ARTICLE AD BOX
ବାଲିପାଟଣା: ଭାର୍ଗବୀ ନଦୀରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇବା ଫଳରେ ଅଚ୍ୟୁତପୁର କାଜରୁ ପାଣି ଗଡ଼ିବା କମିଛି। ହେଲେ ଏବେ ବି ପାଣି ଧନୁଆ ନଦୀରେ ପ୍ରବାହିତ ହେଉଛି। ଫଳରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ସୁଧୁରି ପାରିନି। ୬ଟି ପଞ୍ଚାୟତରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଗାଁ ପ୍ରଭାବିତ ହୋଇଛି। ଚାଷ ଜମି ଓ ଘରବାଡ଼ିରେ ବନ୍ୟାପାଣି ଜମି ରହିଛି। ଖାଲୁଆ ଅଞ୍ଚଳରେ କେତେକ ସ୍ଥାନରେ ଘରେ ପାଣି ପଶିଛି।
Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍ ରକ୍ତ ସଂଗୃହୀତ
ପ୍ରାଥମିକ ପର୍ଯ୍ୟାୟରେ ଆନୁମାନିକ ସାଢ଼େ ୪ ଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ିଥିବା କୃଷି ବିଭାଗ ଆକଳନ କରିଛି। ହେଲେ ଏହି ପରିମାଣ ଆହୁରି ଢେର୍ ବଢ଼ିବ ବୋଲି କୁହାଯାଉଛି। ସେହିପରି ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇ ଖରିଫ ଧାନ ପାଇଁ ଚାଷ ଜମି ପ୍ରସ୍ତୁତ କରିଥିଲେ। ରୁଆ ଓ ତଳି ବିଲରେ ବନ୍ୟା ଲହଡ଼ି ମାରୁଛି। ବିଲ ବାଡ଼ି ପାଣି ପଶିଯିବାରୁ ନଡ଼ା, କୁଟା ବା ପାଳ, ଘାସଲତା, ପତ୍ର ନଷ୍ଟ ହୋଇଛି। ଫଳରେ ସାଢ଼େ ୭ ହଜାର ଗୃହପାଳିତ ପଶୁ ଭୋକଉପାସରେ ପଡ଼ିଛନ୍ତି। ଖାଦ୍ୟ ଓ ସବୁଜ ଘାସପତ୍ର ଅଭାବରୁ ଗାଈଙ୍କ ଦୁଗ୍ଧ ଉତ୍ପାଦନ କମିଯାଇଛି। ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧିକାରୀ ଦୁର୍ମନ ବେହେରାଙ୍କ ସୂଚନା ଅନୁସାରେ, ୬ଟି ପଞ୍ଚାୟତର ୧୯ ଟି ରାଜସ୍ବ ଗ୍ରାମରେ ୭୪୨୪ ଗୃହପାଳିତ ପଶୁଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ୪୫୯୨ ଗାଈଗୋରୁ, ମଇଁଷି, ବାଛୁରି ଓ ୨୮୩୨ ଛେଳି ଓ ମେଣ୍ଢାଙ୍କ ପାଇଁ ୩୧୮ ପ୍ୟାକେଟ୍ (୧୫୯ କ୍ବିଣ୍ଟାଲ) ଶୁଖିଲା ଖାଦ୍ୟ ପାଇଁ ସରକାରୀ ସ୍ତରରେ ଚିଠା ପ୍ରସ୍ତୁତ ହୋଇଛି। ବିଭିନ୍ନ ସ୍ଥାନରେ ବନ୍ୟା ହେତୁ ଦାନା ଆସିବାରେ ବିଳମ୍ବ ହୋଇଛି।
War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ
ଦାନା ଆସିଲେ ବଣ୍ଟନ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ଭ୍ରାମ୍ୟମାଣ ପଶୁ ଚିକିତ୍ସା ଜାରି ରହିଛି। ଗାଁ ଗଣ୍ଡାରେ ସ୍ୱାସ୍ଥ୍ୟସେବା ସହ ଟିକା, ଇଞ୍ଜେକ୍ସନ ଓ ଔଷଧ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ, ଗାଈ, ମଇଁଷି, ଛେଳି ଓ ମେଣ୍ଢାଙ୍କ ଚାରଣ ଭୂଇଁ ଏବେ ହ୍ରଦର ଭ୍ରମ ସୃଷ୍ଟି କରିଛି। ଫଳରେ ରାସ୍ତା ଘାଟରେ ବୁଲୁଥିବା ଦେଖାଯାଇଛି। ଅନେକ ଗାଈଗୋରୁ ଗୁହାଳରେ ବନ୍ଧା ହୋଇ ରହୁଛନ୍ତି। ତୁରନ୍ତ ଦାନା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ସେହିପରି ଜିଲ୍ଲା କୃଷି ବିଭାଗ ମୁଖ୍ୟ ଅଧିକାରୀ ମନୋରଞ୍ଜନ ମିଶ୍ର, ଭୁବନେଶ୍ୱର କୃଷି ଅଧିକାରୀ ସୁବ୍ରତ କୁମାର ରଥ, ବାଲିପାଟଣା ବ୍ଲକ୍ କୃଷି ଅଧିକାରୀ ମନୋରଞ୍ଜନ ରାଉଳ, ବାଲିଅନ୍ତା କୃଷି ଅଧିକାରୀ ସୁବାସ ଚନ୍ଦ୍ର ବାରିକ, ସ୍ଥିତପ୍ରଜ୍ଞା ଖମାରୀ ଓ କର୍ମଚାରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚଳିତ ବର୍ଷ ର ବନ୍ୟା କାହାକୁ ଦୁଃଖ ଆଣିଛି ତ ଆଉ କାହା ପାଇଁ ଖୁସି ସାବ୍ୟସ୍ତ ହୋଇଛି।

13 hours ago
1


