଏ, ତେବେ ଆମେରିକାରେ ଉଚ୍ଚଶିକ୍ଷା ଏବଂ ଚାକିରିର ସ୍ୱପ୍ନ ଦେଖୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ। ଏହା ସହ ଆମେରିକୀୟ କମ୍ପାନୀମାନଙ୍କ ପାଇଁ ମଧ୍ୟ ବିଦେଶୀ ପ୍ରତିଭାଙ୍କୁ ନିଯୁକ୍ତି ଦେବା କଷ୍ଟସାଧ୍ୟ ହୋଇପାରେ। ଏହାଛଡ଼ା, ଗ୍ରୀନ୍ କାର୍ଡ ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକଙ୍କ ଉପରେ ମଧ୍ୟ ୧ ଲକ୍ଷ ଡଲାରର ବଣ୍ଡ ଲଗାଇବା ପ୍ରସ୍ତାବ ଉପରେ ଚିନ୍ତାଭାବନା ଚାଲିଥିବା ଖବର ମିଳିଛି। ନାଗରିକତା ପାଇବା ପରେ ଏହି ଟଙ୍କା ଫେରସ୍ତ ମିଳିପାରେ। ତେବେ ବର୍ତ୍ତମାନ ସୁଦ୍ଧା ଏହା କେବଳ ବିଚାରାଧୀନ ପ୍ରସ୍ତାବ ମାତ୍ର ହୋଇଥିବାବେଳେ, ଏନେଇ କୌଣସି ଆଧିକାରିକ ଘୋଷଣା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.