Floods in Ganjam: ଗଞ୍ଜାମରେ ବନ୍ୟା: ସୁରେଶ ମହାପାତ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା

3 days ago 2
ARTICLE AD BOX

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମରେ ହୋଇଥିବା ବଡ଼ ବନ୍ୟାକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଜଳସମ୍ପଦ ବିଭାଗର ସଚିବ ରହିଥିବା ଶ୍ରୀ ମହାପାତ୍ରଙ୍କ ଏହି ୨୨ ମିନିଟ୍‌ ଭିଡିଓରେ ଗଞ୍ଜାମରେ ବନ୍ୟା ପରିଚାଳନା ଠିକ୍‌ ଢଙ୍ଗରେ ହୋଇ ନ ଥିବା ଦର୍ଶାଇଛନ୍ତି। ଏହା ଏକ ମନୁଷ୍ୟକୃତ ବନ୍ୟା ବୋଲି ସିଧାସଳଖ କହି ନ ଥିଲେ ହେଁ ତାଙ୍କର ବିଭିନ୍ନ ତଥ୍ୟପୂର୍ଣ୍ଣ ଉପସ୍ଥାପନା ସେହି ଆଡ଼କୁ ଇଙ୍ଗିତ କରୁଛି। ଏହି ଭିଡିଓକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।

Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

ଶ୍ରୀ ମହାପାତ୍ର ନିଜ ଭିଡିଓରେ ଦର୍ଶାଇଛନ୍ତି, ୨୦୧୩ ଫାଇଲିନ୍ ବେଳେ ନିଜେ ବନ୍ୟା ପରିଚାଳନା ଦାୟିତ୍ବରେ ରହିଥିଲେ। ସେତେବେଳେ ଗଞ୍ଜାମରେ ଡ୍ୟାମ୍‌ରେ ଜଳସ୍ତରର ଉଚ୍ଚତା ୫୦%କୁ ଖସାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଅତି ପ୍ରବଳ ବର୍ଷାରେ ବି ଡ୍ୟାମ୍‌ର ଗେଟ୍ ହଠାତ୍‌ ଖୋଲିବା ଦରକାର ହୋଇ ନ ଥିଲା। ଗଞ୍ଜାମରେ ସମନ୍ବିତ ଜଳ ପରିଚାଳନା ବ୍ୟବସ୍ଥା ବ୍ରିଟିସ ଅମଳରୁ ରହିଛି। ଋଷିକୂଲ୍ୟାର ଉପନଦୀ ଓ ଶାଖାନଦୀରେ ମୋଟ ୬ଟି ବଡ଼ ଡ୍ୟାମ୍ ଅଛି। ଗତମାସ ୨୩ ତାରିଖରୁ ଆଇଏମ୍‌ଡି ବାରମ୍ବାର ରେଡ୍‌ ୱାର୍ଣ୍ଣିଂ ଦେଇ ଆସୁଥିଲା। ଘୂର୍ଣ୍ଣିବାତ୍ୟା ମାଡ଼ ହେବାର ଦକ୍ଷିଣ ପାର୍ଶ୍ବରେ ପ୍ରବଳ ବର୍ଷା ହୋଇଥାଏ। ଫାଇଲିନ୍ ବେଳେ ଗଂଜାମ ଜିଲ୍ଲାରେ ମାଡ଼ ହୋଇଥିଲେ ହେଁ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ବାଙ୍କୀରେ ପ୍ରବଳ ବର୍ଷା ହୋଇଥିଲା। ଏଥର ବାତ୍ୟା ଆନ୍ଧ୍ରରେ ମାଡ଼ ହୋଇଥିଲା ଓ ଏହାର ଦକ୍ଷିଣ ପାର୍ଶ୍ବରେ ଥିବା ଗଞ୍ଜାମର ସୋରଡ଼ାରେ ୫୦୦ରୁ ଅଧିକ ମି.ମି ବର୍ଷା ହୋଇଥିଲା। ଅନ୍ୟ ସ୍ଥାନରେ ୩୦୦-୪୦୦ ମି.ମି ବର୍ଷା ହୋଇଥିଲା। ଜଳସମ୍ପଦ ବିଭାଗର ୱେବ୍‌ସାଇଟରେ ୨୩ତାରିଖରୁ ୨୭ତାରିଖ ପର୍ଯ୍ୟନ୍ତ କୌଣସି ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ନ ଥିଲା। ପ୍ରାୟ ୬୫-୮୦% ପର୍ଯ୍ୟନ୍ତ ପାଣି ଡ୍ୟାମ୍‌ରେ ରହିଥିଲା। ଋଷିକୂଲ୍ୟାରେ ପ୍ରାୟତଃ ଶୁଖିଲା ଥିଲା ଓ ସେଥିରେ ପ୍ରାୟ ୮ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ୨୯ତାରିଖରେ ଋଷିକୂଲ୍ୟରେ ୧ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ଓ ୩୦ରେ ୧ ଲକ୍ଷ ୪୨ ହଜାର କ୍ୟୁସେକ ପ୍ରବାହିତ ହେଲା। ହଠାତ୍‌ ସବୁ ଡ୍ୟାମ୍‌ ଖୋଲି ଦିଆଯିବା କାରଣରୁ ଗଞ୍ଜାମରେ ଭୀଷଣ ବନ୍ୟା ହେଲା। 

ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

Judgement: ଦିଲ୍ଲୀ-ଏନ୍‌ସିଆର୍‌ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ

ସେ ଆହୁରିମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଆଗାମୀ ଦିନରେ ଏଭଳି ବାତ୍ୟା ଓ ଭୀଷଣ ବର୍ଷା ହେବାର ଆଶଙ୍କା ଅଧିକ। ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ରାଜ୍ୟ ସରକାର ଏଥିପାଇଁ ଏକ ଏସ୍‌ଓପି ଆଣିବାର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ତଳସ୍ତରରେ ଥିବା ଅଧିକାରୀଙ୍କ ଉପରେ ଏହାକୁ ଛାଡ଼ି ଦିଆଯାଇପାରିବ ନାହିଁ। ଉପରିସ୍ଥ ଅଧିକାରୀଙ୍କୁ ହିଁ ଜଳ ପରିଚାଳନା ଦାୟିତ୍ବ ନ୍ୟସ୍ତ କରାଯିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି। ଏହି ଭିଡିଓ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ପିସିସି ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶ୍ରୀ ମହାପାତ୍ରଙ୍କ ଏହି ଭିଡିଓ ପରେ ଜଳସମ୍ପଦ ବିଭାଗର ମନ୍ତ୍ରୀଭାବେ ମୁଖ୍ୟମନ୍ତ୍ରୀ ଏହି ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବେ କି ?  ଗଞ୍ଜାମରେ ହଠାତ୍‌ ସବୁ ଡ୍ୟାମ୍‌ ଖୋଲିଦେବା ଫଳରେ ୩୦-୪୦ ହଜାର କ୍ୟୁସେକ ଅଧିକ ପାଣି ଆସିଲା। ଏହା ମନୁଷ୍ୟକୃତ ନୁହେଁ ତ ଆଉ କ’ଣ ? ପୂର୍ବତନ ଜଳସମ୍ପଦ ସଚିବ ଶ୍ରୀ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନହେଲେ ତାଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ। ଏହାଭିତରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତେ ବଡ଼ ବିପର୍ଯ୍ୟୟକୁ ଡାକି ଆଣିଥିବା ଯନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଯଥାଶୀଘ୍ର କାର୍ଯ୍ୟକାରୀ କରିବା, ପୁରୁଣାକାଳିଆ ରିଲିଫ କୋଡ୍‌ ବଦଳରେ ସରକାର ତୁରନ୍ତ ଏମ୍ଏ‌ସପି ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ। ସାମ୍ବାଦିକ ସମ୍ମିଳନୀରେ ପିସିସି ୱାର୍‌ ରୁମ୍ ଅଧ୍ୟକ୍ଷ ମନୋରଂଜନ ଦାସ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.